ଧର୍ମ

99 % ହିନ୍ଦୁଙ୍କୁ ଜଣା ନାହିଁ ପ୍ରଭୁ ହନୁମାନଙ୍କର ଏହି 10 ଟି ରହସ୍ୟ, ପ୍ରଭୁ ହନୁମାନ ଙ୍କୁ ମାନୁଥିଲେ ନିଶ୍ଚୟ ଦେଖନ୍ତୁ

ଭଗବାନ ବଜରଙ୍ଗ ବାଲି ହନୁମାନଙ୍କୁ ସଙ୍କଟ ମୋଚନ ହନୁମାନ କୁହାଯାଏ । ରାମ ଭକ୍ତ ହନୁମାନ ଙ୍କୁ ମହାବଳୀ ମାନାଯାଏ ।  ସେ ଅଜୟ ଓ ଅମର ଅଟନ୍ତି । ଆଜି ଆମେ ହନୁମାନଙ୍କର କିଛି ରହସ୍ୟ ବିଷୟ ରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ହନୁମାନଙ୍କର ଏହି ୧୦ଟି ରହସ୍ୟ ବିଷୟ ରେ  ।

୧ – ହନୁମାନ ଭଗବାନ ଶିବଙ୍କର ୧୧ ତମ ରୁଦ୍ର ଅବତାର ଅଟନ୍ତି । ସେ ତାଙ୍କର ମାତାଙ୍କୁ ଅଭିଶାପ ରୁ ମୁକ୍ତ କରିବା ପାଇଁ ଏହି ରୂପ ଧାରଣ କରିଥିଲେ । ମାତା ଅଞ୍ଜନୀଙ୍କୁ ଅଭିଶାପ ମିଳିଥିଲା କି ସେ କୌଣସି ପୁତ୍ର କି କନ୍ୟା କୁ ଜନ୍ମ ଦେଇପାରିବେ ନାହିଁ । କିନ୍ତୁ ମାତା ଅଞ୍ଜନି ଭଗବାନ ଶିବଙ୍କୁ ଘୋର ତପସ୍ୟା ଦ୍ଵାରା ପ୍ରସନ୍ନ କରି ଥିଲେ ଯାହାଫଳରେ କି ଶିବଙ୍କର ୧୧ ତମ ରୁଦ୍ର ଅବତାର ଭାବରେ ହନୁମାନଙ୍କୁ ଜନ୍ମ ଦେଇଥିଲେ ।

୨ – ଭଗବାନ ରାମଙ୍କ ଆୟୁ ବୃଦ୍ଧି ପାଇଁ ମାତା ସୀତା ନିଜ ମୁଣ୍ଡରେ ଶିନ୍ଦୁର ଲଗାଉଥିଲେ ଏହି କଥା ହନୁମାନ ଜାଣିବା ପରେ ନିଜ ଶରୀରରେ ଶିନ୍ଦୁର ବୋଳି ଦେଇଥିଲେ । ସେବେଠାରୁ ହନୁମାନଙ୍କୁ ଶିନ୍ଦୁର ଚଢାଯାଏ ।

୩ – ହନୁମାନଙ୍କର ଥୋଡିର ଆକାର ପାଇଁ ତାଙ୍କୁ ହନୁମାନ କୁହାଯାଏ ।

୪ – ହନୁମାନ ବ୍ରହ୍ମଚାରୀ ହୋଇ ମଧ୍ୟ ସେ ପିତା ଅଟନ୍ତି । ଏକ ଘଟଣା କ୍ରମରେ ହନୁମାନ ଲଙ୍କା କୁ ଯିବା ବେଳେ ଗୋଟିଏ ରାକ୍ଷସ ସହିତ ଯୁଦ୍ଧ ହୋଇଥିଲା । ଏହି ସମୟ ରେ ତାଙ୍କ ଦେହରୁ ଝାଳ ବାହାରି ସମୁଦ୍ରରେ ପଡିବାରୁ ସେହି ଝାଳ କୁ ଗୋଟିଏ କୁମ୍ଭୀର ସେବନ କରିଥିଲା । ଏହାଦ୍ଵାରା  ତାଙ୍କର ମକରଧ୍ଵଜ ନାମରେ ସନ୍ତାନ ଜାତ ହୋଇଥିଲା । ଏହା ହନୁମାନଙ୍କର ପୁତ୍ର ବୋଲି ମାନନ୍ତି ।

