ଜୀବନଶୈଳୀ

ଖାଲି ସୁନ୍ଦରତା ନୁହଁ, ଏହି କାରଣ ପାଇଁ ସାଥିଙ୍କ ଉପରେ ସନ୍ଦେହ କରନ୍ତି ପୁରୁଷ

ବିଶ୍ବାସ ହିଁ ସମସ୍ତ ସଂପର୍କର ମୂଳ ରହିଥାଏ। ବିଶ୍ବାସ ବିନା ଅସମ୍ବବ କୌଣସି ସଂପର୍କ। ଖାସ କରି ପ୍ରେମ ଏବଂ ବିବାହରେ ସବୁଠାରୁ ବଡ଼ ଜିନିଷ ରହିଥାଏ ବିଶ୍ବାସ । କାରଣ ବିଶ୍ବାସ ହିଁ ସଂପର୍କକୁ ଘନିଷ୍ଠ ଏବଂ ସୁଦଢ଼ କରିଥାଏ। ତେବେ ସଫଳ ସଂପର୍କ କେବେ ମଧ୍ୟ ସନ୍ଧେହର କୌଣସି ଆଶଙ୍କା ରହିବା ଉଚିତ ନୁହଁ। ଯେଉଁଠାରେ ସନ୍ଦେହ ଆରମ୍ଭ ହେଲା ସେତେବେଳେ ସଂପର୍କ ଭାଙ୍ଗିବାର ଅଧିକ ସମ୍ଭାବନା ରହିଥାଏ। ସାଧାରଣତଃ ମହିଳାଙ୍କ ଉପରେ ପୁରୁଷ ଅନେକ କଥାକୁ ନେଇ କରିଥାନ୍ତି ସନ୍ଦେହ। ଯାହା ଫଳରେ ସଂପର୍କ ଭାଙ୍ଗିବା ପରିସ୍ଥିତିରେ ପଳାଇଆସିଥାଏ। ଆଜି ଆମେ କହିବାକୁ ଯାଉଛୁ କେଉଁ କାରଣ ପାଇଁ ସଂପର୍କରେ ଆସିଥାଏ ସନ୍ଧେହ।

couple_

-ଅନେକ ସମୟରେ ପତ୍ନୀଙ୍କ ବା ସାଥିଙ୍କ ସୁନ୍ଦରତା ହିଁ ସନ୍ଦେହର କାରଣ ପାଲଟିଥାଏ। ଏହା ଛଡ଼ା ପତ୍ନୀଙ୍କ ଯୌବନ ଦେଖାଯିବା ମଧ୍ୟ ସ୍ବାମୀଙ୍କ ମନରେ ସନ୍ଦେହ ବଢ଼ାଇଥାଏ। ଏପରି ମଧ୍ୟ ଦେଖାଯାଇଛି ମନରେ ସନ୍ଧେହ ହେବା କାରଣରୁ ସ୍ବାମୀମାନେ ମାରଣତକ ହୋଇଯାଆନ୍ତି।

couple 4

-ଜୀବନରେ ଅନେକ ସମୟରେ ଏପରି କିଛି ଅସୁବିଧା ଆସିଥାଏ ଯାହା ଫଳରେ ସ୍ବାମୀ ମାନେ ସନ୍ଦେହି ହୋଇଯାଇଥାନ୍ତି। ଏପରକି ତାଙ୍କୁ ସବୁବେଳେ ଅନୁଭବ ହୋଇଥାଏ ତାଙ୍କ ସାଥି ତାଙ୍କୁ କିଛି କଥା ଲୁଚାଉଛନ୍ତି। ଫଳରେ ଝଗଡ଼ା ହେବା ସହ ନାହିଁ ନଥିବା ଅସୁବିଧା ହୋଇଥାଏ। ଏଣୁ କେବେ ମଧ୍ୟ ନିଜ ଜୀବନ ସାଥିଙ୍କୁ କିଛି କଥା ଲୁଚାଇବା ଉଚିତ୍ ନୁହଁ। ସମସ୍ତ ଅସୁବିଧା ତଥା ଘଟଣା ବିଷୟରେ ଖୋଲି କଥା ହୁଅନ୍ତୁ। ଫଳରେ ମନରେ ଥିବା ସମସ୍ତ ସନ୍ଧେହର ସମାଧାନ ହୋଇପାରିବ।

relation

-ଯଦି ବିନା କାରଣରେ ପତ୍ନୀ ଅଧିକ ସଜ୍ଜବାଜ୍ଜ ହୋଇଥାନ୍ତି ତେବେ ସ୍ବାମୀଙ୍କ ମନରେ ସନ୍ଦେହ ଜାତ ହୋଇଥାଏ। ଫଳରେ ସେ ନାହିଁ ନଥିବା ମନରେ ସନ୍ଦେହ ଜାତ ହୋଇଥାଏ। ପତ୍ନିଙ୍କ ଅଧିକ ପୁରୁଷ ବନ୍ଧୁ ରହିବା ବା ସେମାନଙ୍କ ସହ ସମୟ ବିତାଇବା ମଧ୍ୟ ସ୍ବାମୀଙ୍କ ମନରେ ସନ୍ଦେହ ଜାତ କରିଥାଏ। ଏଣୁ ଏହା ବିଷୟରେ ଖୋଲି ନିଜ ସାଥିଙ୍କ ସହ କଥା ହୁଅନ୍ତୁ। ନିଜ ବନ୍ଧୁଙ୍କ ସହ ସମୟ ବିତାଇବା ସହ ସାଥିଙ୍କୁ ମଧ୍ୟ ସଠିକ୍ ସମୟ ଦେବାକୁ ଚେଷ୍ଠା କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button