ପାଦର ଆଙ୍ଗୁଠି ଏହିପରି ଥିଲେ ମଣିଷ ହୋଇଥାଏ ଭାଗ୍ୟଶାଳୀ
ପ୍ରତ୍ୟେକ ବ୍ୟକ୍ତିର ଶରୀରରେ କିଛି ନା କିଛି ଭିନ୍ନତା ରହିଥାଏ , ଶରୀରର ଆକୃତି ବା ଆକାର ଅନୁସାରେ ମନୁଷ୍ୟର ଆଚାର ଓ ବ୍ୟବହାର ଉପରେ ଭିନ୍ନତା ଦେଖା ଦେଇଥାଏ । ତେବେ ଆଜି ଆମେ ଜାଣିବା ମନୁଷ୍ୟ ପାଦର ଆକୃତି ଭିନ୍ନତା ଅନୁସାରେ ବ୍ୟକ୍ତି କେଉଁଭଳି ସ୍ୱଭାବର ହୋଇଥାଏ । ଭାଗ୍ୟଶାଳୀ ବ୍ୟକ୍ତିର 5 ପ୍ରକାର ଆକୃତି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଆକୃତିର ପାଦ ପାଇଁ ବ୍ୟକ୍ତିର ଭାଗ୍ୟ କେତେ ଭଲ ହୋଇଥାଏ ।
1. ସେଲଟିକ ଆକୃତି :-
ଆପଣଙ୍କ ପାଦର ମଝି ଆଙ୍ଗୁଳି ଅର୍ଥାତ୍ ବୃଦ୍ଧା ଆଙ୍ଗୁଳି ପାଖରେ ଥିବା ଆଙ୍ଗୁଠି ସବୁ ଆଙ୍ଗୁଠି ଠାରୁ ବଡ ଅଟେ ଓ ପାଦର ଶେଷ ଦୁଇ ଆଙ୍ଗୁଳି ସମାନ ହୋଇଥାଏ ତେବେ ଏମିତି ପାଦକୁ ସେଲଟିକ ଆକୃତିର ପାଦ କୁହାଯାଏ । ସେଲଟିକ ପାଦର ବ୍ୟକ୍ତି ସାଧାରଣ ବ୍ୟକ୍ତି ଅଟନ୍ତି , ଏହିପରି ପାଦଥିବା ବ୍ୟକ୍ତିଙ୍କୁ ସଫଳତା ମିଳିଥାଏ । କିନ୍ତୁ ସଫଳତା ମିଳିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥାଏ । ଏହି ଲୋକମାନେ କାଳ୍ପନିକ ଜୀବନ ବଞ୍ଚିବାକୁ ଅଧିକ ପସନ୍ଦ କରନ୍ତି , କୌଣସି ବି କାମକୁ ଜଲଦି ଜଲଦି କରିବା ଏମାନଙ୍କୁ ପସନ୍ଦ ନଥାଏ ।
2. ଜର୍ମାନିକ ଆକୃତି :-
ଯେଉଁ ବ୍ୟକ୍ତିଙ୍କର 4 ଟି ଜାକ ଆଙ୍ଗୁଠି ସମାନ ଓ ବୁଢା ଆଙ୍ଗୁଠି ବଡ ଥାଏ , ଏଭଳି ଆକୃତିକୁ ଜର୍ମାନିକ ଆକୃତି କୁହାଯାଇଥାଏ । ଏହି ଲୋକ ଶାନ୍ତିପ୍ରିୟ ହୋଇଥାନ୍ତି , ଏମିତି ଲୋକ ଯେକୌଣି କାମକୁ ଭାବିଚିନ୍ତି କରିଥାନ୍ତି । ଏମାନଙ୍କର ରୋଜକାର କମ ହେଉ ବା ଅଧିକ ସବୁବେଳେ ନିଜକୁ ମ୍ୟାନେଜ୍ କରିବା ଜଣାଥାଏ । ଏହି ବ୍ୟକ୍ତି ଦେଖିବାକୁ ପ୍ରାୟତଃ ସୁନ୍ଦର ଅଟନ୍ତି , ଏମାନଙ୍କ ସୁନ୍ଦର ସୁନ୍ଦର କଥାରେ କାହାକୁ ବି ଆକର୍ଷିତ କରିଦେଇଥାନ୍ତି ।
3. ଗ୍ରୀକ ଆକୃତି :-
ଯେଉଁ ବ୍ୟକ୍ତିଙ୍କର ମଝି ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ମାନଙ୍କ ଠାରୁ ବଡ ହୋଇଥାଏ , ଲାଷ୍ଟରେ ଥିବା ଦୁଇଟି ଆଙ୍ଗୁଠି ସେଲଟିକ ଆକୃତି ଭଳି ସମାନ ନହୋଇ ସାମାନ୍ୟ ଛୋଟ ବଡ ରହିଥାଏ ଏମିତି ପାଦକୁ ଗ୍ରୀକ ଆକୃତି ପାଦ କୁହାଯାଇଥାଏ । ଏହି ଲୋକ ବହୁତ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି , ଏମାନଙ୍କୁ ଅଧିକ କଥାବାର୍ତ୍ତା କରିବା ପସନ୍ଦ ନଥାଏ । ସମାଜ ଏବଂ ପରିବାରରୁ ଏମନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳିଥାଏ ।
4. ଇଜିପସନ ପାଦ :-
ଯେଉଁ ବ୍ୟକ୍ତିର ବୁଢା ଆଙ୍ଗୁଠି ଠାରୁ ଛୋଟ ଆଙ୍ଗୁଠି ପର୍ଯ୍ୟନ୍ତ ସମସ୍ତ ଆଙ୍ଗୁଠି ବଡରୁ ଛୋଟ ଯାଏ ରହିଥାଏ , ସେହିପାଦକୁ ଇଜିପସନ ପାଦ କୁହାଯାଏ । ଏମିତି ଲୋକ ବହୁତ ସୋସିଆଲ ୱାକର ହୋଇଥାନ୍ତି । ଏମାନଙ୍କୁ ନୂଆ ନୂଆ ବ୍ୟକ୍ତି ଙ୍କ ସହିତ କଥା ହେବା ବା ଆଇଡିଆ ସେୟାର କରିବା ଭଲ ଲାଗିଥାଏ ।
5. ରୋମାନ ଆକୃତି :-
ଯେଉଁ ବ୍ୟକ୍ତିର ପାଦର ବୁଢା ଆଙ୍ଗୁଠି ସହିତ ତା ପାଖର 2ଟି ଆଙ୍ଗୁଠି ସମାନ ଥାଏ , ସେହି ପାଦକୁ ରୋମାନ ପାଦ କୁହାଯାଏ । ରୋମାନ ପାଦର ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହେବା ସହିତ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।
କେଉଁ ବୟସରେ ପୁରୁଷ ଓ ମହିଳାଙ୍କ ଶୁକ୍ରାଣୁ ଓ ଅଣ୍ଡା ସଂଖ୍ୟା କମିବା ଆରମ୍ଭ କରେ ?