ଜୀବନଶୈଳୀ

Jyotish Shastra- ନାରୀମାନେ ଦେଖିଥିବା 22 ଟି ସ୍ଵପ୍ନର ଅର୍ଥ, କେଉଁ ସ୍ଵପ୍ନ ଦେଖିଲେ କଣ ଲାଭ ଓ କଣ କ୍ଷତି ହୋଇଥାଏ

ଆପଣମାନେ ଜାଣିଛନ୍ତି କି ଶୋଇବା ପରେ ସମସ୍ତେ କିଛି ନା କିଛି ସ୍ଵପ୍ନ ନିଶ୍ଚିତ ଦେଖିଥାନ୍ତି । କିନ୍ତୁ ଏମିତି କିଛି ସ୍ଵପ୍ନ ଅଛି ଯଦି ତାକୁ ନାରୀମାନେ ଦେଖିନ୍ତି ତେବେ ଏହା ଦ୍ଵାରା ତାଙ୍କର ଭାଗ୍ୟ ପରିବର୍ତନ ହୋଇଯାଏ । ତେବେ ଆସନ୍ତୁ ଜାଣିବା ନାରୀ ମାନେ କେଉଁ ସ୍ଵପ୍ନ ଦେଖିବା ଦ୍ଵାରା କଣ ହୋଇଥାଏ । ଆଉ ଏକ କଥା ହେଉଛି ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଅଧିକା ସ୍ଵପ୍ନ ଦେଖିଥାନ୍ତି ଏହା ଏକ ବିଜ୍ଞାନିକ ରିସର୍ଚ ଦ୍ଵାରା ଜଣାପଡିଛି ।

ଯଦି କୌଣସି ଝିଅ ଜିଅନ୍ତା ମାଛକୁ ଖେଳୁ ଥିବାର ସ୍ଵପ୍ନରେ ଦେଖୁଛି ତେବେ ତାଙ୍କୁ କୌଣସି ଶୁଭ ଖବର ମିଳିଥାଏ । ଯଦି କୌଣସି ଏକ ନାରୀ ସନ୍ୟାସୀଙ୍କୁ ସ୍ଵପ୍ନ ରେ ଦେଖିଥାଏ ତେବେ ତାର କର୍ମ ନଷ୍ଟ ହୋଇଥାଏ ।

ଆପଣ ଯଦି ରାତିରେ ସୋଇଥିବା ସମୟରେ ଏକ ମୟୂରର ସ୍ଵପ୍ନ ଦେଖନ୍ତି ତେବେ ଆପଣଙ୍କର ଅଚାନକ ଧନ ଆସିବାର ଆଛି ବୋଲି ଆପଣ ଜାଣିପାରିବେ । କିଛି ଲୋକେ ନେଉଳକୁ ବହୁତ ଭଲ ପାଇଥାନ୍ତି ଓ ନେଉଳ ଦେଖିଲେ ଶୁଭ ମଧ୍ୟ କହିଥାନ୍ତି ସେହିଭଳି ଯଦି ନାରୀମାନେ ଏକ ନେଉଳର ସ୍ଵପ୍ନ ଦେଖନ୍ତି ତେବେ ତାଙ୍କର ବିପଦରୁ ମୁକ୍ତି ମିଳିଥାଏ । ଯଦି କୌଣସି ମହିଳା ଏକ ବାଘ ସ୍ଵପ୍ନ ଦେଖିବା ଦ୍ଵାରା ତାଙ୍କର ଶତ୍ରୁ ମାନେ ବିନାଶ ହୋଇଥାନ୍ତି ।

ମହିଳା ମାନେ ବିଲେଇକୁ ଭାରି ପସନ୍ଦ କରନ୍ତି କିନ୍ତୁ ଯଦି ଆପଣ ଏକ ବିଲେଇର ସ୍ଵପ୍ନ ଦେଖୁଛନ୍ତି ଏହା ଆପଣ ଜାଣିବା ଦରକାର କି ଆପଣଙ୍କର ସଂମ୍ମାନ ହାନି ହେବାର ଅଧିକ ସମ୍ଭାବନା ଅଛି । ବାରିକକୁ ଯଦି ଚୁଟି କାଟୁଥିବାର ଦେଖିବେ ଆପଣଙ୍କୁ କିଛି ଅଶୁଭ ସୂଚନା ଆସିବ ବୋଲି ଜାଣିବେ । କଦଳୀ ଗଛରୁ ଭଣ୍ଡା ବାହାରୁଥିବା ଦେଖିଲେ ଆପଣ ଜାଣିବେ କି ଆପଣ ସନ୍ତାନ ଲାଭ କରିବାର ସମୟ ଆସିଗଲା । ଯଦି ଆପଣ ସ୍ଵପ୍ନରେ ଏକ ବାଇଗଣ ଗଛ ଦେଖନ୍ତି ତେବେ ଏହାକୁ ଅଶୁଭ ମନାଯାଇଥାଏ ।

