ରାଜନୀତି

ଶାସନ କରୁଛନ୍ତି ପରାଜିତ ସରକାର ; ଅଖିଳେଶ ଯାଦବ

ଲୋକସଭା ନିର୍ବାଚନରେ ​​ହ୍ରାସ ପାଇଥିବା ସଂଖ୍ୟାକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ। ସେ ନିଜର ମତ ବ୍ୟକ୍ତ କରି କହିଛନ୍ତି ଯେ ବିରୋଧୀ ଇଣ୍ଡିଆ ବ୍ଲକ୍‌ ପାଇଁ ଏହା ଏକ ନୈତିକ ବିଜୟ। ରାଷ୍ଟ୍ରପତିଙ୍କ ସମ୍ବୋଧନରେ ‘ମୋସନ ଅଫ୍ ଥ୍ୟାଙ୍କ୍‌ସ୍‌’ରେ ଅଂଶଗ୍ରହଣ କରି କନ୍ନଜ ସାଂସଦ କହିଛନ୍ତି ଯେ ଇଣ୍ଡିଆ ବ୍ଲକର ଭବିଷ୍ୟବାଣୀକୁ ଅସ୍ୱୀକାର କରି ଏନଡିଏକୁ ଗର୍ବକୁ ଜନସାଧାରଣ ଭାଙ୍ଗି ଦେଇଛନ୍ତି।

ଲୋକେ କହୁଛନ୍ତି ଏ ସରକାର ଚାଲିବନି ବରଂ ଭାଙ୍ଗିଯିବ । ୧୫ ଅଗଷ୍ଟ ଭାରତର ସ୍ୱାଧୀନତା ଦିବସ ଏବଂ ୪ ଜୁନ୍ ସାମ୍ପ୍ରଦାୟିକ ରାଜନୀତିରୁ ସ୍ୱାଧୀନତାର ଦିବସ । ସମ୍ବିଧାନ ହିଁ ସଞ୍ଜିବନୀ ଏବଂ ଏହି ନିର୍ବାଚନରେ ସମ୍ବିଧାନର ରକ୍ଷକଙ୍କର ବିଜୟ ହୋଇଛି । ଏ ଦେଶ କାହାର ବ୍ୟକ୍ତିଗତ ଆଂକାକ୍ଷାରେ ନୁହେଁ ବରଂ ଜନ ଆକାଂକ୍ଷାରେ ଚାଲିବ । ବିଭିନ୍ନ ପ୍ରସଙ୍ଗ ଉଠାଇ ଅଖିଳେଶ ଯାଦବ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ।

ପରେ ଇଭିଏମକୁ ନେଇ ସଂସଦରେ ବଡ ବୟାନ ରଖିଛନ୍ତି ଅଖିଳେଶ ଯାଦବ । ଅଖିଳେଶ କହିଛନ୍ତି, ଯେତେବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ସେତେବେଳେ ନିର୍ବାଚନ ଆୟୋଗ କିଛି ଲୋକଙ୍କୁ ବହୁତ ସହଯୋଗ କଲେ । ନିର୍ବାଚନ କମିଶନ ଭଳି ସଂସ୍ଥା ନିରପେକ୍ଷ ହେଲେ ହିଁ ଭାରତର ଗଣତନ୍ତ୍ର ମଜବୁତ ହେବ । ଏପରିକି ଆଜି ବି ଇଭିଏମ ଉପରେ ମୋର ଭରସା ନାହିଁ । ଉତ୍ତରପ୍ରଦେଶର ୮୦ରୁ ୮୦ ଆସନ ଜିତିଗଲେ ମଧ୍ୟ ଇଭିଏମ ଉପରେ ଭରସା ଆସିବନି । ଆମେ ନିର୍ବାଚନରେ କହିଥିଲୁ ଇଭିଏମରେ ଜିତିବୁ ଏବଂ ଇଭିଏମକୁ ହଟାଇବୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button