ନୀତି

ରାମ ନବମୀରେ ହୁଏ ମହାପ୍ରଭୁଙ୍କ ରଥକାଠ ଚିରା, ଜାଣନ୍ତୁ କଣ ରହିଛି ରୀତିନୀତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଆଉ ଏକ ଦୃଷ୍ଟାନ୍ତ ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଘୋଷଯାତ୍ରାରେ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ବସି ମାଉସୀ ଘରକୁ ଗମନ କରିଥାଆନ୍ତି। ଆଷାଢ ଶୁକ୍ଳ ଦ୍ଵିତୀୟା ତିଥିରେ ପାଳିତ ହୁଏ ରଥଯାତ୍ରା। ଘର ଘର ନାଦରେ ପ୍ରଥମେ ବଡ଼ ଠାକୁର ବଳଭଦ୍ର ନିଜ ତାଳଧ୍ଵଜ ରଥରେ ଚଢ଼ି ପ୍ରଥମେ ଗୁଣ୍ଡିଚା ମାଙ୍କ ଘରକୁ ଯାଇଥାନ୍ତି। ତା ପରେ ଦେବଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ନନ୍ଦିଘୋଷରେ ଚଢ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ମାଉସୀ ଘରକୁ ଗମନ କରିଥାନ୍ତି।

ତେବେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ବହୁ ପୂର୍ବରୁ ରଥ ତିଆରି କାମ ଆରମ୍ଭ ହୋଇଥାଏ। ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୁଏ ଶ୍ରୀପଞ୍ଚମୀ ତିଥି ବା ସରସ୍ୱତୀ ପୂଜା ଦିନ । ଏହି ଦିନ ତିନି ଠାକୁରଙ୍କ ରଥ କାଠ ଅନୁକୂଳ ହୋଇଥାଏ। ପୁରୀରେ ରଥ କାଠ ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାମ୍ନାରେ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥାଏ। ଏହା ପରେ ଶ୍ରୀରାମନବମୀ ଦିନ କଟକର ଖପୁରିଆସ୍ଥିତ କରତ କଳରେ ରଥ କାଠ ଚିରଟ କାମ ଆରମ୍ଭ ହୁଏ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଲାଗି ମାଳ ଓ ମହାର୍ଦ୍ଦ ବା ମହାପ୍ରସାଦ ନେଇ କଟକ ଖପୁରିଆ ସ୍ଥିତ ଏକ କରତ କଳକୁ ଯାଇଥାନ୍ତି । ସେଠାରେ ପୂଜାର୍ଚ୍ଚନା ପରେ କାଠ ଚିରା କାମ ଆରମ୍ଭ ହୋଇଥାଏ ।

2

ଅକ୍ଷୟ ତୃତୀୟା ଦିନ ତିନିରଥ ତିଆରି କାର୍ଯ୍ୟର ଅନୁକୂଳ ବା ଶୁଭାରମ୍ଭ ହୋଇଥାଏ। ସେହିଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାମ୍ନାରେ ବଡ଼ ଦେଉଳର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ସ୍ତ୍ରୋତ୍ରୀୟ ବ୍ରାହ୍ମଣ ମିଳିତ ଭାବେ ରଥ ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ ଯଜ୍ଞ ଓ ଆନୁସଙ୍ଗିକ ପୂଜା ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ପୂଜାପଣ୍ଡା ତିନି ରଥ ନିର୍ମାଣର ଅନୁକୂଳ ନିମନ୍ତେ ଆଜ୍ଞାମାଳ ପ୍ରଦାନ କରିଥାନ୍ତି।

3

ଏ ଅବସରରେ ବିଶ୍ୱକର୍ମା ମହାରଣା, ରୂପକାର, ଭୋଇ ସେବକ ପ୍ରମୁଖ ଶାଢ଼ୀ ବନ୍ଧାଇଥାନ୍ତି। ଏହାପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ ହୋଇଥାଏ। ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗିକରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରିନାହାକା ଡେରା ଅନୁକୂଳ ହୁଏ। ନେତ୍ରୋତ୍ସବରେ ଅପରାହ୍ନ ସୁଦ୍ଧା ତିନି ରଥ ସୁସଜ୍ଜିତ ହୋଇ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥାନ୍ତି। ଏହା ପରଦିନ ଅନୁଷ୍ଠିତ ହୁଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button