ଜୀବନଶୈଳୀ

ମଥାର ରେଖାରୁ ଜାଣନ୍ତୁ ଆପଣ କେଉଁ ପ୍ରକାରର ବ୍ୟକ୍ତିତ୍ବ ଅଟନ୍ତି

କୁହାଯାଏ କି ଦୁନିଆରେ ପ୍ରକୃତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନ୍ୟ ବ୍ୟକ୍ତି ଠାରୁ ଅଲଗା ତିଆରି କରିଛି । ଚାଲି ଚଳନ, ରୂପ ଢଙ୍ଗ ଏବଂ ସ୍ଵଭାବରେ ମଧ୍ୟ ବ୍ୟକ୍ତିମାନେ ପରସ୍ପର ଠାରୁ ଅଲଗା ଅଟନ୍ତି । ବେଳେବେଳେ କିଛି ଜିନିଷ ମିଳି ବି ଯାଇଥାଏ, କିନ୍ତୁ ବ୍ୟକ୍ତିର କିଛି ନା କିଛି ଗୁଣ-ଅବଗୁଣ ଏମିତି ନିହାତି ଥାଏ ଯାହା ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଥାଏ । ଏଥିପାଇଁ ସବୁ ଲୋକଙ୍କ କପାଳ ରେଖା ସମାନ ହୋଇନଥାଏ । କାହାର ଗଭୀର, କାହାର ସିଧା , କାହାର ବହୁତ ଏବଂ କାହାର କମ ମଧ୍ୟ ହୋଇଥାଏ । କିନ୍ତୁ ଏଥିରେ ସାତଟି ମୁଖ୍ୟ ରେଖା ଅଛି । ସେଗୁଡିକ ହେଲା ବୁଧ, ଶୁକ୍ର, ମଙ୍ଗଳ, ଶନି, ଗୁରୁ, ଚନ୍ଦ୍ର ଏବଂ ସୂର୍ଯ୍ୟ ରେଖା ।

ବୁଧ ରେଖା

ଏହି ରେଖା ଆପାଣଙ୍କର ଆଖିର ଠିକ ମଧ୍ୟ ଭାଗରେ ଗଠନ ହୋଇଥାଏ ଏବଂ ମଧ୍ୟଭାଗରୁ ଦୁଇ କାନ ଆଡକୁ ଯାଇଥାଏ । ଯେଉଁ ବ୍ୟକ୍ତିର ବୁଧ ରେଖା ସ୍ପଷ୍ଟ ଦେଖାଯାଇ ଥାଏ ସେ ତାଙ୍କର ତୀବ୍ର ବୁଦ୍ଧିର ସଂକେତ ହୋଇଥାଏ । ସେମାନଙ୍କ ଭାଗ୍ୟରେ ବହୁତ ଧନ କମାଇବା ଲେଖା ଯାଇଥାଏ । ସେମାନେ କେବେ ବି ସହଜରେ କୌଣସି ଆର୍ଥିକ ସମସ୍ୟା ହେବାକୁ ଦିଅନ୍ତି ନାହିଁ ।

ଶୁକ୍ରରେଖା

ଯେଉଁ ବ୍ୟକ୍ତିଙ୍କର ଶୁକ୍ରରେଖା ସ୍ପଷ୍ଟ ଦେଖାଯାଇ ଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କୁ ବୁଲାବୁଲି କରିବାକୁ ଭଲ ଲାଗିଥାଏ । ଏହି ରେଖା ମଥାର ଠିକ ମଝିରେ ଥାଏ । ରେଖା ଯେତେ ଗଭୀର ହେବ ବ୍ୟକ୍ତି ସେତେ ଭାଗ୍ୟଶାଳୀ ହେବେ । ଯଦି ଏହି ରେଖା ସ୍ପଷ୍ଟ ଦେଖାଯାଇ ନଥାଏ ତାହେଲେ ବ୍ୟକ୍ତିଙ୍କ ଭାଗ୍ୟ ତାଙ୍କ ସହିତ ରହି ନଥାଏ ।

