ଧର୍ମ

ବିନା ପୂଜାରେ ହିଁ ହୋଇଥାଏ ମନୋସ୍କାମନା ପୂର୍ଣ୍ଣ,ବାସ ଆପଣଙ୍କୁ ଘରେ ଥିବା ମନ୍ଦିରରେ ଏହି ଜିନିଷ ରଖିଦେବାକୁ ହେବ |

ବନ୍ଧୁଗଣ ଆମ ଭାରତୀୟ ସଂସ୍କୃତି ରେ ଛୋଟ କିମ୍ବା ବଡ ପୂଜା କରିବାର କିଛି ନିଶ୍ଚିନ୍ତ ନିୟମ ନିର୍ଧାରିତ କରାଯାଇଛି ଏବଂ ଏହି ନିୟମ କୁ ପାଳନ କରି ହିଁ ଆମକୁ ପୂଜା ପାଠ କରିବା ଉଚିତ | କାରଣ ଏହିପରି କରିବା ଦ୍ୱାରା ହିଁ ଆମକୁ ପୂଜାର ଫଳ ମିଳିଥାଏ ଏବଂ ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ | ବନ୍ଧୁଗଣ ଅନେକ ସମୟ ରେ ଆମେ ସମ୍ପୂର୍ଣ୍ଣ ଶ୍ରଦ୍ଧା ର ସହ ପୂଜା ପାଠ ତ କରିଥାଉ କିନ୍ତୁ ତଥାପି ଆମକୁ ତାହାର ଫଳ ମିଳିନଥାଏ ଏବଂ ଆମ କଷ୍ଟର ନିବାରଣ ମଧ୍ୟ ହୋଇନଥାଏ | ଏହିପରି କଣ ପାଇଁ ହୋଇଥାଏ? ତେବେ ଏହିପରି ହେବାର କାରଣ ଅପଣଙ୍କ ପୂଜା କରିବାର ତରିକା ବି ହୋଇପାରେ,ହୁଏ ତ ଆପଣ ଠିକ ରେ ପୂଜା କରୁନାହାନ୍ତି କିମ୍ବା ଏମିତି କିଛି ଭୁଲ କରୁଛନ୍ତି ଯାହା ଫଳ ରେ ଆପଣଙ୍କ ପ୍ରାଥନା ଭଗବାନ ଙ୍କ ପାଖରେ ପହଂଚି ପାରୁନାହିଁ |

ଆମ ଶାସ୍ତ୍ର ରେ କୁହାଯାଇଥିବା ସମସ୍ତ ପୂଜା ସାମଗ୍ରୀର ନିଜ ନିଜର ମହତ୍ୱ ରହିଛି | ଧୂପ, ଦୀପ, ସିନ୍ଦୁର, ଚାଉଳ, କିମ୍ବା ଚନ୍ଦନ ହେଉ ସମସ୍ତଙ୍କର ଅଲଗା ଅଲଗା ବିଶେଶ୍ୱତ ରହିଛି | ତେବେ ଆଜି ଆମେ ଆପଣ ଙ୍କୁ ପୂଜା କରିବାର ସଠିକ ବିଧି ବିଧାନ ବିଷୟରେ କହିବୁ ଏବଂ ପୂଜା ଘରେ କେଉଁ ଜିନିଷ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ତାହା ବିଷୟରେ ମଧ୍ୟ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣଙ୍କୁ କହିବୁ | ପୂଜା କରିବା ପୂର୍ବରୁ ସର୍ବ ପ୍ରଥମେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପୂଜା ଘର ଉତ୍ତର ପୂର୍ବ ରେ ରହିବା ଉଚିତ

ଏହା ପରେ ସକାଳେ ସ୍ନାନ କରି ସ୍ଵଛ ହୋଇ ପୂଜା କରିବା ଉଚିତ ଏବଂ ନିତ୍ୟ ସକାଳ ସନ୍ଧ୍ୟା ରେ ଗୋଟିଏ ଦୀପ ଜଳେଇବା ଉଚିତ | ମନ୍ଦିର ପରିବେଶ ସଫା ସୁତର ରଖନ୍ତୁ,ଏବଂ ଫୁଲ ଧୂପ ଦୀପ ଦେଇ ଭଗବାନ ଙ୍କୁ ବିଧି ବିଧାନ ରେ ପୂଜା କରନ୍ତୁ | ତେବେ ବନ୍ଧୁଗଣ ଭଗବାନ ଙ୍କ ପାଇଁ ଆସିଥିବା ଭୋଗ କୁ ଅଇଁଠା କରନ୍ତୁ ନାହିଁ ଏଥି ସହ ଫୁଲ, ଧୂପ, ଦୀପ, ଚନ୍ଦନ ଏସବୁ ଶୁଙ୍ଘିବେ ନାହିଁ ଶାସ୍ତ୍ର ରେ ଏହାକୁ ଅଶୁଭ ବୋଲି କୁହାଯାଇଛି ଏପରି କରିବା ଠିକ ନୁହେଁ |

