ଜୀବନଶୈଳୀ

ଇଏ ହେଉଛି TV ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ ରୁ ଫେମସ ହୋଇଥିବା ଅଭିନେତ୍ରୀ Shraddha Arya ଙ୍କର ରିଅଲ ଲାଇଫ ଫାମିଲି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କୁଣ୍ଡଳୀ ଭାଗ୍ୟ ସିରିଆଲ ରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଶ୍ରଦ୍ଧା ଅର୍ଯ୍ୟ ଏବଂ ତାଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ । ଜୀ ଟିଭି ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ କୁଣ୍ଡଳୀ ଭାଗ୍ୟ, କୁମକୁମ ଭାଗ୍ୟ ସିରିଆଲ ର ଏକ ଅଂଶ ମାତ୍ର ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏହି ଟିଭି ସୋ ବହୁତ ମାତ୍ରାରେ ଲୋକ ପ୍ରିୟତା ହାସଲ କରିଛି ଏବଂ ଏହାର ସମସ୍ତ ଶ୍ରେୟ ଯାଉଛି ସେହି ସିରିଆଲ ରେ ଲିଡ଼ ଆକଟ୍ରେସ ଭାବରେ ଅଭିନୟ କରିଥିବା ଅଭିନେତ୍ରୀ ‘ଶ୍ରଦ୍ଧା ଆର୍ଯ୍ୟ’ ଙ୍କୁ ।

ଏହି ଅଭିନେତ୍ରୀ ସିରିଆଲ ରେ ନିଜର ଅଧିକାର ପାଇଁ ଲଢ଼ୁଥିବା ଏବଂ ସିରିଆଲ ର ନାୟକ କରନ୍ ଙ୍କୁ ବହୁତ ଭଲ ପାଉଥିବା ଜଣେ ଝିଅ ‘ପ୍ରୀତା’ ର ଭୂମିକା ରେ ଅଭିନୟ କରିଛନ୍ତି । ନିଜର ଅଭିନୟ ମାଧ୍ୟମରେ ବର୍ତ୍ତମାନ ସେ ସମସ୍ତ ଦର୍ଶକ ଙ୍କ ପ୍ରିୟ ପାତ୍ର ସାଜି ସାରିଛନ୍ତି ଏବଂ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ଆପଣ ମାନେ ତ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଙ୍କ ସମ୍ବନ୍ଧରେ ବହୁତ କିଛି ଜାଣିଥିବେ । କିନ୍ତୁ କଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣଂକୁ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଟିଭି ସିରିଆଲ କୁଣ୍ଡଳୀ ଭାଗ୍ୟ ରେ ପ୍ରୀତା ନାମକ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ଜନ୍ମ ଦିଲ୍ଲୀ ରେ ଏକ ପଞ୍ଜାବୀ ପରିବାର ରେ ହୋଇଥିଲା । ଏହି ଅଭିନେତ୍ରୀ ଙ୍କ ପରିବାର ରେ ତାଙ୍କୁ ମିଶାଇ ୫ ଜଣ ସଦସ୍ୟ ଅଛନ୍ତି । ତାଙ୍କ ପରିବାର ରେ ତାଙ୍କ ପିତା, ମାତା, ଭାଇ , ଭଉଣୀ ଏବଂ ସେ ସ୍ୱୟଂ ଏକାଠି ରୁହନ୍ତି ।

ପ୍ରଥମେ ଆସନ୍ତୁ ଜାଣିବା ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଙ୍କ ପିତା ଙ୍କ ସମ୍ବନ୍ଧରେ । ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଙ୍କ ପିତା ଜଣେ ବିଜନେସ ମ୍ୟାନ ଅଟନ୍ତି । ସେ ଦିଲ୍ଲୀ ରେ ନିଜର ଫର୍ନିଚର ବିଜନେସ କୁ ସମ୍ଭାଳୁଛନ୍ତି । ବର୍ତ୍ତମାନ ସେ ୫୭ ବର୍ଷ ବୟସର ଅଟନ୍ତି । ବର୍ତ୍ତମାନ ମଧ୍ୟ ଅଭିନେତ୍ରୀ ଶ୍ରଦ୍ଧା ଙ୍କ ପିତା ୟଙ୍ଗ ଦେଖା ଯାଉଛନ୍ତି ।

