ସ୍ୱାସ୍ଥ୍ୟ

କେବଳ 2 ମିନିଟରେ ପେଟ ସଂପୂର୍ଣ୍ଣ ଭାବେ ସଫା ହୋଇଯିବ, ଗ୍ଯାସ, କୋଷ୍ଠକାଠିନ୍ଯ ଏବଂ ଏସିଡିଟିକୁ ଦୂର କରିବ ଏକ ଉପଚାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଲୋକ ପେଟ ଜନିତ ଅନେକ ସମସ୍ଯାରେ ପ୍ରାୟତଃ ସମୟରେ ପୀଡିତ ରହିଥାନ୍ତି । କଥାରେ ଅଛି ପେଟ ଯଦି ପରିଷ୍କାର ରହିନଥାଏ । ତେବେ ବହୁ ପ୍ରକାର ରୋଗବେମାରୀ ମାଡି ବସିଥାଏ । ଯେପରି କୋଷ୍ଠକାଠିନ୍ୟ, ଗ୍ଯାସ। ଖାଦ୍ୟ ଜହମ ନହେବା ଏହିଭଳି ଅନେକ ପେଟ ଜନିତ ସମସ୍ଯାରେ ଲୋକ ପୀଡିତ ରହିଥାନ୍ତି । ତେବେ ପେଟକୁ ପରିଷ୍କାର ରଖିବା ସହ ଖାଦ୍ୟର ପଚନ କ୍ରିୟାକୁ ଶକ୍ତିଶାଳୀ କରିବା ପାଇଁ ଆଜି ଆପଣ ବହୁତ ହିଁ ଭଲ ଘରୋଇ ଉପଚାର ବିଷୟରେ ଜାଣିବାକୁ ପାଇବେ ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଏହି ସବୁ ସାମଗ୍ରୀର ଆବଶ୍ୟକତା ପଡିବ । ଯେପରି ୧ ଚାମଚ ଜୀରା, ୧ ଚାମଚ ଜୁଆଣୀ, ୧ ଚାମଚ ପାନମଧୁରୀ, ଅଧ ଚାମଚ କଳା ଲୁଣ ଓ ସାମାନ୍ୟ ଅଳ୍ପ ପରିମାଣର ହେଙ୍ଗୁ । ଆପଣ ପ୍ରଥମେ ଜୀରା, ପାନମଧୁରୀ ଓ ଜୁଆଣୀକୁ ତାୱାରେ ପକାଇ ଅଳ୍ପ ଭାଜି ଦିଅନ୍ତୁ । ତାପରେ ତାହାକୁ ଗ୍ରାଇଣ୍ଡରରେ ପେଷିକି ତାହାର ପାଉଡର ପ୍ରସ୍ତୁତ କରି ଦିଅନ୍ତୁ ।

ଏହାପରେ ସେହି ପ୍ରସ୍ତୁତ କରିଥିବା ପାଉଡରରେ ଅଧ ଚାମଚ କଳା ଲୁଣ ଓ ଅଳ୍ପ ହେଙ୍ଗୁ ମିଶାଇ ଗୋଳାଇ ରଖି ଦିଅନ୍ତୁ। ଏକ କାଚ ଡବାରେ ଏହି ପାଉଡରକୁ ଭଲ ଭାବରେ ଟାଇଟ କରି ରଖି ଦିଅନ୍ତୁ । ଯେତେବେଳେ ଆପଣଙ୍କ ପେଟରେ ଭାରୀ ଭାରୀ ଅନୁଭବ ହେଉଥିବ । କିମ୍ବା ଗ୍ଯାସ ଓ ଏସିଡିତି ଭଳି କିଛି ପେଟ ସମସ୍ଯା ଅନୁଭୂତ ହେଉଥିବ । ଆପଣ ଏହି ପାଉଡରରୁ ୧ ଚାମଚ ଆଣି ୧ ଗ୍ଳାସ ପାଣିରେ ମିଶାଇ ଏହାର ଏହାର ସେବନ କରନ୍ତୁ । ଦେଖିବେ ।

କିଛି ସମୟ ମଧ୍ୟରେ ଆପଣଙ୍କ ଗ୍ଯାସ, ଏସିଡିଟି ଓ ବଦହଯମୀ ଭଳି ସବୁ ସମସ୍ଯା କିଛି କ୍ଷଣକରେ ଗାଏବ ହୋଇଯିବ ।ଏହା ସହିତ ପେଟ ପୁରା ହାଲୁକା ଲାଗିବ । ଯଦି ଗ୍ଯାସ, ଏସିଡିଟି ଭଳି ସମସ୍ଯା ଆପଣଙ୍କ ସବୁଦିନ ଲାଗି ରହୁଥାଏ । ତେବେ ଆପଣ ଏହାକୁ ଯଦି ଚାହିଁବେ । ପ୍ରତିଦିନ ମଧ୍ୟ ଦିନକୁ ଥରେ ଲେଖାଏଁ ୧ ଗ୍ଳାସ ପାଣିରେ ୧ ଚାମଚ ମିଶାଇ ସେବନ କରିପାରିବେ ।

ଯେଉଁ ଲୋକ ମାନଙ୍କୁ କୋଷ୍ଠକାଠିନ୍ୟ ଭଳି ସମସ୍ଯା ରହୁଥାଏ । ତେବେ ସେମାନେ ଏହି ପ୍ରସ୍ତୁତ କରିଥିବା ପାଉଡରରୁ ଦିନକୁ ଥରେ ମାତ୍ର କେବଳ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ । ସେହିପରି ୧ ଚାମଚ ପାଉଡରକୁ ୧ ଗ୍ଳାସ ନଖ ଉଷୁମ ଗରମ ପାଣିରେ ଗୋଳାଇ ପିଇଦିଅନ୍ତୁ । ସକାଳୁ ପେଟ ସଂପୂର୍ଣ୍ଣ ଭାବରେ ସଫା ହୋଇଯିବ ।ଏହା ସହ ଦିନମାନ ଆପଣ ବହୁତ ହିଁ ସତେଜ ଓ ରିଫ୍ରେଶ ଅନୁଭବ କରିବେ । ଗର୍ଭବତୀ ମହିଳା ଏହି ରେମିଡିର ସେବନ କରିବା ଉଚିତ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button