ବନ୍ଧୁଗଣ ଘଣ୍ଟି, ଘଣ୍ଟ, ଶଙ୍ଖ ଏସବୁ କେବଳ ଆଳତି ସମୟରେ ହିଁ ବଜେଇବା ଉଚିତ | ବନ୍ଧୁଗଣ ଆମ ଶାସ୍ତ୍ର ରେ କଳସ କୁ ବହୁତ ପବିତ୍ର ବୋଲି କୁହାଯାଇଛି, ତେବେ କୌଣସି ବି ପୂଜା ପର୍ବ ହେଉ କିମ୍ବା ମଙ୍ଗଲିକ କାର୍ଯ୍ୟ କଳସ କୁ ସବୁଥିରେ ବ୍ୟବହାର କରାଯାଇଥାଏ |ତମ୍ଭାର କଳସ ବହୁତ ଶୁଭ ହୋଇଥାଏ, ତେବେ କଳସ ସ୍ଥାପନ ବିନା ସବୁ ପୂଜା ଏବଂ ମଙ୍ଗଲିକ କାର୍ଯ୍ୟ କୁ ଅଧୁରା ବୋଲି କୁହାଯାଏ | ତେବେ ଯଦି ନିତ୍ୟ ପୂଜା ରେ କଳସ ସ୍ଥାପନ କରି ଭଗବାନ ଙ୍କ ସହ ପୂଜା କରାଯାଏ ତେବେ ବହୁତ ଶୁଭ ହୋଇଥାଏ | ତେବେ ଗୋଟିଏ ତମ୍ଭା ର କଳସ ନିଅନ୍ତୁ ସେଥିରେ ସିନ୍ଦୁରରେ ସ୍ୱସ୍ତିକ ଚି଼ହ୍ନ କରନ୍ତୁ ସେଥିରେ ଚାଉଳ ଲଗାନ୍ତୁ ଏବଂ କଳସ ରେ ସ୍ଵଛ ଜଳ ସହ ଟିକିଏ ଗଙ୍ଗାଜଳ ପକେଇ ଭଗବାନ ଡାହାଣ ପାର୍ଶ୍ଵ ରେ ରଖନ୍ତୁ ଏବଂ ପୂଜା କରନ୍ତୁ | ଏହା ଅନେକ ସକାରାତ୍ମକ ଫାଇଦା ମିଳିଥାଏ |

ସର୍ବ ପ୍ରଥମେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ପ୍ରତ୍ୟେକ ଦିନ ଆପଣ ଙ୍କୁ ଘରର ମନ୍ଦିରରେ ଦୀପ ଜଳେଇବା ଦରକାର | କେବେ ବି ଦୀପ ଜଳେଇବା ବନ୍ଦ କରନ୍ତୁ ନାହିଁ,କାରଣ ଏହା ଦ୍ୱାରା ହିଁ ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଉର୍ଜା ବାହାରିଯାଇ ଥାଏ | ଯଦି ଆପଣ ଘରର ମନ୍ଦିର ରେ କିମ୍ବା ସନ୍ଧ୍ୟା ରେ ଦୀପ ଜଳାନ୍ତି ନାହିଁ ତେବେ ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ବଢିବା ସହ ଘରର ସମସ୍ୟା ବି ବଢିଥାଏ ଏବଂ ଘରର ମୁଖିଆ ଙ୍କ ଉପରେ ଏହାର କୁପ୍ରଭାବ ପଡିଥାଏ | ଏହା ଦ୍ୱାରା ଘରର ମୁଖିଆକୁ ବହୁତ ସମସ୍ୟା ମିଳିଥାଏ |

ସନ୍ଧ୍ୟା ସମୟରେ ଦୀପ ଜାଳିବା ହିନ୍ଦୁ ଧର୍ମ ରେ ବହୁତ ଅଧିକ ମହତ୍ୱପୂର୍ଣ ବୋଲି କୁହାଯାଇଛି | ଯେଉ ଘରେ ସନ୍ଧ୍ୟା ସମୟ ରେ ଦୀପ ଜଳାନ୍ତି ନାହିଁ ସେହି ଘରେ ସର୍ବଦା ସମସ୍ୟା ଦେଖା ଦେଇଥାଏ | ଅର୍ଥାତ ଗୋଟିଏ ସମସ୍ୟା ରୁ ବାହାରିବା ମାତ୍ରେ ଆଉ ଗୋଟିଏ ସମସ୍ୟା ରେ ଫସିଯାନ୍ତି | ଏବେ ସାର୍ବଦା ଧନର ସମସ୍ୟା ଦେଖା ଦେଇଥାଏ ଏହି ପରି ଘରର ପରିବେଶ ଦୁଃଖ ରେ ଭରିଯାଏ | ସେଥିପାଇଁ ଆପଣଙ୍କୁ ସର୍ବଦା ଗୋଟିଏ ଘିଅ କିମ୍ବା ତେଲ ର ଦୀପ ସନ୍ଧ୍ୟାରେ ଜଳେଇବା ବହୁତ ଜରୁରୀ ହୋଇଥାଏ | ଏହା ଦ୍ୱାରା ଆପଣଙ୍କ ଘରୁ ସମସ୍ତ ନକାରାତ୍ମକ ଉର୍ଜା ବାହାର ହୋଇଯାଏ | ବନ୍ଧୁଗଣ ସନ୍ଧ୍ୟା ସମୟ ରେ ବହୁତ ଅଧିକ ନକାରାତ୍ମକ ଉର୍ଜାର ସଂଚାର ହୋଇଥାଏ ତେଣୁ ଏହି ସମୟ ରେ ଘରେ ଦୀପ ଜଳେଇବ ଦ୍ୱାରା ସେହି ଉର୍ଜା ଆପଣଙ୍କ ଘରକୁ ପ୍ରବେଶ କରିପାରେ ନାହିଁ |

