ମନୋରଞ୍ଜନ

ଏହି 5 ଜଣ ପ୍ରସିଦ୍ଧ ସେଲିବ୍ରିଟି ସୋସିଆଲ ମିଡ଼ିଆରେ ପ୍ରତି ପୋଷ୍ଟ ପାଇଁ ଚାର୍ଜ କରନ୍ତି ମୋଟା ପରିମାଣର ଟଙ୍କା, ଜାଣନ୍ତୁ କିଏ କେତେ ନିଅନ୍ତି ।

ଆଜିକାଲିର ଯୁଗ ହେଉଛି ସୋସିଆଲ ମିଡ଼ିଆର ଏବଂ ଏହି ଇଣ୍ଟରନେଟ ଯୁଗରେ ପ୍ରତ୍ୟକ ବ୍ୟକ୍ତି ପରସ୍ପର ସହ ସୋସିଆଲ ମିଡ଼ିଆ ମାଧ୍ୟମରେ ଯୋଡି ହୋଇ ରହିଛନ୍ତି। ଆମର ବଲିଉଡ ଜଗତର ତାରକାମାନେ ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ଏବେ ତାଙ୍କର ପ୍ରଶଂସକଙ୍କ ସହିତ ବହୁତ ନିକଟତର ହୋଇଗଲେଣି ଏବଂ ତାଙ୍କର ପ୍ରଶଂସକମାନେ ତାଙ୍କ ସହ କଥା ହୋଇପାରିବେ ସେମାନେ ପୋଷ୍ଟ କରିଥିବା ଫୋଟୋରେ ମଧ୍ୟ ପ୍ରଶଂସକ ମାନେ ମତାମତ ଦେଇପାରିବେ।

ଏହିପରି ସୋସିଆଲ ମିଡ଼ିଆ ପ୍ରତ୍ୟକ ବ୍ୟକ୍ତିକୁ ପରସ୍ପରର ନିକଟବର୍ତ୍ତୀ କରିବା ନିମନ୍ତେ ସଫଳ ହୋଇଛି ଏବଂ ସେହି ସୋସିଆଲ ମିଡ଼ିଆ ଦ୍ୱାରା ପ୍ରତ୍ୟକ ଛୋଟ ବଡ ଖବର ଲୋକମାନଙ୍କ ପାଖକୁ ସଂଗେ ସଂଗେ ପହଁଚି ଯାଉଅଛି।

ଆଜିକାଲି ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରୁଛନ୍ତି ,କେବଳ ସାଧାରଣ ଲୋକନୁହନ୍ତି ଏମିତିକି ବଡ ବଡ ତାରକା ମାନେ ମଧ୍ୟ ବ୍ୟବହାର କରୁଛନ୍ତି। ଏବେ ତାରକା ମାନେ ଏବଂ ରାଜନୀତି ଲୋକମାନେ ନିଜର ଖବର ତଥା ବାର୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ସୋସିଆଲ ମିଡ଼ିଆର ସାହାଯ୍ୟ ନେଉଛନ୍ତି ଏବଂ ଏଥିପାଇଁ ଅନେକ ପ୍ରକାରର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେପରିକି ଇନ୍ସଟାଗ୍ରାମ , ଫେସବୁକ, ଟ୍ୱିଟର ଇତ୍ୟାଦି ତିଆରି କରାଯାଇଛି। ଏହା ମାଧ୍ୟମରେ ତାରକା ମାନେ ତାଙ୍କର ପ୍ରଶଂସକ ମାନଙ୍କ ସହ ଯୋଗାଯୋଗ କରନ୍ତି।

ବଲିଉଡର ପ୍ରସିଦ୍ଧ ତାରକାମାନେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ପାଇଁ କେତେ ପରିମାଣର ଟଙ୍କା ନିଅନ୍ତି ଆସନ୍ତୁ ଜାଣିବା :-

