ବ୍ୟବସାୟ

ଟେସ୍‌ଲା ବସାଇବ ବ୍ୟାଟେରି ସଂରକ୍ଷଣ କାରଖାନା – Utkal Mail


ନୂଆଦିଲ୍ଲୀ: ନିଜ ଇଲେକ୍ଟ୍ରିକ୍ କାର୍‌କୁ ଭାରତରେ ବିକ୍ରି କରିବା ଲାଗି ଜୋରଦାର ଉଦ୍ୟମ କରୁଥିବା ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ କଂପାନି ଟେସ୍‌ଲା ଏକ ବ୍ୟାଟେରି ସଂରକ୍ଷଣ କାରଖାନା ନିର୍ମାଣ କରିବା ଉପରେ ବିଚାର କରୁଛି। ପ୍ରୋତ୍ସାହନ ପାଇବା ଲାଗି କଂପାନି ସରକାରଙ୍କ ନିକଟରେ ଆବେଦନ କରିଛି।

ଭାରତରେ ଏକ ଇଲେକ୍ଟ୍ରିକ୍ କାର୍‌ କାରଖାନା ତିଆରି କରିବା ଲାଗି ଟେସ୍‌ଲା ଉଦ୍ୟମ କରୁଥିଲା। କୋଡ଼ିଏ ଲକ୍ଷ ଟଙ୍କିଆ ଟେସ୍‌ଲା ଉତ୍ପାଦନ କରିବାର ଲକ୍ଷ୍ୟ ଥିଲା। ସେନେଇ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ହୋଇଥିଲା। ମାତ୍ର କଥାବାର୍ତ୍ତାରେ ବିଶେଷ ଅଗ୍ରଗତି ହୋଇଛି। ଏବେ କଂପାନି ବ୍ୟାଟେରି ସଂରକ୍ଷଣ କାରଖାନା ସ୍ଥାପନ ଉପରେ ଜୋର ଦେଇଛି। କଂପାନି ଏହାର ପାୱାରୱାଲ୍ ବ୍ୟବସ୍ଥା ଜରିଆରେ ସୌର ଶକ୍ତି ଓ ଗ୍ରିଡ୍‌ରୁ ଶକ୍ତିକୁ ସଂରକ୍ଷଣ କରି ତାହାକୁ ରାତିରେ ଓ ବିଦ୍ୟୁତ ବିଭ୍ରାଟ ସମୟରେ ଉପଯୋଗ କରିବା ସୁବିଧା ପ୍ରଦାନ କରିବ। ବ୍ୟାଟେରିଂ ସଂରକ୍ଷଣ କାରଖାନା ଲାଗି ଟେସ୍‌ଲା ଯେଉଁ ପ୍ରୋତ୍ସାହନ ମାଗିଛି ତାହା କଂପାନିକୁ ମିଳିନପାରେ। ତେବେ ଗ୍ରାହକମାନଙ୍କୁ ସବ୍‌ସିଡି ଦେବା ବିଷୟରେ ସରକାର ଚିନ୍ତା କରିବେ ବୋଲି କହିଛନ୍ତି। ଏହି ଯୋଜନାକୁ ନେଇ ଉଭୟ ଟେସ୍‌ଲା ଓ ଭାରତ ସରକାର ଉତ୍ସାହିତ ଥିବାରୁ ତାହା ବା‌ସ୍ତବ ରୂପ ନେଇପାରେ ବୋଲି ଆଲୋଚନା ହେଉଛି। ବ୍ୟାଟେରି ସଂରକ୍ଷଣ ବ୍ୟବସ୍ଥାକୁ କଂପାନି ଲୋକମାନଙ୍କୁ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ବିକ୍ରି କରିବା ବିଷୟରେ ବିଚାର କରୁଛି।

ଟେସ୍‌ଲାର ପାୱାରୱାଲ୍‌ ହେଉଛି ଏଭଳି ଏକ ଉପକରଣ ଯାହାକୁ ଘର ଭିତରେ କିମ୍ବା ବାହାରେ ଝୁଲାଇହେବ। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ ଆମେରିକା ଗସ୍ତ ବେଳେ ମସ୍କଙ୍କ ସହ ଏହି ବ୍ୟାଟେରି ସଂରକ୍ଷଣ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା। ଚାଷୀମାନଙ୍କୁ ତାହା କିଭଳି ସାହାଯ୍ୟ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଜାଣିବାକୁ ଚାହିଥିଲେ। ପାୱାରକୁ ଘରର ବିଦ୍ୟୁତ ବ୍ୟାକ୍‌ଅପ୍ ବ୍ୟବସ୍ଥା ଭାବେ ବ୍ୟବହାର କରାଯାଉଛି। ଭାରତ ଭାରତରେ ଯଦି ଏହି ଯୋଜନା ସଫଳ ହେବ ତେବେ କଂପାନି ଶିଳ୍ପ ସଂସ୍ଥା ଲାଗି ମଧ୍ୟ ବ୍ୟବସ୍ଥା ବିକାଶ କରିବ। ଆମେରିକାରେ ପାୱାରୱାଲ୍‌ ଦାମ୍ ୫,୫୦୦ ଡଲାର ରହିଛି। ବ୍ୟବହାରକାରୀମାନେ ନିଜ ଆବଶ୍ୟକତା ପୂରଣ ହେବା ପରେ ବଳକା ବିଜୁଳି ଗ୍ରିଡ୍‌କୁ ବିକ୍ରି କରୁଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button