କେଇ ମିନିଟର କାମିଓ ପାଇଁ ୧୫କୋଟି ନେଇଛନ୍ତି ଦୀପିକା ! ଜାଣନ୍ତୁ ସତ କ’ଣ – Utkal Mail
ମୁମ୍ବାଇ: ବଲିଉଡର ବାଦଶାହ ଶାହାରୁଖ ଖାନ ଏବେ ନିଜ ଫିଲ୍ମ ‘ଯବାନ’ର ସଫଳତାକୁ ଉପଭୋଗ କରୁଛନ୍ତି। ସେପ୍ଟେମ୍ବର ୭ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ହଇଚଇ ସୃଷ୍ଟି କରୁଛି। ଚଳଚ୍ଚିତ୍ରଟି ରିଲିଜ୍ ଦିନ ୭୫କୋଟି ଟଙ୍କାର ବ୍ୟବସାୟ କରି ଅନେକ ବଡ଼ ବଡ଼ ରେକର୍ଡ ଭାଙ୍ଗିଥିଲା। ଲୋକମାନେ ଅଟଲିଙ୍କ ଫିଲ୍ମରେ ବଲିଉଡର ସୁପରଷ୍ଟାର ଦୀପିକା ପାଦୁକୋନଙ୍କ କେମିଓକୁ ମଧ୍ୟ ପସନ୍ଦ କରିଥିଲେ। ଖବର ଆସିଥିଲା ଯେ ଦୀପିକା ଏହି ଛୋଟ କେମିଓ ପାଇଁ ୧୫କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ନିଜେ ତାଙ୍କ ପାରିଶ୍ରମିକ ବିଷୟରେ ପ୍ରକାଶ କରିଛନ୍ତି।
ନିକଟରେ ‘ଦି ଓ୍ବିକ୍’ କୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି ଯେ “ମୁଁ ‘ଯବାନ’ରେ କେମିଓ କରିବା ପାଇଁ ଗୋଟିଏ ଟଙ୍କା ମଧ୍ୟ ନେଇ ନାହିଁ। ଏହାପୂର୍ବରୁ ମୁଁ ରଣବୀରଙ୍କ ଫିଲ୍ମ ‘୮୩’ ଏବଂ ରୋହିତ ସେଟ୍ଟୀଙ୍କ ‘ସର୍କସ’ ପାଇଁ କୌଣସି ପାରିଶ୍ରମିକ ନେଇ ନଥିଲି। ମୁଁ ‘୮୩’ର ଏକ ଅଂଶ ହେବାକୁ ଚାହୁଁଥିଲି, କାରଣ ମୁଁ ସେହି ମହିଳାମାନଙ୍କୁ ସମ୍ମାନ ଦେବାକୁ ଚାହୁଁଥିଲି, ଯେଉଁମାନେ ନିଜ ସ୍ୱାମୀଙ୍କୁ ସମର୍ଥନ କରିବା ପାଇଁ ନିଜ ଖୁସି ଭୁଲିଯାଇଥାନ୍ତି। ଏହା ବ୍ୟତୀତ ମୁଁ ଶାହାରୁଖ ଖାନ ଏବଂ ରୋହିତ ସେଟ୍ଟୀଙ୍କ ଚଳଚ୍ଚିତ୍ର ପାଇଁ ସର୍ବଦା ଉପସ୍ଥିତ ଥାଏ। ଦୁହିଁଙ୍କ ସହ ମୋର ଭଲ ସମ୍ପର୍କ ରହିଛି। ତେଣୁ କେମିଓ ପାଇଁ ମୁଁ ୧୫କୋଟି ଟଙ୍କା ପାରିଶ୍ରମିକ ନେବା ଖବର ମିଛ।”