କରୋନା

କରୋନା ଭାଇରସ : ସ୍ପେନ ରେ ପଡିଛି ସବ, ବୁଢା ଲୋକଙ୍କୁ ଅନାଥ ଛାଡିଲେ ଲୋକ, ସୈନିକ ଲାଗିଲେ ଯାଞ୍ଚରେ

କରୋନା ଭାଇରସ ଠାରୁ ଯେଉଁ ଦେଶ ସବୁଠାରୁ ଆକ୍ରାନ୍ତ ହୋଇଛନ୍ତି ତାହା ଅନୁଯାଇ ଚତୁର୍ଥ ନଂ ରେ ସ୍ପେନ ଅଛି, ଏଠାରେ ଏପର୍ଯ୍ୟନ୍ତ ୪୦୦୦ଠୁ ବି ଅଧିକା ଲୋକଙ୍କ ମୃତ୍ୟୁ ହୋଇଛି ଓ ୫୬,୧୮୮ ଲୋକ କରୋନା ଦ୍ଵାରା ସଂକ୍ରମିତ ଅଛନ୍ତି । ଗତ ୨୪ ଘଣ୍ଟା ଭିତରେ ଏଠାରେ ୪୪୦ ଲୋକଙ୍କ ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ମଶାଣିରେ ଜାଗା କମ ହବାରୁ କେତେକ ଘରେ ସବ ପଡି ରହିଛି ଓ ଏହି ସବ ଗୁଡିକ ହଟେଇବା ପାଇଁ ସ୍ପେନ ସରକାର ସେନା ସାହାଯ୍ୟ ନଉଛନ୍ତି ।

କେତେକ ବୁଢା ଲୋକଙ୍କ ଖରାପ ସ୍ୱାସ୍ଥ୍ୟ ପାଇଁ ତାଙ୍କୁ ଲୋକ ଅନାଥ ଛାଡି ଦଉଛନ୍ତି, କରୋନା ଭାଇରସ ଇନଫେକସନ ଦ୍ଵାରା ସ୍ପେନ ବହୁତ ପୀଡିତ ଅଛି ।

ଏଠାରେ ସଂକ୍ରମଣ ଦ୍ଵାରା ମୃତ୍ୟୁ ମଧ୍ୟ ଚୀନ ଓ ଇଟାଲୀ ପରେ ବହୁତ ଅଛି ଏହା ବିଶ୍ଵ ର ଚତୁର୍ଥ ଏମିତି ଦେଶ ଯେଉଁଠି ଲୋକ ଏହି ସଂକ୍ରମଣ ଦ୍ଵାରା ମୃତ୍ୟୁ ପାଉଛନ୍ତି । ୧୪ ମାର୍ଚ୍ଚ ପରେ ସ୍ପେନ ରେ ଲକଡାଉନ ଆରମ୍ଭ କରା ଯାଇଛି, ଏହା ପରେ ମଧ୍ୟ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗିଛି, ସ୍ପେନ ସରକାର ଶୀଘ୍ର ଶୀଘ୍ର ଯାଞ୍ଚ ପ୍ରକ୍ରିୟା ବଢେଇବାରେ ଲାଗିଛନ୍ତି ଯାହା ଦ୍ଵାରା ଲୋକଙ୍କୁ ସରକାର ବଞ୍ଚେଇ ପାରିବେ ।

ସ୍ପେନ ଦେଶ ସେନାମାନଙ୍କୁ ଏହା ଆଦେଶ ଦିଆ ଯାଇଛି ଯେ ସେ ସବୁ ଘରେ ଘରେ ବୁଲି ଲାବାରିଶ ବା ଅନାଥ ପଡିଥିବା ସବ ଏକତ୍ର କରିବେ, କିଛି ଘର ଭିତରେ କେତେ କେତେ ଦିନ ସବ ପଡି ରହିଛି କିନ୍ତୁ କରୋନା ସଂକ୍ରମଣ ଡରରେ ଘରେ ଥିବା ପରିବାର ଲୋକ ମଧ୍ୟ ସବ ଉଠେଇବା ପାଇଁ ସାହସ କରୁ ନାହାନ୍ତି । ଏହା ପରେ ସ୍ପେନ ସୈନିକ ଘରେ ଘରେ ଯାଇ ଏହି ସବ ଉଠଉଛନ୍ତି, ଏହା ସହ ସେନା ଏହା ମଧ୍ୟ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ଯେ ମରିଥିବା ଲୋକ ସହ କୌଣସି ପ୍ରକାର ହିଂସା, ହତ୍ୟା ବା ଅନ୍ୟ ପ୍ରକାର ଅପରାଧ ହେଇଛି ବା ନାହିଁ ।

ଏହା ଛଡା ସ୍ପେନ ସୈନିକ ଏବେ ବୃଦ୍ଧା ଆଶ୍ରମ ଯାଞ୍ଚ ମଧ୍ୟ କରୁଛନ୍ତି ଯେଉଁଠାରେ ବୁଢା ଲୋକଙ୍କୁ ସ୍ଥାନ ଦିଆ ଯାଏ, ମେଡିଡ ବୃଦ୍ଧା ଆଶ୍ରମରେ ଯାଞ୍ଚ କଲା ବେଳେ ୧୭ଟି ବୃଦ୍ଧ ଲୋକଙ୍କ ସବ ପ୍ରାପ୍ତ ହୋଇଛି, ଗୋଟେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଏହା ଜଣେଇଛନ୍ତି ଯେ ଅଳ୍ପାୟୁ ରେ ୨୧ଟି ଲୋକଙ୍କ ମୃତ୍ୟୁ ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button