କ୍ରାଇମ

ଇରାନୀ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତ ଗିରଫ: ହନିଟ୍ରାପରେ ଫସାଇ ଟଙ୍କା ଲୁଟୁଥିଲେ – Utkal Mail


ଭୁବନେଶ୍ୱର: ଇରାନୀ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ତମାଣ୍ଡୋର ଦେବାନନ୍ଦ ଜେନା। ବୋଲଗଡ଼ର ପ୍ରଶାନ୍ତ ପଟ୍ଟନାୟକଙ୍କ ମାମଲା ଆଧାରରେ ଦେବାନନ୍ଦକୁ ଗିରଫ କରାଯାଇଛି। ଏହାରି ଭିତରେ କମିସନରେଟ ପୁଲିସ ଇରାନୀଙ୍କ ସ୍ୱାମୀଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି ଲୋଡ଼ିଛି।

ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଲେ ଇରାନୀଙ୍କ ସ୍ୱାମୀ ନିଶିକାନ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ। ଆଉ କେମିତି ଯୋଜନାବଦ୍ଧ ଭାବେ ହନିଟ୍ରାପରେ ଫସାଇ ଟଙ୍କା ଲୁଟୁଥିଲେ ତାର ରହସ୍ୟ ଭେଦ କରିବ ପୁଲିସ। ଇରାନୀ, ଇରାନୀଙ୍କ ସ୍ୱାମୀ ଓ ସହଯୋଗୀଙ୍କ ମୋବାଇଲ କଲ ହିଷ୍ଟ୍ରିରୁ ମଧ୍ୟ ଅନେକ ତଥ୍ୟ କମିସନରେଟ ପୁଲିସକୁ ମିଳିପାରେ। ହନିଟ୍ରାପ ଜରିଆରେ ବ୍ଲାକମେଲ କରି ଟଙ୍କା ଲୁଟ କରୁଥିଲେ ଇରାନୀ ଗ୍ୟାଙ୍ଗ।

ଆଗରୁ ଗ୍ୟାଙ୍ଗର ରାଣୀ ମହୁମାଛି ସମେତ ୪ଜଣଙ୍କୁ ଗିରଫ ହୋଇଛନ୍ତି। ପୁଲିସ ହାତରେ ଧରା ପଡ଼ିଥିବା ଏ ଖେଳାଳିମାନେ ହେଉଛନ୍ତି ତମାଣ୍ଡୋ ନରଗଦା ସିଟି‌ହୋମ୍‌ ଅଞ୍ଚଳର ନିଶିକାନ୍ତ ପାତ୍ର ଓରଫ ବାପି (୩୩), ତାଙ୍କ ପତ୍ନୀ ଇରାନୀ ପାତ୍ର (୨୭), ସିଜୁପୁଟର ମନୋରଞ୍ଜନ ପ୍ରଧାନ ଓରଫ ଗଣେଶ (୩୦) ଏବଂ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା (୩୬)। ସେମାନଙ୍କ ନିକଟରୁ ପୁଲିସ ୩୦ ହଜାର ଟଙ୍କା, ୯ଲକ୍ଷ ଟଙ୍କାର ଏକ ଚେକ୍‌, ଛୁରି ଓ ଦୁଇଟି ମୋବାଇଲ ଫୋନ୍‌ ଜବତ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button