୫ – ଏମିତି ଏକ ସମୟ ହୋଇଥିଲା ଯାହାକି ଭଗବାନ ରାମ ହନୁମାନଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ ।  କିନ୍ତୁ ସେଥିରୁ ରକ୍ଷା ପାଇ ଯାଇଥିଲେ ଏକ ଘଟଣା କ୍ରମରେ ରାମଙ୍କର ଗୁରୁ ବିଶ୍ଵା ମିତ୍ର ହନୁମାନଙ୍କ ଉପରେ କ୍ରୋଧିତ ହୋଇ ରାମଙ୍କୁ ଆଦେଶ ଦେଇଥିଲେ ହନୁମାନଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ । କିନ୍ତୁ ଏହି ସମୟ ରେ ହନୁମାନ ରାମଙ୍କ ନାମ ଉଚ୍ଚାରଣ କରିବାରୁ ତାଙ୍କର କୌଣସି କ୍ଷତି ହୋଇନଥିଲା ।

୬ – ଲଙ୍କା କାଣ୍ଡ ଆରମ୍ଭ ହେବାକ୍ଷଣି ହନୁମାନ ହିମାଳୟ ଯାଇ ନିଜ ନଖରେ ସର୍ବପ୍ରଥମେ ରାମାୟଣ ଲେଖିଥିଲେ । ଏହି କଥା ବାଲ୍ମୀକି ଜାଣିବାରୁ ତାଙ୍କ ମନରେ ଦୁଖ ଭାବ ଜାତ ହୋଇଥିଲା ଏହି ବିଷୟରେ ଜାଣି ହନୁମାନ ନିଜର ରଚିତ ରାମାୟଣକୁ ସମୁଦ୍ରରେ ବିସର୍ଜନ କରିଦେଇଥିଲେ ।

୭ – ହନୁମାନ ଓ ଭୀମ ଦୁଇଜଣ ଭାଇ ଥିଲେ । କାହିଁକି ନା ଦୁଇଜଣ ଯାକ ପବନ ପୁତ୍ର ଥିଲେ ।

୮ – ଆପଣ ଜାଣିଥିବେ କି ରାମଙ୍କର ଦେହ ତ୍ୟାଗ ସମୟ ଆସିଯିବାରୁ ସେ ଜାଣିଥିଲେ କି ଯଦି ଏହି କଥା ହନୁମାନ ଜାଣିଯିବେ ତେବେ ହନୁମାନ ପୃଥିବୀ କୁ ଛାର କ୍ଷାର କରିଦେବେ ଏଥି ପାଇଁ ବ୍ରମ୍ହାଙ୍କ ସାହାଜ୍ୟ ରେ ତାଙ୍କୁ ପାତଳ ପୁରୀ କୁ ପଠାଇ ଦେଇଥିଲେ ।

୯ – ଥରେ ମାତା ଶିତା ହନୁମାନଙ୍କୁ ଏକ ମୂଲ୍ୟବାନ ହାର ଉପହାର ଦେବାଇଥିଲେ କିନ୍ତୁ ଏହାକୁ ହନୁମାନ ସ୍ଵୀକାର କରିନଥିଲେ ।  ସୀତା କ୍ରୋଧିତ ହୋଇ ଏହାର କାରଣ ଜାଣିବାକୁ ଚାହିଁଥିଲେ । ହନୁମାନ ନିଜର ଛାତି ଚିରି ଭଗବାନ ଶ୍ରୀ ରାମ ଙ୍କର ଛବି ଦେଖାଇ କହିଥିଲେ କି ତାଙ୍କ ପାଇଁ ଏହାଠାରୁ ଅଧିକ ଆଉକିଛି ଆବଶ୍ୟକ ନାହିଁ । ଏହି ଦିନଠାରୁ ଶ୍ରୀ ରାମଙ୍କ ମନରେ ହନୁମାନଙ୍କ ପ୍ରତି ଅଧିକ ସ୍ନେହ ସୃଷ୍ଟି ହୋଇଥିଲା ।

୧୦ – ସନାତନ ଧର୍ମ ଅନୁସାରେ ଶ୍ରୀ ରାମଙ୍କର ୧୦୮ ନାମ କିମ୍ବା ହନୁମାନଙ୍କର ୧୦୮ ନାମ ଜପ କରିବା ଦ୍ଵାରା ସବୁ ପାପରୁ ମୁକ୍ତି ମିଳିଥାଏ । କାହିଁକି ନା ସଂସ୍କୃତରେ ଏହି ୧୦୮ ନାମରେ ହନୁମାନଙ୍କର ଜୀବନରେ ଘଟିଥିବା ସବୁ କଥାକୁ ବର୍ଣ୍ଣନା କରିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button