ଦେଶ ବିଦେଶ

ଏଥରକ ଦୀପାବଳିରେ ଫୁଟାନ୍ତୁ ଇକୋ-ଫ୍ରେଣ୍ଡଲି ଗ୍ରୀନ୍‌ ବାଣ ଓ ପରିବେଶକୁ ରଖନ୍ତୁ ପ୍ରଦୂଷଣମୁକ୍ତ

ଦୀପାବଳି ପୂର୍ବରୁ ହିଁ ଲୋକମାନେ ବାଣ ଫୁଟାଇବା ଆରମ୍ଭ କରିଦେଇଥାନ୍ତି। ବାଣ ଯୋଗୁ ବାୟୁମଣ୍ଡଳରେ ଧୂଆଁର ପରିମାଣ ବଢ଼ିଥାଏ। ଫଳରେ ପ୍ରଦୂଷଣର ମାତ୍ରା ମଧ୍ୟ ବୃଦ୍ଧିପାଏ। ବଡ଼ ଲୋକମାନେ ଏହି କଥା ବୁଝିପାରୁଥିବା ବେଳେ ଛୋଟ ପିଲା କିନ୍ତୁ ଦୀପାବଳିରେ ବାଣ ଫୁଟାଇବାକୁ ଚାହିଁ ବସିଥାନ୍ତି। ଏଭଳି ସ୍ଥିତିରେ ପିଲାଙ୍କ ପାଇଁ ଏବେ କେତେକ କମ୍ପାନୀ ଇକୋ ଫ୍ରେଣ୍ଡଲି ବାଣ ବା ଗ୍ରୀନ୍‌ ବାଣ ପ୍ରସ୍ତୁତ କରିଛନ୍ତି। ଏହି ବାଣ ଜଳିବା ବେଳେ ଖୁବ୍‌ କମ୍‌ ଧୂଆଁ ବାହାରିଥାଏ, ଫଳରେ ପ୍ରଦୂଷଣର ମାତ୍ରା ମଧ୍ୟ କମ୍‌ ରହିଥାଏ। ତେବେ ଆସନ୍ତୁ ଜାଣିବା କ’ଣ ଏହି ଗ୍ରୀନ୍‌ ବାଣ ଓ ଏହାକୁ ଚିହ୍ନିବା ଉପାୟ…

ରିପୋର୍ଟ ମୁତାବକ ସାଧାରଣ ବାଣ ତୁଳନାରେ ଗ୍ରୀନ୍‌ ବାଣ ଟିକେ ଅଲଗା। ଅନ୍ୟ ବାଣ ଅପେକ୍ଷା ଏହାର ଖୋଳ ସାମାନ୍ୟ ଛୋଟ ହୋଇଥାଏ। ଏହାର ପ୍ରସ୍ତୁତିରେ କ୍ଷତିକାରକ ଦ୍ରବ୍ୟ ଆଦୌ ବ୍ୟବହାର କରାଯାଏନାହିଁ। ଏଥିରେ ବ୍ୟବହାର କରାଯାଉଥିବା କଞ୍ଚାମାଲ କମ୍‌ ପରିମାଣରେ ପରିବେଶ ପ୍ରଦୂଷଣ କରିଥାଏ।

ଏହି ବାଣ ପ୍ରସ୍ତୁତିରେ ଲିଥିୟମ୍‌, ଆର୍ସେନିକ୍‌, ବେରିୟମ୍‌ ଏବଂ ସୀସା ଭଳି ଘାତକ ପଦାର୍ଥ ତଥା ସରକାରଙ୍କ ଦ୍ୱାରା ବ୍ୟାନ୍‌ କରାଯାଇଥିବା ଦ୍ରବ୍ୟ ବ୍ୟବହାର କରାଯାଇନଥାଏ। ଏଣୁ ଏହା ପରିବେଶକୁ ଦୂଷିତ କରିନଥାଏ। ଅନ୍ୟ ସାଧାରଣ ବାଣ ଫୁଟାଇବା ଦ୍ୱାରା ଯବକ୍ଷାରଜାନ ଏବଂ ସଲଫର ଭଳି ହାନିକାରକ ଗ୍ୟାସ୍‌ ସୃଷ୍ଟି ହେଉଥିବା ବେଳେ ଏହି ବାଣ ଏଭଳି ଗ୍ୟାସ୍‌ ସୃଷ୍ଟି କରେ ନାହିଁ।

ଏମିତି ଚିହ୍ନନ୍ତୁ ଗ୍ରୀନ୍‌ ବାଣ:

୧.ଗ୍ରୀନ୍‌ ବାଣ ଖୋଳ ଉପରେ QR କୋଡ୍‌ ଏବଂ ଷ୍ଟିକର ଲାଗିଥାଏ। ଏହି ଷ୍ଟିକର ଓ କୋଡ୍‌ ଦେଖିବା ପରେ ହିଁ ବାଣ କିଣନ୍ତୁ। ନଚେତ୍‌ ଠକାମିର ଶିକାର ହୋଇପାରନ୍ତି।
୨.ଗ୍ରୀନ୍‌ ବାଣ ଜଳାଇବା ବେଳେ ସଲ୍‌ଫରର ଗନ୍ଧ ଆସିନଥାଏ।
୩.ଏହି ବାଣ ଫୁଟାଇବା ବେଳେ ଅଧିକ ଧୂଅାଁ ନିର୍ଗତ ହୋଇନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button