କ୍ରାଇମ

ଦୁର୍ଗା ପୂଜା ବୁଲାଇ ନେବା ବାହାନାରେ ଅନ୍ତସତ୍ତ୍ବା ସ୍ତ୍ରୀଙ୍କୁ ଏଭଳି ଭାବେ ହତ୍ୟା କଲା ସ୍ବାମୀ – Utkal Mail


ନୂଆଦିଲ୍ଲୀ: ବିହାରର ପୂର୍ଣ୍ଣିୟା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଦୁର୍ଗା ପୂଜା ବୁଲାଇ ନେବାକୁ କହି ବାଟରେ ତାଙ୍କର ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଏହି ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ଏହି ଅଭାବନୀୟ ଘଟଣା ପୂର୍ଣ୍ଣିୟା ଜିଲ୍ଲାର ରାମବାଗ ଗ୍ରାମରେ ଘଟିଛି। ଏହି ଗ୍ରାମରେ ବସବାସ କରୁଥିବା ଲଲନ ଯାଦବଙ୍କ ବିବାହ ପିଙ୍କି କୁମାରୀ ଓରଫ କିରଣଙ୍କ ସହିତ ୨୦୦୯ରେ ହୋଇଥିଲା। ପେସାରେ ଫ୍ୟାସନ ଡିଜାଇନର ଥିବା ପିଙ୍କି କରୋନା ହେତୁ  ଲକଡାଉନ କାରଣରୁ ସ୍ବାମୀଙ୍କ ସହିତ ନିଜ ଶାଶୁ ଘରକୁ ଫେରି ଆସିଥିଲେ।

ପିଙ୍ଗିଙ୍କ ବାପା ରାମାନନ୍ଦ ଯାଦବ ଓ ମା’ କହିଛନ୍ତି, ‘ଝିଅ ପିଙ୍କି ଫୋନ କରିଥିଲା ଆଉ କହିଥିଲା ସେ ଦୁର୍ଗା ପୂଜା ବୁଲିବାକୁ ଆସିଛି। ତେଣୁ ଘର ହୋଇ ଶାଶୁଘରକୁ ଫେରିଯିବ। ଝିଅ ଓ ଜ୍ବାଇଁ ଆସିବା ଖୁସିରେ ଆମେ ଘରେ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲୁ। ଏହି ସମୟରେ ଜ୍ବାଇଁଙ୍କ ଫୋନ ଆସିଲା। ଫୋନ ଉଠାଇବା ପ‌ରେ ପିଙ୍କିଙ୍କ ପେଟରେ କିଏ ଗୁଳି ମାରି ‌ଚାଲିଯାଇଛି ବୋଲି ଜ୍ବାଇଁ କହିଥିଲେ।

ଏହାପରେ ଆମେ ଥାନାକୁ ଯାଇ ଜ୍ବାଇଁଙ୍କ ବିରୋଧରେ ମାମଲା ରୁଜୁ କରିଥିଲି। କାରଣ ଆମେ ଜାଣିଥିଲୁ ଆମ ଝିଅ ଫିଙ୍କିଙ୍କୁ ଜ୍ବାଇଁ ହିଁ ହତ୍ୟା କରିଛନ୍ତି। କାରଣ ସେ ଫିଙ୍କି ନାମରେ ଥିବା ସମ୍ପତ୍ତିକୁ ନିଜ ନାମରେ କରିବାକୁ ଚେଷ୍ଟା କରୁଥିଲେ। ଏଥିପାଇଁ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗି ରହିଥିଲା। ନିକଟ‌ରେ ପିଙ୍କିଙ୍କୁ ଜ୍ବାଇଁ ନିସ୍ତୁକମାଡ଼ ମାରିଥିଲେ। ଏହାପରେ ଝିଅ ଘରକୁ ଚାଲି ଆସିବାକୁ ଚାହୁଁଥିଲା। କିନ୍ତୁ ତାର ଶାଶୁଘର ଲୋକ ଛାଡ଼ି ନଥିଲେ। ଝିଅ ଆମର ୩ମାସର ଅନ୍ତସତ୍ତ୍ବା ଥିବା ବେଳେ ଜ୍ବାଇଁ ତାଙ୍କୁ ହତ୍ୟା କରିଛନ୍ତି।

ପୁଲିସ ନିକଟରେ ପିଙ୍କିଙ୍କ ସ୍ବାମୀ ନିଜ ଦୋଷ ଶିକାର କରି ସ୍ତ୍ରୀଙ୍କୁ  କିପରି ହତ୍ୟା କରିଥିଲା ପୁଲିସ ସମ୍ମୁଖରେ ବଖାଣିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button