ବର୍ତ୍ତମାନ ଆସନ୍ତୁ ଜାଣିବା ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଙ୍କ ମାଆ ଙ୍କ ସମ୍ବନ୍ଧରେ । ଶ୍ରଦ୍ଧା ଙ୍କ ମାଆ ଜଣେ ହାଉସ ୱାଇଫ ଅଟନ୍ତି । ସେ ପରିବାର ର ସମସ୍ତ ସଦସ୍ୟ ଙ୍କ ଯତ୍ନ ନିଅନ୍ତି । ବର୍ତ୍ତମାନ ସେ ୫୦ ବର୍ଷ ବୟସର ଅଟନ୍ତି । ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଙ୍କ ମାଆ ଲାଇମ ଲାଇଟ ରୁ ଦୂରରେ ରହିବା ପସନ୍ଦ କରନ୍ତି । କିନ୍ତୁ ଶ୍ରଦ୍ଧା ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜ ମାଆ ଙ୍କ ସହିତ ଫଟୋ ସେୟାର କରୁଥିବା ର ଦେଖିବାକୁ ମିଳେ । ଯେଉଁଥିରେ ଉଭୟ ଙ୍କ ମଧ୍ୟରେ ଥିବା ସମ୍ପର୍କ ବହୁତ ସୁନ୍ଦର ଭାବରେ ଦେଖିବାକୁ ମିଳିଥାଏ ।

ମାତାପିତା ଙ୍କ ପରେ ବର୍ତ୍ତମାନ ଆସନ୍ତୁ ଜାଣିବା ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଙ୍କ ଭଉଣୀ ଙ୍କ ସମ୍ବନ୍ଧରେ । ଶ୍ରଦ୍ଧା ଙ୍କ ବଡ଼ ଭଉଣୀ ଙ୍କ ନାମ ‘ଦିବ୍ୟା ଆର୍ଯ୍ୟ’ ଅଟେ । ଦିବ୍ୟା ୩୫ ବର୍ଷ ବୟସର ଅଟନ୍ତି । ସେ ନିଜ ଭଉଣୀ ଙ୍କ ମ୍ୟାନେଜର ହିସାବରେ କାମ କରନ୍ତି । ଦିବ୍ୟା ଡିଭୋରସି ଅଟନ୍ତି । ଘରୋଇ ହିଂସା ପାଇଁ ନିଜ ପାତି ଙ୍କ ଠାରୁ ଛାଡ଼ପତ୍ର ନେବା ପରେ ଦିବ୍ୟା ନିଜ ଭଉଣୀ ଶ୍ରଦ୍ଧା ଙ୍କ ସହ ରହୁଛନ୍ତି ।

ବର୍ତ୍ତମାନ ଆସନ୍ତୁ ଜାଣିବା ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଙ୍କ ଭାଇ ଙ୍କ ସମ୍ବନ୍ଧରେ । ଶ୍ରଦ୍ଧା ଙ୍କ ଭାଇ ମାତ୍ର ୨୫ ବର୍ଷ ବୟସର ଅଟନ୍ତି । ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ନିମନ୍ତେ ନିଜ ଫ୍ୟାମିଲି ବିଜନେସ କୁ ଛାଡ଼ି ସଫ୍ଟୱେଆର ଇଞ୍ଜିନିୟର ବନିଛନ୍ତି । ବର୍ତ୍ତମାନ ଶ୍ରଦ୍ଧା ଙ୍କ ଭାଇ ସିଙ୍ଗଲ ଅଛନ୍ତି ।

ବନ୍ଧୁଗଣ ଯଦି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ ତାଙ୍କର ବିଜନେସ ମ୍ୟାନ ‘ଜୟନ୍ତ ରତ୍ତି’ ଙ୍କ ନିର୍ବନ୍ଧ ହୋଇଥିଲା କିନ୍ତୁ ଏହି ସମ୍ପର୍କ ବହୁତ ଶୀଘ୍ର ଭାଙ୍ଗି ଯାଇଥିଲା । ଏହାପରେ ତାଙ୍କ ଜୀବନ ରେ ବିଜନେସ ମ୍ୟାନ ତଥା ଲୟର ‘ଆଲମ ମକ୍କର’ ଆସିଥିଲେ । ଏହି ଯୋଡି ପ୍ରଥମେ ଭଲ ବନ୍ଧୁ ଥିଲେ ଏବଂ ତାଙ୍କର ବନ୍ଧୁତା ବହୁତ ଶୀଘ୍ର ଭଲ ପାଇବାରେ ପରିଣତ ହୋଇଥିଲା । ଶୁଣିବାକୁ ମିଳୁଛି ଯେ, ଏହି ଯୋଡି ପରସ୍ପର ଙ୍କୁ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button