ସ୍ୱାସ୍ଥ୍ୟ

ସ୍ନାନ କରିବା ସମୟରେ ଏହି କଥା ପ୍ରତି ନିଶ୍ଚିତ ରଖନ୍ତୁ ଧ୍ୟାନ, ନଚେତ ବଢିଯାଏ ବ୍ରେନ ହାମରେଜ କିମ୍ବା ହାର୍ଟଆଟାକ ର ଭୟ

ସ୍ନାନ କରିବାକୁ ନେଇ ସମସ୍ତଙ୍କର ଅଲଗା ଅଲଗା ବିଚାର ହୋଇଥାଏ । କହିବାକୁ ଗଲେ କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କରିବାକୁ ଭଲ ଲାଗେ ତ କିଛି ଲୋକ ଏମିତି ଅଛନ୍ତି ଯେଉଁମାନ ବହୁତ ଜଲ୍ଦି ସ୍ନାନ କରି ନିଅନ୍ତି । ଏହା ଛଡା କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନଙ୍କୁ ସ୍ନାନ କରିବା ବିଲକୁଲ ବି ଭଲ ଲାଗେ ନାହିଁ । କହିବାକୁ ଗଲେ ଗାଧୋଇବା ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ ।

କାରଣ ସ୍ନାନ କରିବା ଦ୍ଵାରା ଆମର ଶରୀର ପରିଷ୍କାର ହୋଇଯାଏ । କିନ୍ତୁ ସ୍ନାନ କରିବାକୁ ନେଇ ଲୋକମାନଙ୍କର ନିଜ ନିଜର ଚିନ୍ତାଧାରା ଅଛି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ସ୍ନାନ କରିବାର ସଠିକ ଉପାୟ ବିଷୟରେ କହିବାକୁ ଯାଉଛୁ ।

ସ୍ନାନ କରିବା ସମୟରେ କେବେ ବି ସିଧା ମୁଣ୍ଡ ଉପରେ ପାଣି ଢାଳନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ଘାତକ ପ୍ରମାଣିତ ହୋଇପାରେ କାରଣ ଯେତେବେଳେ ବି ଆପଣ ସ୍ନାନ କରିଥାନ୍ତି ତେବେ ପାଣି ଥଣ୍ଡା ହୋଇଥାଉ କିମ୍ବା ଗରମ ସେହି ପାଣି ସବୁବେଳେ ଆପଣଙ୍କର ବ୍ଲଡ ସର୍କୁଲେଶନ ଉପରେ ପ୍ରଭାବ ପକାଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ସିଧା ମୁଣ୍ଡ ଉପରେ ପାଣି ଢାଳି ସ୍ନାନ କରିବା ଦ୍ଵାରା କଣ କ୍ଷତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ମନୁଷ୍ୟ ଶରୀରର ତାପମାତ୍ରା ୯୭ଡିଗ୍ରୀ ସେଲ୍ସିୟସ ହୋଇଥାଏ । ଏହାକୁ ସନ୍ତୁଳନ ରକ୍ଷା କରିବାରେ ବ୍ଲଡ ର ମହତ୍ୱପୂର୍ଣ ଭୂମିକା ଥାଏ । ଯେତେବେଳେ ମନୁଷ୍ୟ ଶରୀରର ତାପମାନ ବଦଳିଥାଏ ତେବେ ତାହାର ସିଧା ପ୍ରଭାବ ବ୍ଲଡ ଉପରେ ପଡିଥାଏ ଓ ଯଦି କୌଣସି ବି ଚେଞ୍ଜେସ ଆପଣଙ୍କ ଶରୀରରେ ହୋଇଥାଏ ତେବେ ତାହାର ପ୍ରଭାବ ମଧ୍ୟ ବ୍ଲଡ ସର୍କୁଲେଶନ ଉପରେ ପଡିଥାଏ ।

ଏମିତିରେ ଆପଣ ସ୍ନାନ କରିବା ସମୟରେ ଯେତେବେଳେ ନିଜ ମୁଣ୍ଡ ଉପରେ ସିଧା ପାଣି ଢାଳିଥାନ୍ତି ତେବେ ତାହାର ପ୍ରଭାବ ବ୍ଲଡ ସର୍କୁଲେଶନ ଉପରେ ପଡିଥାଏ । ସେହି ସମୟରେ ଆପଣଙ୍କର ମସ୍ତିଷ୍କ ଏହାକୁ ସମ୍ଭାଳିବା ପାଇଁ ପ୍ରସ୍ତୁତ ନ ଥାଏ । ଏହି ସମୟରେ ଆପଣ ନିଜର ଚେତା ବି ହରାଇ ପାରନ୍ତି । ଏହା ଦ୍ଵାରା ବ୍ରେନ ହେମରେଜ ର ସମ୍ଭାବନା ଆହୁରି ବଢିଯାଏ ।

ସେଥିପାଇଁ ସ୍ନାନ କରିବା ସମୟରେ ଏହି କଥାର ଧ୍ୟାନ ରଖିବେ କି ପାଣିକୁ ସିଧା ନିଜ ମୁଣ୍ଡ ଉପରେ ଢାଳନ୍ତୁ ନାହିଁ । ଏହା ଛଡା କେବେ ବି ଅଧିକ ସମୟ ଧରି ଥଣ୍ଡା ପାଣିରେ ସ୍ନାନ କରନ୍ତୁ ନାହିଁ । କହିବାକୁ ଗଲେ ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡା ପାଣିର ସମ୍ପର୍କରେ ରହିବେ ତେବେ ଆପଣଙ୍କ ଶରୀର ପୂରାପୂରି ଥଣ୍ଡା ହୋଇଯାଏ । ଏମିତିରେ ଆପଣଙ୍କ ବ୍ଲଡ ଆପଣଙ୍କ ଶରୀରର ତାପମାନର ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହୋଇଯାଏ । ସେଥିପାଇଁ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡା ପାଣିର ସମ୍ପର୍କରେ ରୁହନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button