ଓଡିଶା

‘ଆମକୁ ପୁରୁଣା ଦିନକୁ ଫେରିବାକୁ ପଡ଼ିବ’

ବ୍ରହ୍ମପୁର/ପାଟପୁର: ପରିବେଶକୁ ନେଇ ଚିନ୍ତା ପ୍ରକଟ କରଯାଉଛି। ତାପମାତ୍ରା ବଢ଼ି ଚାଲିଛି। ଜମିର ଉର୍ବରତା ହ୍ରାସ ପାଉଥିବା ବେଳେ ସାର ଦେଲେ ଗଛରେ ଫଳ ଧରୁ ନାହିଁ। ବର୍ଷା ପରିମାଣ କମୁଛି। ତେଣୁ ପରିବେଶକୁ ବଞ୍ଚାଇବାକୁ ପଡ଼ିବ। ଆମକୁ ପୁରୁଣା ଦିନକୁ ଫେରିବାକୁ ପଡ଼ିବ। ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇ ତା’ର ଯତ୍ନ ନେବା ବୋଲି ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।ପାଟପୁର ସ୍ଥିତ ସନ୍ତୋଷୀ ମା’ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଘୁମୁସର ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ସ୍ବାଇଁ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ। ଆଗ ଭଳି ଜୈବିକ ସାର ପ୍ରୟୋଗ କରି ଚାଷ କରିବାକୁ ପଡ଼ିବ। ନିଜର ଶରୀର ଭଳି ପରିବେଶର ଯତ୍ନ ନେବା। ମା’ ନାମରେ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ସେ ଆହ୍ବାନ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ପାଟପୁର ବିଜ୍ଞାନ ମହାବିଦ୍ୟାଳୟ ରସାୟନ ବିଭାଗର ମୁଖ୍ୟ ଡ. କୈଳାସ ଚନ୍ଦ୍ର ସ୍ବାଇଁ କହିଲେ ଯେ, ବିକାଶ ନାଁରେ ଆମେ ଯେଉଁ ବିନାଶ କରି ଚାଲିଛେ ତାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ। ଏବେ କେବଳ ଖରା ଅଧିକ ହେଉଛି। ବର୍ଷା ଓ ଶୀତ ଉଭାନ ହୋଇଗଲାଣି। ବର୍ତ୍ତମାନ ବ୍ୟାପକ ଗଛକଟା ଚାଲିଛି। ଏହାକୁ ବନ୍ଦ କରିବାକୁ ପଡ଼ିବ। ନହେଲେ ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ବଡ଼ ବିପଦ ଆସିବ ବୋଲି ଡ. ସ୍ବାଇଁ କହିଥିଲେ।

ସମ୍ମାନିତ ଅତିଥି ବରିଷ୍ଠ ବିଜେଡି ନେତା ଯୋଗେନ୍ଦ୍ର ସ୍ବାଇଁ ପୃଥିବୀକୁ ପୁଣିଥରେ ତିଆରି କରିବାକୁ ପଡ଼ିବ। ଏଥିପାଇଁ ପ୍ରଥମେ ନିଜକୁ ସଜାଡ଼ି ପ୍ରକୃତି ସହିତ କରିଥିବା ଅତ୍ୟାଚାର ବନ୍ଦ କରିବା। ଏହାପରେ ଯାଇ ସବୁଜ ସୁନ୍ଦର ପୃଥିବୀ ଗଠନ ସମ୍ଭବ ହୋଇପାରିବ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ପାଟପୁର ସରପଞ୍ଚଙ୍କ ପ୍ରତିନିଧି ମୁକୁନ୍ଦ ବରାଡ଼, ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀନବନ୍ଧୁ ବେହେରା, ବିଜେପି ଯୁବନେତା ଚିନ୍ମୟ ରେଡ୍ଡି ପ୍ରମୁଖ ପରିବେଶ ସୁରକ୍ଷା ଦିଗରେ ଆଜିଠାରୁ ସମସ୍ତେ ଶପଥ ନେବା ବୋଲି କହିଥିଲେ। ପଲିଥିନ୍ ବର୍ଜନ କରିବା ସହିତ ଜମିରେ ଜୈବିକ ସାର ପ୍ରୟୋଗ କରିବା ଓ ଜଣେ ଗୋଟିଏ ଲେଖାଏଁ ଗଛ ଲଗାଇ ତା’ର ଯତ୍ନ ନେବା ବୋଲି ଅତିଥିମାନେ କହିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button