ନୀତି

ଆଉ ମାତ୍ର ୪ ଦିନ ରହିଲା: ପିତୃପକ୍ଷ ପୂର୍ବରୁ ସାରିଦିଅନ୍ତୁ ଏହି ସବୁ କାର୍ଯ୍ୟ – Utkal Mail


ପିତୃପକ୍ଷକୁ ହିନ୍ଦୁ ଧର୍ମରେ ନିହାତି ଖ‌ାସ୍‌ ମନାଯାଏ। ଏହା ଶ୍ରାଦ୍ଧପକ୍ଷ ନାମ‌‌ରେ ବି ବେଶ୍ ଜଣାଶୁଣା । ଏହି ପକ୍ଷରେ ଲୋକ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି। ଏଥର ପିତୃପକ୍ଷ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ତାରିଖରେ ଶେଷ ହେଉଛି। ହିନ୍ଦୁ ପାଞ୍ଜି ଅନୁସାରେ, ପିତୃପକ୍ଷ ଭାଦ୍ରବ ମାସର ପୂର୍ଣ୍ଣିମା ତିଥିରେ ପଡ଼ିଥାଏ।

ଏହି ପକ୍ଷ  ପିତୃଲୋକଙ୍କ ପାଇଁ ସମର୍ପିତ । ଏହି ପକ୍ଷରୁ କେବଳ ପିତୃଲୋକଙ୍କୁ ପିଣ୍ଡଦାନ କରିବାକୁ ଉଚିତ ମଣାଯାଏ। ଏପରି ଅନେକ କାର୍ଯ୍ୟ ରହିଛି, ଯାହାକୁ ଏହି ପକ୍ଷରେ କରିବାକୁ ବାରଣ କରାଯାଏ। ପିତୃପକ୍ଷ ୧୫ ଦିନ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ ବାହା, ବ୍ରତ ଆଦି କରିବାକୁ ବାରଣ ରହିଛି।

ବେକଳ ସେତିକି ନୁହେଁ, ନୂତନ ବସ୍ତ୍ର କିଣିବାକୁ ବି ମନା କରାଯାଇଛି। ପାରୁଛନ୍ତି ଯଦି ପିତୃପକ୍ଷ ଆରମ୍ଭ ହେବା ପୂର୍ବରୁ ଆପଣ ନିଜ ପାଇଁ ଆବଶ୍ୟକୀୟ ବସ୍ତ୍ର କିଣିଦିଅନ୍ତୁ।

ଯଦି ଆପଣ କୌଣସି ଦୋକାନ କିମ୍ବା କମ୍ପାନି ପ୍ରତିଷ୍ଠା କରିବାକୁ ଚାହାନ୍ତି ତ ଏହି ପକ୍ଷ ପୂର୍ବରୁ ନହେଲେ ପରେ କରନ୍ତୁ। ଘର ପ୍ରତିଷ୍ଠା ବି ଏହି ପକ୍ଷରେ କରିବାକୁ ଅଶୁଭ ମନାଯାଏ।

ଚଳିତବର୍ଷ ପିତୃପକ୍ଷ ଖୁବ୍ ସ୍ବତନ୍ତ୍ର ବୋଲି ମନେ କରାଯାଉଛି । କାରଣ ଏଥର ଦୀର୍ଘ ୩୦ ବର୍ଷ ପରେ ପିତୃପକ୍ଷରେ ସ୍ବାର୍ଥ ସିଦ୍ଧି ଯୋଗ ଓ ଅମୃତ ଯୋଗ ଏକାସାଥୀରେ ପଡୁଛି। ସେଥିପାଇଁ କିଛି ରାଶିର ଲୋକଙ୍କ ପାଇଁ ଚଳିତବର୍ଷ ପିତୃପକ୍ଷ ଅତ୍ୟନ୍ତ ଭଲ ରହିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button