ବ୍ୟବସାୟ

ପାତ୍ର ଇଲେକ୍‌ଟ୍ରୋନିକ୍ସ ଫ୍ରିଡମ୍ ସେଲ୍: ଗ୍ରାହକଙ୍କୁ ମିଳୁଛି ଆକର୍ଷଣୀୟ ଅଫର – Utkal Mail


ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ଅଗ୍ରଣୀ ବୈଦ୍ୟୁତିକ, ଘର ସରଞ୍ଜାମ, ଡିଜିଟାଲ ଓ ଫର୍ଣ୍ଣିଚର ସାମଗ୍ରୀର ମେଗା ସୋ’ରୁମ୍ ‘ପାତ୍ର ଇଲେକ୍‌ଟ୍ରୋନିକ୍ସ’ ଗ୍ରାହକଙ୍କ ପାଇଁ ରିହାତି ଆଣିଛି। ପାତ୍ର ଇଲେକ୍‌ଟ୍ରୋନିକ୍ସ ଗ୍ରାହକମାନଙ୍କ ପାଇଁ ‘ଫ୍ରିଡମ୍ ସେଲ୍’ ମାଧ୍ୟମରେ ଆକର୍ଷଣୀୟ ରିହାତି ପ୍ରଦାନ କରୁଛି। ଗ୍ରାହକମାନେ ଏହାରି ମାଧ୍ୟମରେ ମାତ୍ର ୩୪୯୦ ଟଙ୍କା ଡାଉନ୍ ପେମେଣ୍ଟ ଦେଇ ୨୪ ମାସର ସହଜ କିସ୍ତି ମାଧ୍ୟମରେ ଏଲଇଡି ଟିଭି, ରେଫ୍ରିଜେରେଟ, ୱାସିଂମେସିନ୍ ଓ ଏୟାର କଣ୍ଡିସନର ଘରକୁ ନେଇ ପାରିବେ।

ଏତଦ୍ ବ୍ୟତୀତ ପାତ୍ର ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ କୁହାଯାଇଛି ଯେ, ଫ୍ରିଡମ୍ ସେଲ୍ ମାଧ୍ୟମରେ ଗ୍ରାହକମାନେ ମୋବାଇଲ, ଲ୍ୟାପଟପ୍, ଡିଜିଟାଲ୍ କ୍ୟାମେରା, ସ୍ମାର୍ଟ ୱାଚ୍, ସ୍ପିକର ଆଦି ସାମଗ୍ରୀ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତିରେ କିଣାକିଣି କରିପାରିବେ। ସେହିପରି ପଙ୍ଖା, କୁଲର, ପ୍ରେସରକୁକର, ଇଣ୍ଡକ୍ସନ୍ ଚୂଲା ଆଦି ସାମଗ୍ରୀ ଉପରେ ମଧ୍ୟ ରିହାତି ରହିଛି। ଗ୍ରାହକମାନେ ସେମାନଙ୍କର ପୁରୁଣା ଫର୍ଣ୍ଣିଚରକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦରରେ ବଦଳାଇ ପାରିବେ।

ସୂଚନାଯୋଗ୍ୟ, ‘ପାତ୍ର ଇଲେକ୍‌ଟ୍ରୋନିକ୍ସ’ର ଏବେ କଟକ, ଚୌଦ୍ବାର, ଭୁବନେଶ୍ବର, ବଲାଙ୍ଗୀର, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁରରୋଡ, ବାରିପଦା, ବାଲେଶ୍ବର, ବ୍ରହ୍ମପୁର, ଜଗତସିଂହପୁର, ଜଳେଶ୍ବର ଓ ଖୋର୍ଦ୍ଧାରେ ସୋ’ରୁମ ରହିଛି। ଏହି ସବୁ ସୋ’ରୁମରେ ଏହି ଅଫର ମିଳୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button