ମନୋରଞ୍ଜନ

ଜାଣି ରଖନ୍ତୁ ସହଜ ‘ବାଇଗଣ ମସଲା ତରକାରୀ’

ପ୍ରତିଦିନ ଖାଦ୍ୟରେ ଆମେ ସାମିଲ କରିଥାଉ ବାଇଗଣ। ଏହା ଏମିତି ଏକ ପରିବା, ଯାହାକୁ ଖାଇବାକୁ ଯେ କେହି ପସନ୍ଦ କରିଥାଆନ୍ତି। ଏଥିରେ ଆମେ ଅନେକ ପ୍ରକାର ରେସିପି ବନାଇ ପାରିଥାଉ। ସେଥିମଧ୍ୟରୁ ବାଇଗଣ ତରକାରୀ ବେଶ୍ ସ୍ୱାଦିଷ୍ଟ ବ୍ୟଞ୍ଜନ ହୋଇଥାଏ। ଆଜି ଆମେ ଆପଣଙ୍କୁ ସେହି ସହଜ ବାଇଗଣ ମସଲା ତରକାରୀ ବିଷୟରେ ବତେଇବାକୁ ଯାଉଛୁ।

ଆବଶ୍ୟକ ସାମଗ୍ରୀ

-ସୋରିଷ ୧/୪ ଛୋଟ ଚାମଚ
-ହଳଦୀ ୧/୪ ଛୋଟ ଚାମଚ
-ଜିରା ପାଉଡର ୧/୪ ଛୋଟ ଚାମଚ
-୧ ବଡ଼ ଚାମଚ ଧନିଆ ପାଉଡର
-୧ ବଡ଼ ଚାମଚ ଲଙ୍କା ଗୁଣ୍ଡ
-୧ ବଡ଼ ଚାମଚ ଅଦା-ରସୁଣ ପେଷ୍ଟ
-୩ ବଡ଼ ଚାମଚ ତେଲ
-୧୦୦ ଗ୍ରାମ ଟମାଟର
-୧୦୦ ଗ୍ରାମ ପିଆଜ
-୧୫୦ ଗ୍ରାମ ବାଇଗଣ
-୧୫୦ ଗ୍ରାମ ଆଳୁ
-ଧନିଆ ପତ୍ର
-ସ୍ୱାଦ ଅନୁସାରେ ଲୁଣ

ବିଧି

କୁକରରେ ତେଲ ଗରମ କରନ୍ତୁ। ସେଥିରେ ପିଆଜ, ଅଦା-ରସୁଣ ପେଷ୍ଟ, ଟମାଟର, ହଳଦୀ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ ଆଉ କଭର କରି ଦିଅନ୍ତୁ। ଏବେ ତାକୁ ୧୫ରୁ ୨୦ ଯାଏ ଛାଡ଼ି ଦିଅନ୍ତୁ, ଯେପରି ୪-୫ଟି ସିଟି ଆସିପାରିବ। ଏବେ ଏକ ପ୍ୟାନରେ ତେଲ ଗରମ କରି ସୋରିଷ ପକାନ୍ତୁ। ଟିକିଏ ପରେ ସେଥିରେ ଜିରା, ଲୁଣ ଏବଂ ବାଇଗଣ ପକାନ୍ତୁ। ଭଲ ଭାବେ ମିଶିଗଲା ପରେ ଢାଙ୍କୁଣୀ ଦେଇ ୩ ମିନିଟ୍ ଯାଏ ଆଞ୍ଚରେ ରଖନ୍ତୁ। ପାଣି ଦିଅନ୍ତୁ। ଏବେ ଗ୍ରେଭି ମିଶାଇ କିଛି ସମୟ ଛାଡ଼ି ଦିଅନ୍ତୁ। ସିଝା ଆଳୁ ପକାଇ ୫ ମିନିଟ୍ ରଖନ୍ତୁ। ଗ୍ୟାସ୍ ବନ୍ଦ କରିବା ପରେ କଟା ଧନିଆ ପତ୍ର ପକାନ୍ତୁ। ଗରମ ଗରମ ବାଇଗଣ ମସଲା ତରକାରୀକୁ ରୁଟି କିମ୍ବା ଭାତ ସହ ଖାଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button