ଦେଶ ବିଦେଶ

ପାକ୍‌ ସେନାର ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୫ ଅନୁପ୍ରବେଶକାରୀ ନିପାତ, ୨ ମାସ ମଧ୍ୟରେ ସୀମାପାର ଗୁଳିକାଣ୍ଡ ବଢ଼ିଛି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆଜି ପାକିସ୍ତାନୀ ସେନାର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି ଭାରତୀୟ ସେନା।  ଏଥିସହ ଭାରତୀୟ ସେନା ଗୁଳିରେ ୪-୫ ଅନୁପ୍ରବେଶକାରୀ ନିପାତ ହୋଇଛନ୍ତି। ପାକିସ୍ତାନ ପଟୁ ହୋଇଥିବା ଅନୁପ୍ରବେଶ ଉଦ୍ୟମ ଦ୍ବାରା ୨ ରାଷ୍ଟ୍ର ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ହୋଇଛି।  ତେବେ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରି କୁହାଯାଇଛି ଯେ ପାକ୍‌ସେନା ଦ୍ବାରା ଅନୁପ୍ରବେଶ ଉଦ୍ୟମ ପଣ୍ଡ କରାଯାଇଛି। ପାକିସ୍ତାନୀ ସୈନିକ  ଏବଂ ଅନ୍ୟ ଅନୁପ୍ରବେଶକାରୀମାନେ ଗୁଳି ଚାଳନା କରିବା ଫଳରେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା।  ନିହତ ଅନୁପ୍ରବେଶକାରୀଙ୍କ ମଧ୍ୟରେ କିଛି ପାକ୍‌ ସୈନିକ ଅଛନ୍ତି । ତେବେ ଗତ କିଛି ମାସ ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ସେନା ପାକିସ୍ତାନ ଦ୍ବାରା ଅସ୍ତ୍ରବିରତି ଉଲ୍ଲଂଘନକୁ ସ୍ପଷ୍ଟ କରିଛି।  ଗତବର୍ଷ ‌ଫେବ୍ରୁଆରିରେ ମଧ୍ୟ କ୍ରିଷ୍ଣା ଘାଟି ସେକ୍ଟରରେ  ସମାନ ଢଙ୍ଗରେ ସୀମାପାର ଗୁଳିଚାଳନା କରାଯାଇଥିଲା।

ଆଜିର ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତର ‌କୌଣସି କ୍ଷତି ହୋଇନାହିଁ ବୋଲି  ସେନା ସ୍ପଷ୍ଟ କରିଛି।  ଆଜି ଦିନ ତମାମ ଗୁଳିଚାଳନା ଜାରି ରହିଥିଲା ଏବଂ  ଭାରତୀୟ ସେନା କ୍ରିଷ୍ଣା ଘାଟି ଅଞ୍ଚଳରେ ହାଇଆଲର୍ଟରେ ରହିଛି। ଉଲ୍ଲେଖଯୋଗ୍ୟ, ଗତ ୨ ମାସ ମଧ୍ୟରେ ଦକ୍ଷିଣ ପୀର ପଞ୍ଜଲ ଅଞ୍ଚଳରେ ସୀମାପାର ଗୁଳିକାଣ୍ଡ ବଢ଼ିଛି।  ପାକିସ୍ତାନର ବ୍ୟାଟ୍‌ (ବର୍ଡର ଆକ୍ସନ୍‌ ଟିମ୍‌) ଦ୍ବାରା ଭାରତୀୟ ଅଂଚଳକୁ ଗୁଳିମାଡ଼ କରାଯାଉଛି।  ତେବେ ଏଭଳି ପରିସ୍ଥିତିରେ ସ୍ଥାନୀୟ ସ୍ତରରେ ଭାରତୀୟ ସେନା ଦ୍ବାରା ଅତି ପ୍ରଭାବଶାଳୀ ଭାବେ ମୁକାବିଲା କରାଯାଉଥିବା ଜଣାପଡ଼ିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button