କ୍ରାଇମ

ଘରେ ପଶି ୨୪ ବର୍ଷୀୟ ଯୁବତୀଙ୍କୁ ଗୁଳି ମାରି ହତ୍ୟା କଲେ ଅଜ୍ଞାତ ଦୁର୍ବୃତ୍ତ – Utkal Mail


ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀର ଜୈତପୁର ଅଞ୍ଚଳରେ ଦୁଇଜଣ ଅଜ୍ଞାତ ଦୁର୍ବୃତ୍ତ ବଳପୂର୍ବକ ଘରେ ବସି ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି।

ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ, ସେ ମରିଯାଇଥିବା କଥା ଡାକ୍ତରମାନେ କହିଲେ।

ସଂଗୃହୀତ ସୂଚନା ଅନୁସାରେ, ଘଟଣାଟି ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଘଟିଥିଲା। ମୁହଁ ଆବୃତ କରିଥିବା ଦୁଇଜଣ ଅଜ୍ଞାତ ଆତତାୟୀ ଜବରଦସ୍ତି ସେ ଯୁବତୀଙ୍କ ଘରେ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିଥିଲେ। ଗୁଳି ଚୋଟରେ ମରିଥିବା ଯୁବତୀ ହେଉଛନ୍ତି ୨୪ ବର୍ଷୀୟ ପୂଜା ଯାଦବ।

Image Courtesy of NDTV

ସ୍ଥାନୀୟ ଲୋକେ ଗୁଳି ଫୁଟା ଶବ୍ଦ ଶୁଣି ଘଟଣାସ୍ଥଳକୁ ଧାଇଁ ଯିବା ସହିତ ଦୁଇ ବନ୍ଧୁକଧାରୀଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ଯାଇଥିଲେ। କିନ୍ତୁ, ଆତତାୟୀମାନେ ସେମାନଙ୍କ ହାବୁଡ଼ରୁ ଖସି ଦୌଡ଼ି ପଳାଇଛନ୍ତି। ଲୋକମାନେ କେବଳ ଆତତାୟୀମାନେ ଚଳାଉଥିବା ମଟରସାଇକେଲ୍‌ଟିକୁ ଛଡ଼ାଇ ରଖିବାରେ ସଫଳ ହୋଇଛନ୍ତି।

ପୁଲିସ ସେ ମଟର୍‌ସାଇକେଲ୍‌ଟିକୁ ଜବତ କରିଥିଲେ ବି ତା’ର ନମ୍ବର ପ୍ଲେଟ୍‌ ନ ଥିବା ଜଣାପଡ଼ିଛି। ଦୁଇ ଆତତାୟୀଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button