ବିଚାର

ଏହି ଦିଗରେ ଘରେ ରଖନ୍ତୁ ଲାଲ ରଙ୍ଗର ଜିନିଷ, ଯେ କୌଣସି କାମ କରିବେ ମିଳିବ ସଫଳତା

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ଯଦି ଘରର ସବୁ ଦିଗରେ ସଠିକ ଜିନିଷ ରଖିଛନ୍ତି ତେବେ ଆପଣ ସବୁବେଳ ଉନ୍ନତିର ମାର୍ଗରେ ବଢିବେ । ବାସ୍ତୁ ଶାସ୍ତ୍ର ଅନୁସାରେ ସବୁରଦିଗର ନିଜସ୍ୱ ଏକ ମହତ୍ଵ ହୋଇଥାଏ । ଯେମିତି କି ହଳଦୀ ରଙ୍ଗର ଜିନିଷ ଗୁଡିକୁ ଦକ୍ଷିଣ – ପଶ୍ଚିମ ଦିଗରେ ରଖିବା ଉଚିତ । ସେହିଭଳି ଆଜି ଆମେ ଆପଣଙ୍କୁ କହିବୁ କି ନାଲି ଓ ସବୁଜ ରଙ୍ଗର ଜିନିଷକୁ କେଉଁ ଦିଗରେ ରଖିବା ଦ୍ଵାରା ଆପଣଙ୍କୁ ଲାଭ ମିଳିବ ।

ଘରେ ଆବଶ୍ୟକ ହେଉଥିବା ନାଲି ରଙ୍ଗ ସମ୍ବନ୍ଧିତ ଜିନିଷ ଗୁଡିକ ମଧ୍ୟରେ ଟବ, ବାଲ୍ଟି, ପନିପରିବା ଇତ୍ୟାଦି ସାମିଲ ହୋଇପାରିବ । ଆପଣଙ୍କୁ କହିଦେଉଛୁ କି ନାଲି ରଙ୍ଗର ଜିନିଷକୁ ଘରର ଦକ୍ଷିଣ ଦିଗରେ ରଖିବା ଉଚିତ । ସେହିଭଳି ଦକ୍ଷିଣ ପଶ୍ଚିମ ଦିଗରେ ଦିଗରେ ହଳଦିଆ ରଙ୍ଗର ଜିନିଷ ରଖିବା ଦ୍ଵାରା ଆପଣଙ୍କୁ ପେଟ ସମ୍ଭନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ । ଏହିଭଳି କରିବା ଦ୍ଵାରା ଶୁଭ ବାସ୍ତୁର ଶୁଭ ପରିମାଣ ମିଳିଥାଏ ।

କାରଣ ନାଲି ରଙ୍ଗର ସମ୍ବନ୍ଧ ଅଗ୍ନି ତତ୍ତ୍ଵ ସହ ହୋଇଥାଏ ଓ ଦକ୍ଷିଣ ଦିଗର ସମ୍ବନ୍ଧ ମଧ୍ୟ ଅଗ୍ନି ତତ୍ଵ ସହ ହୋଇଥାଏ । ଏଥିପାଇଁ ଦକ୍ଷିଣ ଦିଗରେ ନାଲି ରଙ୍ଗ ସମ୍ବନ୍ଧିତ ଜିନିଷ ରଖିବା ଉଚିତ । ଦକ୍ଷିଣ ଦିଗରେ ନାଲି ରଙ୍ଗର ଜିନିଷ ରଖିବା ଦ୍ଵାରା ଘରର କନ୍ୟାଙ୍କୁ ସମସ୍ତ ପ୍ରକାରର ଲାଭ ମିଳିଥାଏ । ଆଖି ଠିକ ରୁହେ ଓ ଆଖି ସମ୍ବନ୍ଧୀୟ ସମସ୍ତ ରୋଗ ବି ଭଲ ହୋଇଯାଏ । ଘରେ ସବୁଜ ରଙ୍ଗର ଜିନିଷକୁ ଏକ ଖାସ ଦିଗରେ ରଖିବା ଲାଭଦାୟକ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ସବୁଜ ରଙ୍ଗ ସମ୍ବଦ୍ଧିତ ଜିନିଷକୁ ପୂର୍ବ କିମ୍ବା ଦକ୍ଷିଣ – ପୂର୍ବ ଦିଗରେ ଅର୍ଥାତ ଆଗ୍ନେୟ କୋଣରେ ରଖିବା ଉଚିତ । ସବୁଜ ରଙ୍ଗର ବସ୍ତୁରେ ବହୁତ କିଛି ସାମିଲ ହୋଇଥାଏ । ଯେମିତି କି ସବୁଜ ପନିପରିବା, ଫଳ, ଡାଲି, ପୋଷାକ, ବିଛଣା ଇତ୍ୟାଦି । ଏହା ଛଡା ଆପଣ ଘରେ ଯଦି ଛୋଟ ବଗିଚା ତିଆରି କରିବାକୁ ଚାହୁଁଛନ୍ତି ତେବେ ଏହି ଦିଗରେ କରିବା ଉଚିତ । ସବୁଜ ରଙ୍ଗ ଓ ଏହି ଦୁଇଟି ଦିଗର ସମ୍ବନ୍ଧ କାଷ୍ଠ ତତ୍ତ୍ଵ ଅର୍ଥାତ କାଠ ଅଟେ ।

ସେଥିପାଇଁ ପୂର୍ବ କିମ୍ବା ଦକ୍ଷିଣ – ପୂର୍ବ ଦିଗରେ ସବୁଜ ରଙ୍ଗର ଜିନିଷ ରଖିବା ଶୁଭ ଫଳଦାୟୀ ଅଟେ । ପୂର୍ବ ଦିଗରେ ସବୁଜ ରଙ୍ଗର ବସ୍ତୁ ରଖିବା ଦ୍ଵାରା ଘରର ବଡ ପୁଅ ଜୀବନରେ ସବୁବେଳେ ଆଗକୁ ବଢିଥାଏ । ତାଙ୍କର ସ୍ଥିତି ବି ମଜବୁତ ରହିଥାଏ । ଅନ୍ୟ ପଟେ ଆଗ୍ନେୟ କୋଣରେ ସବୁଜ ରଙ୍ଗର ଜିନିଷ ରଖିବା ଦ୍ଵାରା ବଡ ଝିଅର ଲାଭ ବି ହୋଇଥାଏ । ତାଙ୍କର ଲଗାତାର ବିକାସ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button