କ୍ରୀଡା

ତୃତୀୟ ଦିନିକିଆ ବି ବାତିଲ: ନ୍ୟୁଜିଲାଣ୍ଡ ୧-୦ରେ ସିରିଜ୍ ବିଜୟୀ

ଖ୍ରାଏଷ୍ଟଚର୍ଚ୍ଚ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ଫଳ ସ୍ୱରୂପ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ସିରିଜକୁ ୧-୦ରେ ଜିତି ନେଇଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ୭ ଓ୍ବିକେଟରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ଦିନିକିଆ ବର୍ଷାରେ ଧୋଇ ହୋଇଯାଇଥିଲା ।ଆଜି ନିର୍ଦ୍ଧାରିତ ସମୟରେ ତୃତୀୟ ଦିନିକିଆ ଆରମ୍ଭ ହୋଇଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଦଳ ମାତ୍ର ୪୭.୩ ଓଭରରେ ୨୧୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର (୫୧) ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶ୍ରେୟସ୍ ଆୟର ୪୯ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୮ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୦୪ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ଆଉ ସମ୍ଭବ ହୋଇପାରିନଥିଲା । ଖେଳ ବନ୍ଦ ହେବା ବେଳକୁ ଡେଭନ୍ କନୱେ ୩୮ ରନ୍ ଓ ଅଧିନାୟକ କେନ୍ ୱିଲିୟମସନ ଖାତା ନ ଖୋଲି କ୍ରିଜରେ ଥିଲେ। ଫିନ୍ ଆଲେନ୍ ୫୭ ରନ୍ କରିବା ପରେ ଉମ୍ରାନ ମଲିକଙ୍କ ବଲରେ ଆଉଟ୍ ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button