ଦେଶ ବିଦେଶ

ଆତଙ୍କବାଦୀଙ୍କୁ ଚୀନ୍‌-ନିର୍ମିତ ଅସ୍ତ୍ର ଯୋଗାଉଛି ଆଇଏସ୍‌ଆଇ – Utkal Mail


ନୂଆଦିଲ୍ଲୀ: ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଏସ୍‌ଆଇ ପାକ୍-ଅଧିକୃତ କାଶ୍ମୀର (ପିଓକେ)ରେ ଆଡ୍ଡା ଜମାଇଥିବା ଆତଙ୍କବାଦୀମାନଙ୍କୁ ଚୀନ୍-ନିର୍ମିତ ଅସ୍ତ୍ରଶସ୍ତ୍ର ପ୍ରଦାନ କରୁଥିବା ଭାରତର ଗୋଇନ୍ଦା ଅଧିକାରୀମାନେ ପ୍ରକାଶ କରିଛନ୍ତି। ଚାଇନିଜ ଡ୍ରୋନ୍‌ଗୁଡ଼ିକ ସାହାଯ୍ୟରେ ପିଓକେର ଆତଙ୍କବାଦୀମାନଙ୍କୁ ପିସ୍ତଲ, ଗ୍ରେନେଡ୍ ଓ ନାଇଟ୍‌ ଭିଜନ ଡିଭାଇସ୍ ପ୍ରଭୃତି ପ୍ରଦାନ କରାଯାଉଥିବା ସେମାନେ କହିଛନ୍ତି। ଗୋଇନ୍ଦା ଅଧିକାରୀମାନଙ୍କ କହିବା ଅନୁସାରେ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶରେ ସହାୟତା କରିବା ପାଇଁ ଡିଜିଟାଲ ମ୍ୟାପ୍ ସିଟ୍ ଓ ନେଭିଗେସନ ସିଷ୍ଟମ୍ ମଧ୍ୟ ଦିଆଯାଉଛି।

ଏହାଛଡ଼ା ସେମାନଙ୍କୁ ଏନ୍‌କ୍ରିପ୍ଟେଡ୍‌ କମ୍ୟୁନିକେସନ ଡିଭାଇସ ମଧ୍ୟ ଦିଆଯାଉଛି, ଯାହାଦ୍ବାରା ଭାରତୀୟ ଏଜେନ୍ସିଗୁଡ଼ିକ ସେମାନଙ୍କ ମେସେଜକୁ ଡିକୋଡ୍ କରିପାରିବେ ନାହିଁ। ଇତିମଧ୍ୟରେ ଗତ ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ କେନିଆର ନାଇରୋବିରୁ ଆସି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିବା ଜଣେ ଆଇଏସ୍‌ଆଇଏସ୍ ଆତଙ୍କବାଦୀକୁ ଗିରଫ କରାଯାଇଛି। ଆରାଫତ ଅଲି ନାମକ ଉକ୍ତ ଆତଙ୍କବାଦୀ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ପୂର୍ବ ସୂଚନାକୁ ଭିତ୍ତି କରି ପ୍ରସ୍ତୁତ ଥିବା ଏନ୍‌ଆଇଏ ଅଧିକାରୀମାନେ ତାକୁ ଅଟକ ରଖିଥିଲେ। ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ସଂଗଠନର ପ୍ରସାର କରିବା ସହ ଭାରତରେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ନେଇ ଅଭିଯୋଗ ଥିବା ଅଲି ୨୦୨୦ରୁ ଫେରାର ଥିଲା।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button