ଯଦି ଆପଣଙ୍କ ଘରେ ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ରହୁଛି, ଯେତେ ଚେଷ୍ଟା କଲେ ମଧ୍ୟ ଭଲ ହେଉ ନାହିଁ ତେବେ ଏହା ମଧ୍ୟ ନକାରାତ୍ମକ ଉର୍ଜା ଥିବାର ସଂକେତ ହୋଇଥାଏ | ତେଣୁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟ ରେ ଘରର ପୂର୍ବ ଦିଗରେ ଗୋଟିଏ ଘିଅ କିମ୍ବା ସୋରିଷ ତେଲ ର ଦୀପ ଜଳେଇବା ଉଚିତ | ବନ୍ଧୁଗଣ ଯଦି ଘରେ ଧନର ସମସ୍ୟା ରହୁଛି, ଚାକିରୀ କିମ୍ବା ବ୍ୟବସାୟ ରେ କ୍ଷତି ହେଉଛି ତେବେ ପ୍ରତ୍ୟକ ଦିନ ସନ୍ଧ୍ୟା ରେ ଘରର ଉତ୍ତର ଦିଗ ରେ ଗୋଟିଏ ଦୀପ ଜଳେଇବା ଉଚିତ ହୋଇଥାଏ | ଏହିପରି ନିତ୍ୟ କରିବା ଦ୍ୱାରା ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଥାଏ | ତେବେ ଏହି ଦୀପ ର ଜ୍ୟୋତି ରେ ସକାରାତ୍ମକ ଉର୍ଜା ଭରି ହୋଇ ରହିଥାଏ ତେଣୁ ଏହାକୁ ଜଳାଇବା ଦ୍ୱାରା ଘରର ସମସ୍ତ ପରିବେଶ ସକାରାତ୍ମକ ହୋଇ ଯାଇଥାଏ |

ବନ୍ଧୁଗଣ ଘରର ପୂଜା ଘରେ ଦିଆସିଲି କାଠି ଏଣେ ତେଣେ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ | ବସ୍ତୁ ଶାସ୍ତ୍ର ଅନୁସାରେ ଦିଆସିଲି କାଠି ଜାଳିସାରିବା ପରେ ଏହା ଅତ୍ୟନ୍ତ ଅଶୁଭ ହୋଇଯାଇଥାଏ | ତେଣୁ ଏହାକୁ ଘରେ ରଖିବା ଦ୍ୱାରା ଏହା ବହୁତ ସମସ୍ୟା ର କାରଣ ବନି ଯାଇଥାଏ | ଏହି ସହିତ ଘରର ମନ୍ଦିରରେ ଧନ ରଖିବା ଉଚିତ କିନ୍ତୁ ଫଟା ପୁରୁଣା ନୋଟ ରଖନ୍ତୁ ନାହିଁ | ତେବେ ବନ୍ଧୁଗଣ ଘରର ମନ୍ଦିରରେ ରଖାଯାଇଥିବା ଧନ କୁ ଭୁଲ ରେ କାହାକୁ ଦିଅନ୍ତୁ ନାହିଁ |

ଏହା ଦ୍ୱାରା ଆପଣଙ୍କ ଘରର ଲକ୍ଷ୍ମୀ ଅନ୍ୟ ଙ୍କ ଘରକୁ ଚାଲିଯାଇଥାନ୍ତି |ବନ୍ଧୁଗଣ ଆମେ ଆମ ପୂଜା ଘରେ ଭଗବାନ ଙ୍କ ମୂର୍ତ୍ତି ଆଦି ରଖନ୍ତି ଏବଂ ପୂଜା ପାଠ କରନ୍ତି | ତେବେ ମୂର୍ତ୍ତି ର ମହତ୍ୱ କଣ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ କହିବୁ | ଏହି ଦୁଇଟି ମୂର୍ତ୍ତି ଏକା ସାଥିରେ ରହିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ସବୁ ଆଶା ପୁରା ହୋଇଥାଏ | ତେବେ ଘରେ ମୂର୍ତ୍ତି ରଖି ପୂଜା କରିବା ଦ୍ୱାରା ଅନେକ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ତେଣୁ ସେଥିପାଇଁ ଆମେ ଘରେ ମୂର୍ତ୍ତି ରଖି ତାଙ୍କର ପୂଜା ପାଠ କରିଥାଉ | ଏବଂ ଭଗବାନ ଙ୍କ ଆଶୀର୍ବାଦ ପାଇବା ବା ପାଇଁ ଘରେ ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button