କ୍ରାଇମ

ବିବାହର ୩ ଦିନ ପରେ ଷଡ଼ଯନ୍ତ୍ର କରିଥିଲେ ସୋନମ ରଘୁବଂଶୀ

ଇନ୍ଦୋର: ମେଘାଳୟର ହନିମୁନ୍‌-ହତ୍ୟାକୁ ନେଇ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଅଭିଯୁକ୍ତା ମହିଳା ସୋନମ ରଘୁବଂଶୀ ତାଙ୍କ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ବିବାହର ୩ ଦିନ ପରେ ଷଡ଼ଯନ୍ତ୍ର କରିଥିଲେ।

ସୋନମ ରଘୁବଂଶୀ ତାଙ୍କ ପ୍ରେମିକଙ୍କ ସହିତ ମିଶି ତାଙ୍କୁ ହତ୍ୟା ଷଡଯନ୍ତ୍ର କରିଥିଲେ ବୋଲି ସୂତ୍ର ଇଣ୍ଡିଆ ଟୁଡେ ଟିଭିକୁ କହିଥିବା ଜଣାପଡ଼ିଛି।

ସୂତ୍ର ଅନୁସାରେ, ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହ କଥାବାର୍ତ୍ତାରେ ସୋନମ ତାଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ସହିତ ଘନିଷ୍ଠ ହେବା ତାଙ୍କୁ ପସନ୍ଦ ନୁହେଁ।

ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ପୂରା ଦେଶକୁ ଦୋହଲାଇ ଦେଇଛି । ଯାହାର କାରଣ ହେଉଛି ୧୭ ଦିନ ପରେ ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କର ହଠାତ୍ ମିଳିଯିବା, ତାହା ପୁଣି ମେଘାଳୟର ସିଲଙ୍ଗରୁ ୧୧୬୨ କିଲୋମିଟର ଦୂର ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାରୁ  । ସୋନମଙ୍କ ଉପରେ ସ୍ୱାମୀ ରାଜାଙ୍କୁ ହତ୍ୟା କରିବାର ଅଭିଯୋଗ ଲାଗିଛି । ପ୍ରେମିକଙ୍କ ସହ ମିଶି ସୁପାରି କିଲରର ସାହାଯ୍ୟ ନେଇ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସୋନମ । ବର୍ତ୍ତମାନ ଗାଜିପୁର ପୁଲିସର ହେପାଜତରେ ଥିବା ସୋନମଙ୍କୁ ତାଙ୍କ ଭାଇ ଭେଟିବାକୁ ଆସିଥିଲେ । ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇ ଗୋବିନ୍ଦ ରଘୁବଂଶୀ କହିଥିଲେ ଯେ ସେ ରାଜାଙ୍କ ପରିବାର ସହ କଥାବାର୍ତ୍ତା କରିଛନ୍ତି ।

ଗୋବିନ୍ଦ କହିଛନ୍ତି , ‘ସୋନମ ଯଦି ଭୁଲ କରିଛି ତାହେଲେ ତାକୁ ଫାଶୀ ଦଣ୍ଡ ମିଳିବା ନିହାତି ଦରକାର । ମୁଁ କେବଳ ଥରେ ମୋ ଭଉଣୀ ସହ କଥା ହେବାକୁ ଚାହୁଛି , ଯଦି ସେ ଦୋଷ ସ୍ୱୀକାର କରିନିଏ ତେବେ ଆଉ କେବେ ବି ମୁଁ ତା’ର ମୁହଁ ଦେଖିବି ନାହିଁ ।’

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button