1. ଅମିତାଭ ବଚ୍ଚନ :-

ଆମ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋସିଆଲରେ ବହୁତ ସକ୍ରିୟ ରୁହନ୍ତି ଏବଂ ତାଙ୍କର ପ୍ରଶଂସକମାନଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ । ଇନ୍ସଟାଗ୍ରାମର କଥା କହିବାକୁ ଗଲେ ତାଙ୍କର ଅନୁସରଣକାରୀଙ୍କ ସଂଖ୍ୟା 24.6 ମିଲିଅନ ଅଟେ ଏବଂ ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିବା ପାଇଁ ପ୍ରାୟ 50 ଲକ୍ଷ ଟଙ୍କା ନିଅନ୍ତି।

2. ଦୀପିକା ପାଦୁକୋନ :-

ବଲିଉଡର ସବୁଠାରୁ ବରିଷ୍ଠ ଅଭିନେତ୍ରୀ ରୂପରେ ଜଣାଯାଉଥିବା ଦୀପିକା ପାଦୁକୋନଙ୍କ କଥା କହିବାକୁ ଗଲେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିବା ପାଇଁ ପ୍ରାୟ 1.5 କୋଟି ଟଙ୍କା ଚାର୍ଜ କରନ୍ତି। ଯଦି ଆମେ ତାଙ୍କର ଇନ୍ସଟାଗ୍ରାମର ଅନୁସରଣକାରୀଙ୍କ ସଂଖ୍ୟା ବିଷୟରେ କଥା ହେବା ତେବେ ବର୍ତ୍ତମାନ ସମୟରେ ତାଙ୍କର ପ୍ରାୟ 52.8 ମିଲିଅନ ଅଟେ।

3. ପ୍ରିୟଙ୍କା ଚୋପ୍ରା ଯୋନସ୍ :-

ବଲିଉଡରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦେଶୀ ଗାର୍ଲ ରୂପରେ ପରିଚିତ । ବର୍ତମାନ ସମୟରେ ସେ ବିଦେଶୀ ହୋଇଗଲେଣି ଏବଂ ଆଜିର ସମୟରେ ପ୍ରିୟଙ୍କା ଚୋପ୍ରା ଆନ୍ତର୍ଜାତିୟ ତାରକା ହୋଇଯାଇଛନ୍ତି। ଯଦି ଆମେ ତାଙ୍କର ସୋସିଆଲ ମିଡ଼ିଆର ଅନୁସରଣକାରୀଙ୍କ ସଂଖ୍ୟା ବିଷୟରେ ଆଲୋଚନା କରିବା ତେବେ ତାଙ୍କର ପ୍ରାୟ 59.9 ମିଲିଅନ ଅଟେ। ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିବା ପାଇଁ 1.87 କୋଟି ନିଅନ୍ତି ।

4. ସାହାରୁଖ ଖାନ :-

ବଲିଉଡର କିଙ୍ଗ ଖାନଙ୍କ ବିଷୟରେ ଯଦି କଥାହେବା ତେବେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନୁସରଣକାରୀ ସଂଖ୍ୟା ପ୍ରାୟ 24 ମିଲିଅନ ଅଟେ। ସେ ତାଙ୍କ ଆକାଉଣ୍ଟରେ ଏକ ପୋଷ୍ଟ କରିବାକୁ 1 କୋଟି ଟଙ୍କା ନିଅନ୍ତି।

5. ବିରାଟ କୋହଲି :-

ଆମର ଇଣ୍ଡିଆନ ଟିମ୍ ର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସମୟରେ ଏକ ଝିଅର ପିତା ହୋଇଛନ୍ତି। ଆଜିର ସମୟରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଆମ ଦେଶର ସବୁଠାରୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ତାରକା ଅଟନ୍ତି । ଆମେ ଯଦି ବିରାଟ କୋହଲିଙ୍କ ସୋସିଆଲ ମିଡ଼ିଆର ଅନୁସରଣକାରୀ ବିଷୟରେ କଥା ହେବା ତେବେ ତାହା ବର୍ତମାନ ପ୍ରାୟ 90 ମିଲିୟନ ଅଟେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ପାଇଁ ସେ 1.35 କୋଟି ଟଙ୍କା ଚାର୍ଜ କରନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button