ମଙ୍ଗଳରେଖା

ଏହି ରେଖା ମଧ୍ୟ ମଥାର ମଧ୍ୟଭାଗରେ ଥାଏ କିନ୍ତୁ ଏହା ଶୁକ୍ରରେଖା ଠାରୁ ଟିକେ ଉପରେ ଥାଏ । ଏମିତି ବ୍ୟକ୍ତି ଯାହା ବି କାମ କରନ୍ତି, ତାଙ୍କ ପ୍ରତି ଏକ ଉତ୍ସାହ ଦେଖିବାକୁ ମିଳିଥାଏ । ଯଦି ମଙ୍ଗଳ ରେଖା ଗଭୀର ହୋଇଥାଏ ତାହେଲେ ସେ ବହୁତ ରାଗି ହୋଇଥାନ୍ତି । ଯଦିଓ ସେମାନେ ହୃଦୟରୁ ବହୁତ ପରିଷ୍କାର ହୋଇଥାନ୍ତି କିନ୍ତୁ ସେମାନଙ୍କର କ୍ରୋଧରୁ ଦୂରେଇ ରହିବା ହିଁ ଭଲ ହେବ ।

ଗୁରୁରେଖା

ଶୁକ୍ର ଏବଂ ମଙ୍ଗଳ ରେଖା ଉପରେ ଏହି ରେଖା ଥାଏ । ଏପରି ବ୍ୟକ୍ତି ଆଧ୍ୟାତ୍ମିକ ପ୍ରବୃତ୍ତିର ହୋଇଥାନ୍ତି, ସାମାଜିକ ଦୃଷ୍ଟିରୁ ବି ସେମାନେ ବହୁତ ସହଭାଗୀ ଅଟନ୍ତି । ଯେଉଁ ବ୍ୟକ୍ତିଙ୍କର ଗୁରୁରେଖା ହାଲକା ହୋଇଥାଏ ସେମାନେ ପାପକର୍ମରେ ଲିପ୍ତ ହେବାର ସମ୍ଭାବନା ଅଧିକ ହୋଇଥାଏ । ଯଦି ଅଧିକ ଗଭୀର ରେଖା ଥାଏ ତେବେ ସେମାନଙ୍କୁ ଘର ପରିବାର ଏବଂ ସମାଜରୁ ବିଚ୍ଛିନ୍ନ କରିଥାଏ ଯେଉଁ କାରଣରୁ ଅସନ୍ତୋଷ ଅନୁଭବ କରିବାର ଅଧିକ ସମ୍ଭାବନା ଥାଏ ।

ଶନିରେଖା

ଏହା ଗୁରୁରେଖାର ଉପର ଭାଗରେ ଦେଖାଯାଇ ଥାଏ । ଯଦି ଆପଣଙ୍କ ଶନିରେଖା ଗଭୀର ହୋଇଥାଏ ତାହେଲେ ଆପଣଙ୍କୁ ଜୀବନରେ ଧନର କୌଣସି ଅଭାବ ରହେନାହିଁ । ଯାହା ବି ଜିନିଷକୁ ଥରେ ପାଇବା ପାଇଁ ଇଚ୍ଛା କରନ୍ତି ତାହାକୁ ଯାହା ବି ହେଲେ ହାସଲ କରିଥାନ୍ତି । କିନ୍ତୁ ଶନିରେଖା ବହୁତ କମ ବ୍ୟକ୍ତିଙ୍କ ମସ୍ତକରେ ଦେଖିବାକୁ ମିଳିଥାଏ ।

ଚନ୍ଦ୍ରରେଖା

ଯଦି ଆପଣଙ୍କର ଏହି ରେଖା ସ୍ପଷ୍ଟ ଦେଖା ଯାଇଥାଏ ତାହେଲେ ଆପଣଙ୍କ ଜୀବନରେ ଧନର ଅଭାବ କେବେ ରୁହେ ନାହିଁ କିନ୍ତୁ ଯଦି ଏହା ପରିଷ୍କାର କିମ୍ବା ଅଧା ଦେଖା ଯାଇଥାଏ ତାହେଲେ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଥାଏ । ଯାହାର ଏହି ରେଖା ଅଧିକ ଗଭୀର ହୋଇଥାଏ ସେମାନେ ଅଧିକା କଳା କ୍ଷେତ୍ରରେ ନିଜ ନାମ କମାଇ ଥାନ୍ତି ।

ସୂର୍ଯ୍ୟରେଖା

ଏହି ରେଖା ଡାହାଣ ଆଖିର ଉପରେ ଥାଏ । ଏହାଦ୍ଵାରା ବ୍ୟକ୍ତିର ଭାଗ୍ୟ ତୀବ୍ର ବୋଲି କୁହାଯାଇ ଥାଏ । ଯେଉଁ ବ୍ୟକ୍ତିଙ୍କର ଏହି ରେଖା ନାହିଁ ତାହେଲେ ସେମାନଙ୍କୁ ନିଜ ଜୀବନରେ ବହୁତ ଅସୁବିଧାର ସାମନା କରିବାକୁ ପଡିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button