ସ୍ୱାସ୍ଥ୍ୟ

ଅସୁସ୍ଥତା, ଚିକିତ୍ସା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ… ଇରଫାନ୍ ଖାନ୍ ଏବଂ ଋଷି କପୁରଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଅଭୁତ ସଂଯୋଗ

କରୋନା ସଙ୍କଟ ମଧ୍ୟରେ କେବଳ ଦୁଇ ଦିନ ଭିତରେ ଚଳଚିତ୍ର ଦୁନିଆ ନିଜ ଦୁଇଟି ଅମୂଲ୍ୟ ତାରା ହରେଇଛନ୍ତି । ଅଭିନେତା ଇରଫାନ ଖାନ ପରେ ରିଷି କପୁର ଭଳି ଦିଗ୍ଗଜ ଅଭିନେତା ମୃତ୍ୟୁ ହୋଇଛି । ଇରଫାନ ଖାନ ମୃତ୍ୟୁ ଗୋଟେ ଦିନ ପରେ ମୁମ୍ବାଇ ହସ୍ପିଟଲରେ ଅଭିନେତା ରିଷି କପୁର ନିଜ ଅନ୍ତିମ ନିଶ୍ଵାସ ନେଇ ଥିଲେ, ୬୭ ବର୍ଷୀୟ ରିଷି କପୁରଙ୍କୁ ଦେହ ଖରାପ ପାଇଁ ବୁଧବାର ରାତି ଏଚଏମରିଲାଇନ୍ସ ଫାଉଣ୍ଡେସନ ହସ୍ପିଟଲ ରେ ଭର୍ତି କରା ଯାଇଥିଲା । ଇରଫାନ ଖାନ ଏବଂ ରିଷି କପୁର ନିଧନ ମାତ୍ର ୨୪ ଘଣ୍ଟା ମଧ୍ୟରେ ହୋଇଥିଲା, ଗୋଟେ ପ୍ରକାର ସଂଯୋଗ ଅଟେ ଯେ ରୋଗ ଠାରୁ ମୃତ୍ୟୁ ଏବଂ କ୍ୟାନ୍ସର ଚିକିତ୍ସା ମଧ୍ୟ ଦୁହିଁଙ୍କ ବହୁତ ସମାନ ଥିଲା ।

ତେବେ ରିଷି କପୁର ଏବଂ ଇରଫାନ ଖାନଙ୍କ ମୃତ୍ୟୁ ବହୁତ ପ୍ରକାର ରେ ସମାନ ଅଟେ, ଦୁଇ ଅଭିନେତାଙ୍କ ମୃତ୍ୟୁ କ୍ୟାନ୍ସର ଭଳି ଭୟଙ୍କର ରୋଗ ଦ୍ଵାରା ହୋଇଛି । ଏଠି ଧ୍ୟାନ ଦବା କଥା ଏହା ଯେ ଦୁଇ ଅଭିନେତାଙ୍କୁ କ୍ୟାନ୍ସର ଥିଲା ଏବଂ ଦୁହେଁ ୨୦୧୮ରେ ବିଦେଶରେ ଏହାର ଚିକିତ୍ସା କରେଇ ଥିଲେ । ରିଷି କପୁର ୨୦୧୯ ରେ ଆମେରିକା ଠାରୁ ଚିକିତ୍ସା କରେଇ ସେପ୍ଟେମ୍ବରରେ ଫେରିଥିଲେ, ତେବେ ଇରଫାନ ଖାନ କ୍ୟାନ୍ସର ଚିକିତ୍ସା ଲଣ୍ଡନରେ କରାଇ ଫେବୃୟାରୀ ୨୦୧୯ରେ ଫେରିଥିଲେ, ଏହା ପରେ ସେ ଅଙ୍ଗରେଜି ମିଡିଅମ ସୁଟିଙ୍ଗ କରିଥିଲେ ।

ଗୁରୁବାର ଦିନ ରିଷି କପୁରଙ୍କର ନିଧନ ହେଲା :

୬୭ ବର୍ଷ ରିଷି କପୁର ମୁମ୍ବାଇର ଏଚଏମ ରିଲାଇନ୍ସ ଫାଉନଡେଶନ ହସ୍ପିଟଲ ରେ ଭର୍ତି ହୋଇଥିଲେ, ୨୦୧୮ରେ ରିଷି କପୁରକୁ ପ୍ରଥମ ଥର ପାଇଁ କ୍ୟାନ୍ସର ବିଷୟରେ ଜଣା ପଡିଥିଲା ଏହି ଖବର ପାଇଲା ପରେ ଅଭିନେତା ରିଷି କପୁର ଆମେରିକା ର ନ୍ୟୂୟର୍କ ରେ ଗୋଟେ ବର୍ଷ ପାଇଁ ଚିକିତ୍ସା କରେଇଥିଲେ ଓ ଭଲ ହୋଇ ସେପ୍ଟେମ୍ବର ୨୦୧୯ ରେ ଦେଶକୁ ଫେରିଥିଲେ ।

ଭାରତ ଫେରିଲା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖା ଯାଇଥିଲା ତଥାପି ଅଭିନେତାଙ୍କ ଯାଞ୍ଚ ପାଇଁ ଫେବୃୟାରୀ ମାସରେ ହସ୍ପିଟଲ ରେ ଭର୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅସୁବିଧା ହେଲା ଯେତେବେଳେ ସେ ଫେବୃୟାରୀ ମାସରେ ଦିଲ୍ଲୀ ଭ୍ରମଣ ଠାରୁ ଫେରିଲେ ଓ ହସ୍ପିଟଲରେ ଭର୍ତି ହେଲେ ।

ବୁଧବାର ଦିନ ଇରଫାନ ଖାନଙ୍କର ନିଧନ :

ଅଭିନେତା ଇରଫାନ ଖାନ ୫୪ ବର୍ଷ ର ଅଟନ୍ତି ଏବଂ ବହୁତ ସମୟ ଧରି କ୍ୟାନ୍ସର ଭଳି ଭୟଙ୍କର ରୋଗ ଠାରୁ ପୀଡିତ ଥିଲେ । ଇରଫାନ ଖାନଙ୍କୁ ମଳାଶୟ ସଂକ୍ରମଣ ପାଇଁ ମଙ୍ଗଳବାରକୁ କୋକିଲାବେନ ଦ୍ଧିରୁଭାଇ ଅମ୍ବାନୀ ହସ୍ପିଟଲରେ ଆଇସିୟୁ ରେ ଭର୍ତି କରା ଯାଇଥିଲା ।

ତାଙ୍କୁ ୨୦୧୮ରେ ନ୍ୟୂରୋଏଣ୍ଡୋକ୍ରାଇନ ଟ୍ଯୁମର ହୋଇଥିଲା, ତାଙ୍କ ପରିବାରରେ ସ୍ତ୍ରୀ ସୂତାପା ଏବଂ ଦୁଇ ପୁଅ ବାବିଲ ଏବଂ ଅୟାନ ଅଛନ୍ତି, ଇରଫାନ ଖାନ ମାତାଙ୍କ ନିଧନ କେବଳ ଚାରି ଦିନ ପୂର୍ବ ଜୟପୁରରେ ହୋଇଥିଲା, ସେ ଲକଡାଉନ ପାଇଁ ଅନ୍ତିମ ସଂସ୍କାରରେ ଯାଇ ପାରି ନଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button