ଧର୍ମ

ଗାନ୍ଧାରୀଙ୍କ ପ୍ରଥମ ପତିଙ୍କ ରହସ୍ୟ, ଜାଣିଲେ ଆପଣଙ୍କର ହୋସ ଉଡିଯିବ

ମହାଭାରତ ର ପ୍ରମୁଖ ପାତ୍ର ମାନଙ୍କ ମଧ୍ୟରୁ ଓ ୧୦୦ ଟି ପୁତ୍ରଙ୍କ ପିତା ଧୃତରାଷ୍ଟ୍ର ଙ୍କୁ କିଏ ବା ନ ଜାଣିଛି । ଧୃତରାଷ୍ଟ୍ର ଙ୍କ ବିଷୟରେ ଅନେକ ତଥ୍ୟର ଉଲ୍ଲେଖ ମିଳିଥାଏ । ଏହି ତଥ୍ୟ ଗୁଡିକ ମଧ୍ୟରୁ ଗୋଟିଏ ତଥ୍ୟ ଯେ ଧୃତରାଷ୍ଟ୍ର କଣ ପାଇଁ ତାଙ୍କ ପତ୍ନୀ ଗାନ୍ଧାରୀଙ୍କ ପରିବାର କୁ ମାରିଥିଲେ। ଆପଣ ମାନଙ୍କ ମଧ୍ୟରୁ ଅନେକ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ ଓ ଏହାର କାରଣ ମଧ୍ୟ ଜାଣିବାକୁ ଇଛା ପ୍ରକାଶ କରିବେ। ତ ଆସନ୍ତୁ ଜାଣିବା ଧୃତରାଷ୍ଟ୍ର ଙ୍କ ଏହି କାମର ଅବିଶ୍ୱାନୀୟ କାରଣ ….

ଧୃତରାଷ୍ଟ୍ର ଙ୍କ ବିବାହ ଗାନ୍ଧାର ଦେଶର ରାଜକୁମାରୀ ଗାନ୍ଧାରୀ ଙ୍କ ସହ ହୋଇଥିଲା।ଗାନ୍ଧାରୀ ଙ୍କ କୁଣ୍ଡଳୀରେ ଦୋଷ ଥିଲା।ଜ୍ୟୋତିଷ ମାନଙ୍କ ଅନୁସାରେ ଗାନ୍ଧାରୀଙ୍କ କୁଣ୍ଡଳୀରେ ଦୁଇଟି ବିବାହ କରିବାର ଥିଲା।ତାଙ୍କର ପ୍ରଥମ ବିବାହ ହେଲେ ତାଙ୍କ ପତୀ ଙ୍କ ମୃତ୍ୟୁ ନିଶ୍ଚିନ୍ତ ଥିଲା।କେବଳ ଦ୍ୱିତୀୟ ପତି ଜୀବିତ ରହିଥାନ୍ତେ।ଏହି ଦୋଷରୁ ବାହାରିବା ପାଇଁ ଗୋଟେ ସାଧୁ ଗାନ୍ଧାରୀଙ୍କ ବିବାହ ଗୋଟେ ଛେଳି ସହିତ କରିଦେଲେ।

ତାପରେ ସେହି ଛେଳି ଟିକୁ ବଳୀ ଦିଆଗଲା।ହେଲେ ଏହି କଥା ଟିକୁ ଲୁଚାଯାଇଥିଲା।ଯେତେବେଳେ ଧୃତରାଷ୍ଟ୍ର ଏହି କଥାଟିକୁ ଜାଣିଲେ ସେ ବହୁତ ରାଗି ଗଲେ।ଏହା ପରେ ସେ ଗାନ୍ଧାର ର ନରେଶ ସୁବାଲା ଓ ତାଙ୍କ ୧୦୦ ପୁତ୍ରଙ୍କୁ କାରାଗାର ରେ ବନ୍ଦୀ କରିବାର ନିର୍ଦେଶ ଦିଆଗଲା ଓ ତାଙ୍କୁ ବହୁତ ଯାତନା ଦିଆ ଗଲା।ସେମାନଙ୍କୁ ଖାଦ୍ୟ ମଧ୍ୟ କମ ଦିଆଗଲା।ଯେଉଁଥିପାଇଁ ସୁବଲା ଙ୍କ ପୁତ୍ରଙ୍କ ମୃତ୍ୟୁ ହେବାରେ ଲାଗିଲା।

ପ୍ରତିଶୋଧ ର ଅଗ୍ନିରେ ଜଳୁଥିବା ଶୁବାଲା ତାଙ୍କର ସବୁଠାରୁ ଛୋଟ ପୁତ୍ର ଶକୁନି କୁ କୌରଵଙ୍କ ବିନାଶ ପାଇଁ ପ୍ରସ୍ତୁତ କଲେ। ଶୁବାଲା ଙ୍କ ସବୁ ପୁତ୍ର ତାଙ୍କ ର ଖାଦ୍ୟକୁ ମଧ୍ୟ ଶକୁନି କୁ ଖାଇବାକୁ ଦେଇ ଦଉଥିଲେ ।

ଯାହା ଫଳରେ କି ଶକୁନି ବଞ୍ଚି ରହିବ ଓ ନିଜ ପରିବାର ପ୍ରତି ହୋଇଥିବା ନିର୍ଯାତନା ର ପ୍ରତିଶୋଧ ନେଇପାରିବ। ନିଜ ମୃତ୍ୟୁ ପୂର୍ବରୁ ଶୁବାଲା ଧୃତରାଷ୍ଟ୍ର ଙ୍କୁ ବିନତି କଲେ କି ସେ ଶକୁନି ଙ୍କୁ କାରାଗାର ରୁ ବାହାର କରି ଦିଅନ୍ତୁ। ଶୁବାଲା ଶକୁନି କୁ ତାଙ୍କ ଅସ୍ତିରେ ଜୁଆ ଖେଳ ପାଇଁ ଗୋଟି ବନେଇବା କୁ କହିଥିଲେ ଯାହା କି କୌରଵ ବଂଶର ନାଶର କାରଣ ହୋଇଥିଲା ।

ଶକୁନି ସର୍ବ ପ୍ରଥମେ ସମସ୍ତଙ୍କ ବିଶ୍ୱାସ କୁ ଜିତିଥିଲେ। ମାମା ଶକୁନି ଦୁର୍ଯ୍ୟୋଧନ ଙ୍କୁ ଅତି ପ୍ରିୟ ଥିଲେ । ଶକୁନି ଦୁର୍ଯ୍ୟୋଧନ ଙ୍କୁ ପାଣ୍ଡବ ବିରୁଦ୍ଧରେ ପ୍ରବତାଇଲେ ଆଉ ମହାଭାରତ ଭଳି ବିଶାଳ ଯୁଧ୍ୟ ହୋଇଥିଲା । ଏଥିରେ କୌରଵ ମାନେ ନିପାତ ଗଲେ ଓ ମାମା ଶକୁନି ଙ୍କ ଇଚ୍ଛା ତଥା ତାଙ୍କ ପରିବାର ର ପ୍ରତିଶୋଧ ପୁର୍ଣ ହେଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button