ମନୋରଞ୍ଜନସ୍ୱାସ୍ଥ୍ୟ

ଦୁର୍ଘଟଣା ପରେ ଆମେରିକାରୁ ମୁମ୍ବାଇ ଫେରିଲେ କିଙ୍ଗ୍ ଖାନ

ଆମେରିକାରେ ସୁଟିଂ ସମୟରେ ବଲିଉଡ ଅଭିନେତା ଶାହରୁଖ ଖାନ ଆହତ ହୋଇଥିବା ଖବର ପ୍ରଶଂସକଙ୍କ ଚିନ୍ତା ବଢାଇ ଦେଇଥିଲା। ସେ ତୁରନ୍ତ ଅସ୍ତ୍ରୋପଚାର କରିଥିବା ଶୁଣିବା ପରେ ତାଙ୍କର ସମସ୍ତ ପ୍ରଶଂସକ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଆମେରିକାର ଲସ ଏଞ୍ଜେଲସରେ “ଜୱାନ” ପିଲ୍ମର ସୁଟିଂ ସମୟରେ ଶାହାରୁଖ ଖାନ ଗୁରୁତର ଭାବେ ଆହତ ହୋଇଥିଲେ । ସେଠାରେ ତାଙ୍କ ନାକର ଏକ ଛୋଟ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ଏହି ରିପୋର୍ଟଗୁଡିକ ମଧ୍ୟରେ ଶାହରୁଖ ଏବେ ମୁମ୍ବାଇ ଫେରିଛନ୍ତି । ତାଙ୍କର ସାମ୍ପ୍ରତିକ ଚିତ୍ର ଏବଂ ଭିଡିଓଗୁଡ଼ିକରେ ସେ ସୁସ୍ଥ ଦେଖାଯାଉଛନ୍ତି । ଶାହାରୁଖ ଖାନଙ୍କୁ ଠିକ ଥିବା ଦେଖି ଦେଖି ପ୍ରଶଂସକମାନେ ଆଶ୍ୱସ୍ତି ଲାଭ କରିଛନ୍ତି ।

ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ଭାରତ ଫେରିବା ସମୟରେ ଭିଡିଓ ଏବଂ ଚିତ୍ର ଭାଇରାଲ ହେଉଛି । ଏଥିରେ ଶାହାରୁଖ ଚଷମା ପିନ୍ଧି ନୀଳ ରଙ୍ଗର ହୁଡି ପିନ୍ଧିଛନ୍ତି । ଶାହରୁଖଙ୍କୁ ଭଲ ସ୍ୱାସ୍ଥ୍ୟରେ ଦେଖି ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି | ଅଭିନେତା ଶାହରୁଖ ଖାନ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ଅନେକ ଫିଲ୍ମ ଅଛି । ସେ ଏକ ଏପିସୋଡର ସୁଟିଂ ପାଇଁ ଲସ୍ ଆଞ୍ଜେଲସରେ ପହଞ୍ଚିଥିଲେ । ଏହି ଶୁଟିଂ ସମୟରେ ଏକ ଦୁର୍ଘଟଣାରେ ଶାହରୁଖ ଖାନଙ୍କ ନାକ ଆଘାତ ପାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button