ପଣ୍ଡିତକୁ ସ୍ଵପ୍ନରେ ଦେଖିବା ଦ୍ଵାରା ଆପଣଙ୍କର ଗ୍ରହ ଶାନ୍ତି ହେବା ସହ ଆପଣ ଜାଣିବେ କି କୌଣସି ଏକ ବଡ କାମ ସମ୍ପୂର୍ଣ ହେବ ବୋଲି ଜାଣିବେ । ସ୍ଵପ୍ନରେ କୌଣସି ଏକ ବଡ ଜଳାଶୟ ବା ପୁଷ୍କରିଣୀ ଦେଖନ୍ତି ତେବେ ଆପଣ ଜାଣିରଖନ୍ତୁ କି ଆପଣଙ୍କର କୌଣସି ଏକ ବଡ କାମ ପୂର୍ଣ ହେବ । ପାଚିଲା ପଣସ ଯଦି ଆପଣ ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣଙ୍କର ଏକ ପୁତ୍ର ଲାଭ ହେବ ବୋଲି ଶାସ୍ତ୍ରରେ କୁହାଯାଇଛି ।  କିନ୍ତୁ ଯଦି ଆପଣ ସ୍ଵପ୍ନରେ କଞ୍ଚା ପଣସ ଦେଖୁଛନ୍ତି ଜାଣିରଖନ୍ତୁ ଆପଣଙ୍କର ଝିଅ ହେବା ସୁନିଶ୍ଚିନ୍ତ ।

ଯଦି କୌଣସି ମହିଳା ଏକ ଧଳା ପେଚା ସ୍ଵପ୍ନ ଦେଖନ୍ତି ତେବେ ଆପଣଙ୍କର ଧନ ବଢିବା ସହିତ ସଂମ୍ମାନ ମଧ୍ୟ ବଢିବ କିନ୍ତୁ ଯଦି ଆପଣ କଳା ପେଚା ଦେଖୁଛନ୍ତି ତେବେ ତାର ବିପରୀତ ହେବ ଅର୍ଥାତ ଧନ ହାନି ହେବା ସହିତ ମାନ ହାନି ମଧ୍ୟ ହେବ ଓ ଶତ୍ରୁ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଥାଏ । ଯଦି ଆପଣ ଟଙ୍କା କିମ୍ବା ନୋଟର ସ୍ଵପ୍ନ ଦେଖନ୍ତି ତେବେ ଆପଣଙ୍କର ଅଧିକ ଖର୍ଚ ହୋଇଥାଏ ।

କଳା ଶାଢୀ ପିନ୍ଧିଥିବା କୌଣସି ନାରୀର ଯଦି ଆପଣ ସ୍ଵପ୍ନ ଦେଖନ୍ତି ତେବେ ଏହା କେବେ ହେଲେ ଭଲ ସଙ୍କେତ ନୁହେଁ ଏହା ବହୁତ ଅଶୁଭ ହୋଇଥାଏ । ଆପଣ ଯଦି ନିଜର ଇଷ୍ଟ ଦେବୀ ବା ଦେବତାଙ୍କର ସ୍ଵପ୍ନ ଦେଖୁଛନ୍ତି ତେବେ ଏହା ଆପଣ ଜାଣିରଖନ୍ତୁ ଆପଣଙ୍କର ଥିବା କିଛି ସ୍ଵପ୍ନ ପୂର୍ଣ ହୋଇଯିବ । ଯାନବାହାନ ତଳକୁ ଖସି ପଡିବାର ସ୍ଵପ୍ନ ଯଦି ଦେଖନ୍ତି ତେବେ ଆପଣଙ୍କ ଉପରକୁ ବିପଦ ଆସିବ ଜାଣି ରଖନ୍ତୁ । ଅଣ୍ଡିରା ବାଛୁରି ଜନ୍ମ ହେବାର ଯଦି ଦେଖନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button