ଦେଶ ବିଦେଶ

ପାଣିର ବ୍ୟବହାର ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା, ଜାଣନ୍ତୁ କଣ ରହିଛି ଫାଇଦା

ଜ୍ୟୋତିଷଶାସ୍ତ୍ରରେ ଜଳକୁ ଚମତ୍କାରୀ ତତ୍ତ୍ୱ କୁହାଯାଇଥାଏ। ଜଳ ସକାରାତ୍ମକ ପ୍ରଭାଵ ସୃଷ୍ଟି କରିବା ସହ ନକାରାତ୍ମକ ପ୍ରଭାବ ଦୂର କରିବାରେ ସାହାଯ୍ୟ କରିଥାଏ। ଏହିକାରଣରୁ ଜଳକୁ ଅଭିମନ୍ତ୍ରିତ କରାଯାଇଥାଏ। ଶରୀରର ଜଳ ତତ୍ତ୍ୱ ହିଁ ଆପଣଙ୍କୁ ଶକ୍ତିଶାଳୀ ଏବଂ ଦିବ୍ୟ କରିଥାଏ। ଜଳ ପ୍ରୟୋଗ ଦ୍ୱାରା ବାସ୍ତବିକ ଏବଂ କାଳ୍ପନିକ ସମସ୍ୟା ଦୂର ହୋଇଥାଏ। ସେହିଭଳି ଜୀବନରେ ଜଳର ସଠିକ ଏବଂ ସନ୍ତୁଳିତ ପ୍ରାୟୋଗ ଆପଣଙ୍କୁ ସୁସ୍ଥ ଏବଂ ବିଷମୁକ୍ତ ରଖିଥାଏ। ଏହା ଭାବନାକୁ ବହିଯିବାରେ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ଏବଂ ଆପଣଙ୍କୁ ଆଧ୍ୟାତ୍ମିକ କରିଥାଏ। ଏହା ବ୍ୟତୀତ ଜଳର ଚମତ୍କାରୀ ପ୍ରୟୋଗ କରିବା ପାଇଁ ଢାଳ ବ୍ୟବହାର କରିବା ଉଚିତ।

ଜାଣନ୍ତୁ ଗିଲାସ ଏବଂ ଢାଳ ଜଳରେ କଣ ରହିଛି ଫରକ୍?

ଗିଲାସ ଏକ ରେଖିଆ ଆକୃତିର ହୋଇଥିବା ବେଳେ ଢାଳ ଗୋଲାକାର ଆକାରର ହୋଇଥାଏ। ଏକ ରେଖିୟ ଆକୃତିର ଚିନ୍ତା ବହୁତ ଅଧିକ ହୋଇଥାଏ କିନ୍ତୁ ଗୋଲାକାର ଆକୃତିର ଚିନ୍ତା କମ ହୋଇଥାଏ। ଏହିକାରଣରୁ ଯେଉଁ ବାସନରେ ଚିନ୍ତା କମ ହୋଇଥାଏ ସେହି ପାତ୍ରର ଜଳ ହିଁ ଲାଭକାରୀ ହୋଇଥାଏ। ଏସବୁ କାରଣରୁ ପୂଜା-ଉପାସନାରେ ପାଣି ପିଇବା ପାଇଁ ଢାଳ ପାଣି ସର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ।

ସେହିଭଳି ଘରେ ସର୍ବଦା କଳହ ଲାଗି ରହୁଥିଲେ ଏକ ତମ୍ବା ଢାଳରେ ଜଳ ଭର୍ତ୍ତି କରି ସେଥିରେ ଅଳ୍ପ କିଛି ସୁଗନ୍ଧ ମିଶାନ୍ତୁ। ଏହାପରେ ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଜପ କରିବାର ୫ମିନିଟ ପର୍ଯ୍ୟନ୍ତ ସେହି ଜଳକୁ ସ୍ପର୍ଶ କରନ୍ତୁ ନାହିଁ। ଏହାପରେ ପୁରା ଘରେ ସେହି ଜଳ ଛିଞ୍ଚନ କରନ୍ତୁ ଏବଂ ବଳକା ଜଳକୁ ଗଛ ମୂଳେ ଢାଳି ଦିଅନ୍ତୁ।

ଯଦି ଘରେ କୌଣସି ବ୍ୟକ୍ତିଙ୍କର ସର୍ବଦା ଦେହ ଖରାପ ସମସ୍ୟା ଲାଗିରହୁଥାଏ ତେବେ ଆପଣ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ରଖି ଏହାକୁ ଆପଣ ନିଜ ହାତରେ ନିଅନ୍ତୁ। ଏବେ ଆପଣ ଲଘୁ ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ୫ମିନିଟ ପରେ ସେହି ଜଳକୁ ରୋଗୀ ବ୍ୟକ୍ତିଙ୍କୁ ପିଆନ୍ତୁ। ଏହି ପ୍ରୟୋଗ ପ୍ରତ୍ୟେକ ଦିନ ସନ୍ଧ୍ୟାରେ କରିବା ଦ୍ୱାରା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଏସବୁବ୍ୟତୀତ ଯେତିକି ସମ୍ଭବ ହୋଇପାରିଛି ସେତିକି ଢାଳରେ ପାଣି ପିଅନ୍ତୁ ଏବଂ ପୂଜା ସ୍ଥାନରେ ଏକ ଢାଳରେ ପାଣି ଭର୍ତ୍ତି କରି ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button