ଧର୍ମ

ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହ କଲେ କାହିଁକି ପୋଡେନି ପୁରା ଶରୀର? ସ୍ୱର୍ଗଦ୍ୱାରର ସତ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ୪ଟି ଧାମ ମଧ୍ୟରୁ ପୁରୀ ଧାମ ପବିତ୍ର ଅଟେ। ଶ୍ରୀକ୍ଷେତ୍ରକୁ ଶ୍ମଶାନ ସ୍ଵର୍ଗଦ୍ଵାର କହିବାର ଅନେକ କାରଣ ରହିଛି। ପୂର୍ବ କାଳରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ୱର୍ଗରୁ ଦେବତା ମାନେ ଆସୁଥିଲେ। ତେବେ କଳା ମଲ୍ଲି ବୋଲି ଏକ ସୁନ୍ଦର ଫୁଲ ରହିଛି, ଯାହା ଶ୍ରୀଲଙ୍କା ଦେଶରେ ଫୁଟିଥାଏ। କିନ୍ତୁ ଆମ ଭାରତରେ ଏହି ଫୁଲ ଫୁଟେ ନାହିଁ। ସବୁଠାରୁ ରହସ୍ୟ ଜନକ କଥା ହେଲା ଦିନେ ସେହି ପୁଷ୍ପକୁ ଦୈତାପତି ମାନେ ରତ୍ନ ସିଂହାସନ ଉପରେ ଦେଖିବାକୁ ପାଇଥିଲେ।

ଆଉ ସବୁଦିନ ରତ୍ନ ସିଂହାସନ ଉପରେ ସକାଳୁ ସକାଳୁ ସେ ଫୁଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। ତାପରେ ସେମାନଙ୍କର ସନ୍ଦେହ ହେଇଥିଲା ଯେ, ଶ୍ରୀଲଙ୍କାରୁ ହୁଏତ ବିଭୀଷଣ ଆସି ଶ୍ରୀ ଜଗନ୍ନାଥଙ୍କୁ ଏହି ପୁଷ୍ପ ପ୍ରଦାନ କରୁଛନ୍ତି। ତେଣୁ ସନ୍ଦେହ ଦୂର କରିବା ପାଇଁ ଦୈତାପତି ମାନେ ଥରେ ଦୁଆର ମୁଁହରେ ଜଗି ବସି ରହିଲେ।

ଆଉ ସେହି ସମୟରେ ବିଭୀଷଣ ଦକ୍ଷିଣ ଦ୍ଵାର ବାଟ ଦେଇ ଆସିଥିଲେ। ଆଉ ଶ୍ରୀ ଜୀଉଙ୍କୁ ଦର୍ଶନ କରି ସେ ଯେତେବେଳେ ପ୍ରସ୍ଥାନ କରୁଥିଲେ ସେହି ସମୟରେ ଜଗି ବସିଥିବା ଦୈତାପତି ମାନେ ବିଭୀଷଣଙ୍କୁ ଧରି ପକାଇଥିଲେ। ତା’ପରେ ବିଭୀଷଣ ଦୈତାପତିଙ୍କୁ ଏକ କଙ୍କଣ ପ୍ରଦାନ କରି ସମୁଦ୍ରକୂଳ ନିକଟରୁ ଏକ ସ୍ଥାନରୁ ସ୍ବର୍ଗକୁ ଚାଲିଯାଇଥିଲେ। ସେହିଦିନ ଠାରୁ ସେହି ସ୍ଥାନକୁ ସ୍ଵର୍ଗଦ୍ଵାର ବୋଲି କୁହାଯାଇଥିଲା।

ତେବେ ଆଉ ଏକ କାହାଣୀ ଅନୁସାରେ, ଥରେ ଦେବରାଜ ଇନ୍ଦ୍ର ମହାଦେବଙ୍କୁ ଦର୍ଶନ କରିବାକୁ ଆସିଥିଲେ ସେ ଦର୍ଶନ କରି ଯେତେବେଳେ ସ୍ବର୍ଗକୁ ଆକାଶରେ ଫେରି ଯାଇଥିଲେ ସେତେବେଳେ ଗୋଟେ ଛୋଟ ପିଲା ଇନ୍ଦ୍ର ସ୍ବର୍ଗକୁ ଯିବାର ଦେଖି ଦେଇଥିଲା। ଆଉ ସେହି ସ୍ଥାନକୁ ଯାଇ ଗୋଟେ କାଠି ପୋତି ଦେଇଥିଲା।

ଏବଂ ରାଜାକୁ ଯାଇ ଖବର ଦେଇଥିଲା ଯେ ଏହି ସ୍ଥାନଟି ଜଣେ ଆକାଶ ମାର୍ଗକୁ ଉଡ଼ିକି ଯାଉଥିଲେ। ତେଣୁ ସେହି ସ୍ଥାନକୁ ରାଜା ପରବର୍ତ୍ତୀ ସମୟରେ ସ୍ଵର୍ଗଦ୍ଵାର ନାମରେ ଘୋଷଣା କରିଥିଲେ। ସେବେଠାରୁ ପ୍ରତ୍ୟେକ ଲୋକଙ୍କୁ ସ୍ବର୍ଗ ମୁକ୍ତି ପାଇଁ ଦାହ ସତ୍କାର କରାଯାଉଛି। ତେବେ ସନାତନ ଧର୍ମ ଅନୁସାରେ , ରାତିରେ ଶବ ପୋଡ଼ିବା ପାଇଁ ମନା ହେଇଛି। ତେବେ କେବଳ ଦିନ ବେଳେ ହିଁ ଶବ ଦାହ କରାଯାଇଥାଏ। ନିଜ ପରିବାର ଲୋକେ ଶବରୁ ଅସ୍ଥି ସଂଗ୍ରହ କରୁଥିବାରୁ କିଛି ମାଂସ ହାଡକୁ ଦର ପୋଡ଼ା କରି ରଖାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button