କ୍ରୀଡା

ଶ୍ରେୟସ, ଶୁବମନଙ୍କ ଶତକ, ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ – Utkal Mail


ସୂର୍ଯ୍ୟକୁମାର ଯାଦବ, କେଏଲ୍‌ ରାହୁଲଙ୍କ ଅର୍ଦ୍ଧଶତକ

ଇନ୍ଦୋର: ଭାରତୀୟ ଯୁବ ବ୍ୟାଟରମାନେ ଅଷ୍ଟ୍ରେଲିଆ ବିପକ୍ଷରେ ରବିବାର ବିସ୍ପୋରକ ବ୍ୟାଟିଂ କରିଛନ୍ତି। ଉଦୟମାନ ବ୍ୟାଟର ଶୁବମନ୍‌ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍‌ ରାହୁଲ କଙ୍ଗାରୁ ଦଳର ବୋଲରଙ୍କୁ ନିରାଶ କରିଛନ୍ତି। ଶ୍ରେୟସ ଓ ଶୁବମନ ଗିଲ ଶତକ ହାସଲ କରିବା ସହିତ ୨୦୦ ରନ୍‌ର ଭାଗିଦାରୀ ହୋଇ ପାରିଛନ୍ତି। ସୂର୍ଯ୍ୟକୁମାର ଯାଦବ ଓ କେଏଲ୍‌ ରାହୁଲ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ରନ ସଂଗ୍ରହ କରିଛନ୍ତି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍‌ ହରାଇ ୩୯୯ ରନ୍‌ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳ ଜାରି ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦ୍ବିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ବାଡ ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍‌ରେ ୧୯ ରନ୍‌ ସଂଗ୍ରହ କରିଥିଲେ। ଋତୁରାଜ ୧୨ଟି ବଲ୍‌ ସାମ୍ନା କରି ୨ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ମାତ୍ର ୮ ରନ୍‌ ସଂଗ୍ରହ କରି ପାଭଲିଅନ୍‌ ଫେରି ଆସିଥିଲେ। ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ମୋଟ୍‌ ୯୦ଟି ବଲ୍‌ ଖେଳି ୧୦୫ ରନ୍‌ କରି ପାଭଲିଅନ ଫେରି ଆସିଥିଲେ। ଶୁବମନ ଗିଲ୍‌ ୯୭ଟି ବଲ୍‌ ଖେଳି ୧୦୪ ରନ୍‌ କରି ଆଉଟ୍‌ ହୋଇଥିଲେ।

ସୂର୍ଯ୍ୟକୁମାର ଯାଦବ ଅପରାଜିତ ୭୨ ରନ୍‌ ସଂଗ୍ରହ କରିଥିଲେ। ସେ ୩୭ଟି ବଲ୍‌ ଖେଳି ୬ଟି ଚୌକା ଓ ୬ଟି ଛକା ମାରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଅପରାଜିତ ରହି ୯ଟି ବଲ୍‌ ଖେଳିଥିଲେ।‌ ସେ ଗୋଟିଏ  ଚୌକା ସହାୟତାରେ ୧୩ ରନ୍‌ ସଂଗ୍ରହ କରିଥିଲେ। କେଏଲ୍‌ ରାହୁଲ ୩୮ଟି ବଲ୍‌ ସାମ୍ନା କରିଥିଲେ। ସେ ୩ଟି ଚୌକା ଓ ୩ଟି ଛକା ବଳରେ ୫୨ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଈଶାନ କିଶନ ୧୮ଟି ବଲ୍‌ରୁ ୩୧ ରନ୍‌ କରିଥିଲେ। ସେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button