ଯୁବତୀଙ୍କ ସହ ଫଟୋ ପୋଷ୍ଟ କରି ଲଭ୍ ୟୁ ଲେଖିଲେ ଉର୍ଫି, ଡେଟ୍ କରୁଥିବା ନେଇ ହେଲା ଚର୍ଚ୍ଚା – Utkal Mail
ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍ବସ୍ ଫେମ୍ ତଥା ମଡେଲ୍ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିଲେ ବି ଉର୍ଫି କାହା କଥା ନଶୁଣି ଭିନ୍ନ ଭିନ୍ନ ପୋଷାକ ପିନ୍ଧିବା ଜାରି ରଖିଛନ୍ତି।
ତେବେ ସବୁବେଳେ ନିଜ ପୋଷାକ ଦ୍ବାରା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥିବା ଉର୍ଫି ଏବେ ଜଣେ ଅଜଣା ଯୁବତୀଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଇନଷ୍ଟା ଷ୍ଟୋରୀରେ ଉର୍ଫି ଜଣେ ଯୁବତୀଙ୍କ ମୁଣ୍ଡରେ ଚୁମ୍ବନ ଦେଇଥିବାର ଫଟୋ ସେୟାର କରି ଲଭ୍ ୟୁ ଲେଖିଥିବା ଦେଖାଯାଇଛି। ଏଭଳି ଫଟୋ ଉର୍ଫି ସେୟାର କରିବା ପରେ ଏବେ ତାହା ଭାଇରାଲ ହୋଇଛି। ଫଟୋ ଦେଖି ଉର୍ଫି ଫଟୋରେ ଥିବା ଯୁବତୀଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର ଧରିଛି। ଯୁବତୀଙ୍କ ନାମ କାଜୋଲ ବୋଲି ଜଣାପଡ଼ିଥିବା ବେଳେ ସେ ଅନେକ ସମୟରେ ଉର୍ଫିଙ୍କ ସହ ନଜର ଆସନ୍ତି। ବୁଲାବୁଲି କରିବା ସହ ଲଞ୍ଚ ଓ ଡିନର ଡେଟରେ ଦୁହିଁଙ୍କୁ ଅନେକ ଥର ଦେଖାଯାଇଛି। ଏମଧ୍ୟରେ ଉର୍ଫି ଏଭଳି ଫଟୋ ପୋଷ୍ଟ କରିବା ଦୁହିଁଙ୍କ ଡେଟିଂ ଚର୍ଚ୍ଚାକୁ ଆହୁରି ବଢ଼ାଇଛି।
ତେବେ ଏଭଳି ଚର୍ଚ୍ଚାକୁ ନେଇ ଏପର୍ଯ୍ୟନ୍ତ ଉର୍ଫି କୌଣସି ପ୍ରତିକ୍ରିୟା ରଖିନାହାନ୍ତି।