କ୍ରାଇମ

କାଦୁଅ ହାତରେ ସିଟ୍‌ ଛୁଇଁ ଦେବାରୁ ୫ ବର୍ଷୀୟ ବାଳିକାକୁ ଛୁରି ଭୁସି ହତ୍ୟା କଲେ ସାଇକେଲ୍‌ ମାଲିକ – Utkal Mail


ନୂଆଦିଲ୍ଲୀ: କାଦୁଅ ହାତରେ ସାଇକେଲ୍‌ ସିଟ୍‌ ଛୁଇଁ ପକାଇଥିବା ଜଣେ ୫ ବର୍ଷୀୟ ବାଳିକାକୁ ଉତ୍ତର ପ୍ରଦେଶ ଅନ୍ତର୍ଗତ ମହାରାଜଗଞ୍ଜ ଜିଲ୍ଲାସ୍ଥିତ ଏକ ପାର୍କରେ ସେ ସାଇକେଲ୍‌ର ମାଲିକ ଉତ୍‌କ୍ଷିପ୍ତ ହୋଇ ଛୁରି ଭୁସି ହତ୍ୟା କରିଥିବା କଥା ପୁଲିସ କହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ତଥ୍ୟ ସଂଗ୍ରହ କରି ପୁଲିସ କହିଛି ଯେ, ମଙ୍ଗଳବାର ଦିନ ଟିକିଝିଅ ରିମ୍‌ଝିମ୍‌ ସାଙ୍ଗମାନଙ୍କ ମେଳରେ ପାର୍କରେ ଖେଳୁଥି‌ଲା। ସେତେବେଳେ ପ୍ରଦୀପ କୁମାର ନାମରେ ଜଣେ ୨୧ ବର୍ଷୀୟ ଯୁବକ ସେମାନଙ୍କ ନିକଟରେ ତାଙ୍କ ସାଇକେଲ୍‌ ରଖିଥିଲେ।

ଖେଳୁ ଥିବା ବେଳେ ରିମ୍‌ଝିମ୍‌ ସେଠାରେ ସାଇକେଲ୍‌ ରଖାଯାଇଥିବା ଦେଖିଲା ଓ ପାଖକୁ ଯାଇ ସିଟ୍‌ରେ ହାତ ମାରିଦେଲା। ଏଥିରେ ପ୍ରଦୀପ ଭୀଷଣ ରାଗିଯାଇ ରିମ୍‌ଝିମ୍‌କୁ ଏକାଧିକ ଥର ଛୁରି ଭୁସି  କ୍ଷତବିକ୍ଷତ କରି ଘଟଣାସ୍ଥଳରୁ ଖସି ପଳାଇ ଗଲେ।

Representational Image Courtesy of Amazon

କେତେକ ସ୍ଥାନୀୟ ବାସିନ୍ଦା ରିମ୍‌ଝିମ୍‌କୁ ମୃତାବସ୍ଥାରେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ଏ ବିଷୟରେ ପୁଲିସକୁ ସୂଚନା ଦେବା ପରେ ଅବିଳମ୍ବେ ଅଭିଯୁକ୍ତ ଦୀପକଙ୍କୁ ଗିରଫ କରାଯାଇଥିଲା।

ସ୍ଥାନୀୟ ଥାନାର ‘ଏସ୍‌ଏଚ୍‌ଓ’ ସତ୍ୟପ୍ରକାଶ ସିଂହ କହିଛନ୍ତି, ଶ୍ରମିକ କାମ କରୁଥିବା ମୁସହାର ଗାଁର ଦୀପକ ଖୁବ୍‌ ରାଗି ମିଜାଜ୍‌ର ଏବଂ ସାମାନ୍ୟ କଥାରେ କଳିଗୋଳ କରେ।

ହତ୍ୟାକାରୀକୁ କଠୋର ଦଣ୍ଡ ଦେବା ଲାଗି ରିମ୍‌ଝିମ୍‌ର ଶୋକାତୁର ବାପା ଗ‌େଣେଶ ଧନୀକର ଦାବି କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button