ଦେଶ ବିଦେଶ

ଫେସିଆଲ କିମ୍ବା ବ୍ୟୁଟି ପ୍ରଡକ୍ଟକୁ ଛାଡ଼ନ୍ତୁ ,ଏଣିକି ଚାପୁଡ଼ା ମାରି ବଢ଼ାନ୍ତୁ ନିଜ ତ୍ୱଚାର ସୌନ୍ଦର୍ଯ୍ୟ

ଆଜିର ସମୟରେ କେହି ଏପରି ନାହିଁ ଯିଏ ସୁନ୍ଦର ଦେଖାଯିବା ପାଇଁ ଚାହେଁନି। ସେଥିପାଇଁ ସମସ୍ତେ ସୁନ୍ଦର ଦେଖାଯିବାର ଚେଷ୍ଟାରେ ଲାଗିରହିଥାନ୍ତି। ଏଥିଲାଗି ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣେଇ ନେଇଥାନ୍ତି। କିଏ କ୍ରିମର ବ୍ୟବହାର କରନ୍ତି ତ ଆଉକିଏ ପ୍ରାକୃତିକ ଉପାୟ ଆପଣେଇଥାନ୍ତି। ସବୁବେଳେ ସୁନ୍ଦର ଦେଖାଯିବା ଏବଂ ତ୍ୱଚା ଗ୍ଲୋ କରିବା ପାଇଁ ସମସ୍ତେ ଏପରି କରିଥାନ୍ତି। କିନ୍ତୁ ଆଜି ଆମେ ଯେଉଁ ଉପାୟ ଜଣାଇ ବାକୁ ଚାଁହୁଛୁ ତା ଦ୍ୱାରା ଆପଣ ନିଜକୁ ଚାପୁଡ଼ା ମାରି ଗ୍ଳୋଇଂ ତ୍ୱଚା ପାଇପାରିବେ।

ବର୍ତ୍ତମାନ ଭଲ ତ୍ୱଚା ପାଇବା ପାଇଁ ଏକ ଅଜିବ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏହି ଟ୍ରେଣ୍ଡ ହେଉଛି ନିଜକୁ ଚାପୁଡ଼ା ମାରିବାର ଏହାକୁ ସ୍ଲାପ ଥେରାପି କୁହାଯାଏ। ବ୍ୟୁଟି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଚାପୁଡ଼ା ଦ୍ୱାରା ଚେହେରାରେ ରକ୍ତ ପ୍ରବାହ ବଢ଼ିଯାଇଥାଏ ଏବଂ ସ୍କିନ ଏନରଜେଟିକ ହୋଇଯାଇଥାଏ। ଚେହେରାରେ କ୍ରିମ ବା ମଶ୍ଚରାଇଜର ଲଗାଇବା ଦ୍ୱାରା ମଧ୍ୟ ରକ୍ତପ୍ରବାହ ବଢିଥାଏ ଏବଂ ସ୍କିନ ଏନରଜେଟିକ ହୋଇଥାଏ। ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଚାପୁଡ଼ା କୋଲେଜନ ଉପରେ ମଧ୍ୟ କାମ କରିଥାଏ ଯାହା ସ୍କିନକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ।

ଚାପୁଡ଼ା ମାରିବାର ମାନେ ଏହା ନୁହେଁ ଯେ ନିଜକୁ ଆଘାତ ଦିଅନ୍ତୁ। ଆପଣଙ୍କୁ କେବଳ ନିଜ ସ୍କିନ ଉପରେ ଟିକେ ପ୍ରେସର ଦେବାକୁ ପଡିବ ଯାହାଦ୍ୱାରା ବ୍ଲଡ଼ ଫ୍ଲୋ ବଢିବ। ଯଦି ଆପଣ ଏପରି କରନ୍ତି ତାହେଲେ ଆପଣଙ୍କ ସ୍କିନରେ ତାଜାପଣ ଆସିଯିବ। ସ୍ଲାପିଙ୍ଗ ଥେରାପି ଦ୍ୱାରା କ୍ରିମ ଏବଂ ଅଏଲ ସ୍କିନରେ ଅବଜର୍ଭ ହୋଇଥାଏ ଏବଂ ଏହାଦ୍ୱାରା ସ୍କିନ ନରମ ମଧ୍ୟ ରହିଥାଏ। କୋରିଆ ଏବଂ ଆମେରିକାରେ ସୁନ୍ଦର ଦେଖାଯିବା ପାଇଁ ସ୍ଲାପିଙ୍ଗ ଥେରାପି ବହୁତ ଲୋକପ୍ରିୟ ଅଟେ। ସେଠାକାର ଲୋକମାନେ ସ୍କିନକୁ ସଫ୍ଟ ରଖିବା ପାଇଁ ଏବଂ ମୁଁହରୁ ବ୍ରଣ ଦୂର କରିବା ପାଇଁ ଏହି ଥେରାପିକୁ ବ୍ୟବହାର କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button