କ୍ରାଇମ

୧୫୦୦ଟଙ୍କାର ଋଣ ନଶୁଝିବାରୁ ମହିଳାଙ୍କୁ ଉଲଗ୍ନ କରି ପରିଶ୍ରା ପିଆଇଲେ ଦୁର୍ବୃତ୍ତ – Utkal Mail


ପାଟନା: ୧୫୦୦ଟଙ୍କାର ଋଣ ନଶୁଝିବାରୁ ମହିଳାଙ୍କୁ ଉଲଗ୍ନ କରି ପରିଶ୍ରା ପିଆଇଲେ ଦୁର୍ବୃତ୍ତ। ବିହାରରେ ଘଟିଛି ଏଭଳି ଘଟଣା।ଶନିବାର ରାତିରେ ବିହାରର ପାଟନାରେ ବାପ-ପୁଅ ମିଶି ଜଣେ ଦଳିତ ମହିଳାଙ୍କୁ ମାଡ଼ ମାରିବା ସହ ଉଲଗ୍ନ କରିଥିଲେ ଏବଂ ପରିଶ୍ରା ପିଆଇଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ପରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

ପୁଲିସର ସୂଚନାନୁସାରେ, ଋଣ ନେଇଥିବା ୧୫୦୦ଟଙ୍କା ଶୁଝି ସାରିଥିଲେ ବି ପ୍ରମୋଦ ସିଂ ଅଧିକ ଟଙ୍କା ମାଗୁଥିଲେ। ହେଲେ ମହିଳାଜଣକ ମନା କରିବାରୁ ଅଭିଯୁକ୍ତ ପ୍ରମୋଦ ସିଂ, ତାଙ୍କ ପୁଅ ଅଂଶୁ ଏବଂ ଅନ୍ୟ ଚାରିଜଣ ସହଯୋଗୀ ଶନିବାର ରାତି ପ୍ରାୟ ୧୦ଟା ସମୟରେ ଦଳିତ ମହିଳାଙ୍କ ଘରକୁ ଯାଇ ଜବରଦସ୍ତ ତାଙ୍କୁ ନିଜ ଘରକୁ ନେଇ ଯାଇଥିଲେ। ଘରକୁ ନେବା ପରେ ତାଙ୍କୁ ଉଲଗ୍ନ କରି ମାଡ଼ ମାରିବା ସହ ଟଙ୍କା ଦେବାକୁ କହିଥିଲେ। ମହିଳାଜଣକ ମନା କରିବାରୁ ତାଙ୍କ ମୁହଁ‌ରେ ପରିଶ୍ରା କରିବାକୁ ପ୍ରମୋଦ ନିଜ ପୁଅ ଅଂଶୁକୁ କହିଥିଲେ। କୌଣସି ପ୍ରକାରେ ମହିଳା ସେଠାରୁ ଖସି ଆସି ପୁଲିସ ପାଖକୁ ଯାଇଥିଲେ। ଏବେ ଅଭିଯୁକ୍ତମାନେ ଫେରାର ଥିବାରୁ ଖୋଜିବା ଆରମ୍ଭ କରିଛି ପୁଲିସ।

କୁହାଯାଉଛି ଯେ, ଅଧିକ ଟଙ୍କା ନଦେଲେ ଗାଁରେ ଉଲଗ୍ନ କରି ବୁଲାଇବି ବୋଲି ମହିଳାଙ୍କୁ ପୂର୍ବରୁ ଧମକ ଦେଇଥିଲେ ପ୍ରମୋଦ। ଏନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button