ଓଡିଶା

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା – Utkal Mail



ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଏଁସା ଗାଁ ନିକଟରେ ଫସି ରହିଛି ଯାତ୍ରୀ ବାହି ଘାଟ ଡ଼ଙ୍ଗା ।ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ମଧ୍ୟ ଥିଲା ।ସାତପଡାରୁ ଜହ୍ନିକୁଦ ଅଭିମୁଖେ ଏହି ଯାତ୍ରୀବାହୀ ଡଙ୍ଗାଟି ବାହାରିଥିବା ବେଳେ ଏପରି ଅବସ୍ଥା ଉପୁଜିଛି ।

ସୂଚନା ଅନୁସାରେ, ଡଙ୍ଗାଟି ସକାଳ ସାଢ଼େ ୯ଟାରୁ ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ବାହାରିଥିଲା । ତେବେ ମଏଁସା ନିକଟରେ ଥିବା ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ଡଙ୍ଗାଟି ମଝି ନଈରେ ଫସି ରହିଥିଲା । ଚାଳକ ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ମଏଁସା ଗାଁ ନିକଟ ଏକ କୁଦରେ ଡଙ୍ଗାକୁ ଲଗାଇଥିଲେ । ଏହାପରେ ଅନ୍ୟଏକ ମେସିନି ଲାଗିବା ପରେ ଡଙ୍ଗାଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ବୋଲି ଜଣାପଡିଛି।ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button