ଜୀବନଶୈଳୀ

ଚାଣକ୍ୟ ନୀତି: ଏହି ୬ ଦୁଃଖକୁ ମଣିଷ ଚାହିଁ ମଧ୍ୟ ଶେଷ କରିପାରେ ନାହିଁ, ଜୀବନସାରା ଦୁଃଖ ଥାଏ

ଆଚାର୍ଯ୍ୟ ଚାଣକ୍ୟ ପୂର୍ବ ସମୟରେ ଜଣେ ମହାନ ବିଦ୍ଵାନ ଥିଲେ। ନିଜର ଜୀବନର ଅନୁଭବ ଓ ବୁଝାମୁଣାକୁ ନେଇ ସେ ଚାଣକ୍ୟ ନୀତି ପ୍ରସ୍ତୁତ କରିଥିଲେ। ଏହି ନୀତିରେ ନିତିଦିନିଆ ଜୀବନର ଅନେକ ବିଷୟରେ ସୂଚନା ଦିଆଯାଇଥିଲା। ଏଥିରୁ କିଛି ଜିନିଷ ଆଜି ମଧ୍ୟ ସତ ବୋଲି ପ୍ରମାଣିତ ହୁଏ। ଏମିତିରେ ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏମିତି ୬ଟି ଦୁଃଖ ବିଷୟରେ କହିବାକୁ ଯାଉଛୁ ଯାହାକି ମଣିଷକୁ ନିଆଁ ପରି ଜାଳିଦିଏ। ଅର୍ଥାତ ଏହି ଦୁଃଖ କେବେ ସମାପ୍ତ ହୁଏନାହିଁ।

ଖରାପ ସ୍ଥାନରେ ବାସ:-

କୁହାଯାଏକି ଆପଣଙ୍କ ଚାରିପାଖରେ ଥିବା ବସ୍ତୁ ଯୋଗୁଁ ଆପଣଙ୍କ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡିଥାଏ। ଯଦି କୌଣସି ଏମିତି ସ୍ଥାନରେ ରୁହନ୍ତି ଯାହାକି ତାଙ୍କୁ ଆଦୌ ପସନ୍ଦ ନୁହେଁ, ତେବେ ସେ ସବୁବେଳେ ଚିନ୍ତାରେ ରୁହନ୍ତି। ତାଙ୍କ ମନରେ ଲଗାତାର ନକାରାତ୍ମକ ବିଚାର ଚାଲୁଥାଏ। ଏମିତି ସ୍ଥାନରେ ରହି ମଧ୍ୟ ସେ ସୁଖୀ ରହିପାରନ୍ତି ନାହିଁ।

Google

ଝ-ଗ-ଡା କରୁଥିବା ସ୍ତ୍ରୀ:-

ଯେଉଁ ମହିଳାମାନଙ୍କର ସ୍ଵଭାବ ଝ-ଗ ଡା କିମ୍ବା କର୍କଶ ହୋଇଥାଏ ସେମାନେ ଜୀବନରେ କେବେ ସୁଖୀ ରହିପାରନ୍ତି ନାହିଁ। ଏହି କାରଣରୁ ସେମାନେ ଛୋଟ ଛୋଟ କଥାରେ ରାଗିଯାନ୍ତି। ସେମାନଙ୍କୁ ଝ-ଗ-ଡା ବିନା ଶାନ୍ତି ମିଳେନାହିଁ। ତାଙ୍କ କାରଣରୁ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଚିନ୍ତାରେ ରୁହନ୍ତି। ଏଥିରେ ମଧ୍ୟ ଏହି ମହିଳାମାନେ ସବୁବେଳେ ନିଜର ସ୍ଵଭାବ ବଜାୟ ରଖନ୍ତି।

Google

ନୀଚ ଜାତିର ସେବା:-

ସମାଜରେ ଯେଉଁ ପରିବାରର ଛବି ଦୁଷ୍ଟ କିମ୍ବା କପଟୀ କିମ୍ବା ନୀଚ ଥାଏ ସେମାନଙ୍କର ସେବା କରିବା ମଧ୍ୟ ଏକ ଦୁଃଖ ଅଟେ। ଏହି କାରଣରୁ ଏହି ପ୍ରକାର ଲୋକ ସେବା କରାଇ ନିଅନ୍ତି କିନ୍ତୁ ନିଜର ସେବା କରିବା ସମୟ ଆସିଲେ ନାଟକ ଦେଖାନ୍ତି।

Google

ଖରାପ ଭୋଜନ:-

ଯଦି କୌଣସି ମଣିଷକୁ ସ୍ଵାଦହୀନ ଭୋଜନ ଓ ପୌଷ୍ଟିକ-ହୀନ ଭୋଜନ ବାରମ୍ବାର ଖାଇବାକୁ ଦିଆଯାଏ ତେବେ ଏହା ମଧ୍ୟ ଏକ ବଡ ଦୁଃଖ ଅଟେ। ଯେତେବେଳେ ମଣିଷର ପେଟ ଭଲ ଭାବରେ ପୁରେ ନାହିଁ ସେତେବେଳେ ଅନ୍ୟ କାମରେ ମଧ୍ୟ ମନ ଲାଗେ ନାହିଁ। ଖରାପ ଖାଇବା ଓ ଅଧା ଅଧୁରା ଖାଇବା ସାରା ଦିନକୁ ଖରାପ କରିଦିଏ।

Google

ମୂର୍ଖ ପୁଅ:-

ଦେଖିବାକୁଗଲେ ପୁଅ ବୃଦ୍ଧ ସମୟରେ ମା-ବାପାଙ୍କର ସାହାରା ହୁଅନ୍ତି, କିନ୍ତୁ ଏହି ପୁଅ ଯଦି ମୂର୍ଖ ଥିବ ତେବେ ଆଜୀବନ ବାପା-ମାଙ୍କ ଉପରେ ବୋଝ ହୋଇ ରୁହନ୍ତି। ଏମିତିରେ ମା-ବାପା ନିଜର ମୂର୍ଖ ପୁଅକୁ ନେଇ ସବୁବେଳେ ଚିନ୍ତାରେ ଓ ଦୁଃଖରେ ରୁହନ୍ତି।

Google

ବିଧବା ପୁତ୍ରୀ:-

ଝିଅ ଯେତେବେଳେ ବିବାହ କରି ଶ୍ଵଶୁର ଘରକୁ ଚାଲିଯାଏ ସେତେବେଳେ ମା-ବାପା ବହୁତ ଖୁସି ହୋଇଯାନ୍ତି। କିନ୍ତୁ ଯଦି ଝିଅ ବିଧବା ହୋଇଯାଏ ତେବେ ସେମାନେ କାନ୍ଦି କାନ୍ଦି ତାଙ୍କର ଅବସ୍ଥା ଖରାପ ହୋଇଯାଏ। ତାପରେ ସେମାନେ ବିଧବା ଝିଅର ଭବିଷ୍ୟତକୁ ନେଇ ଜୀବନସାରା ଚିନ୍ତା କରୁଥାନ୍ତି।

Google

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button