ଦେଶ ବିଦେଶ

ଏମିତି ଗୋଟେ ଗାଁ ଯେଉଁଠି ୫୦ ବର୍ଷ ଧରି ଗୋଟେ ବି ଛୁଆ ହୋଇ ନାହିଁ ଜନ୍ମ, କାରଣ ଜାଣି ଆପଣଙ୍କ ହୋସ ଉଡିଯିବ

ଛୁଆଙ୍କୁ ଠାକୁର ରୂପ ବୋଲି କୁହା ଯାଏ ବୋଧେ ସେଥିପାଇଁ ସମସ୍ତେ ନିଜେ ଘରେ ଠାକୁରକୁ ଦେଖିବା ପାଇଁ ଚାହାଁନ୍ତି ଏବଂ ନୂଆ ଅତିଥି ପାଇଁ ଅପେକ୍ଷା କରନ୍ତି । ଯେବେ ବି କାହା ଘରେ ଛୁଆ ଜନ୍ମ ହୁଅନ୍ତି ତାଙ୍କ ଘର ବାତାବରଣ ସୁଖମୟ ହୋଇ ଯାଇ ଥାଏ । ସମସ୍ତେ ଏହା ଚାହାଁନ୍ତି ଯେ ତାଙ୍କ ଛୁଆ ତାଙ୍କ ପୂର୍ବ ପୁରୁଷଙ୍କ ମାଟି ଉପରେ ଜନ୍ମ ହେଉ ଏବଂ ପରିବାର ନା ଉଜ୍ଜଳ କରୁ ।

କିନ୍ତୁ ଆଜି ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ଭାରତ ରେ ଗୋଟେ ଗାଁ ଏମିତି ମଧ୍ୟ ଅଛି ଯେଉଁଠି ୫୦ ବର୍ଷ ଧରି ଗୋଟେ ବି ଛୁଆ ଜନ୍ମ ହୋଇ ନାହିଁ ।

ଏହି ଗାଁ ମଧ୍ୟପ୍ରଦେଶ ରାଜଧାନୀ ଭୋପାଲ ଠାରୁ ୭୦ କିଲୋମିଟର ଦୂର ରାଜଗଡ ପାଖରେ ଅଛି ଏହି ଗାଁ ନା ଶଙ୍କା ଜାଗିର ଅଟେ । ଏହି ଗାଁ ବିଶେଷତା ଏହା ଯେ କୌଣସି ମା ନିଜ ପୁଅକୁ ଏହି ଗାଁ ସୀମା ଭିତରେ ଜନ୍ମ ଦବା ପସନ୍ଦ କରନ୍ତି ନାହିଁ ।

ଏହି କାରଣ ପାଇଁ ଗାଁ ରେ ଛୁଆ ଜନ୍ମ ହୁଅନ୍ତି ନାହିଁ :

ଏହି ଗାଁ ଲୋକଙ୍କ ମାନ୍ୟତା ଅଛି ଯେ ଗାଁ ଗୋଟେ ଅଶୁଭ ଜାଗା ଅଟେ, ଏଠାରେ ଜନ୍ମ ହୋଇ ଥିବା ଛୁଆ ଜଲ୍ଦି ମୃତ୍ୟୁ ପ୍ରାପ୍ତ କରନ୍ତି ନଚେତ ବିକଳାଙ୍ଗ ହୋଇ ରୁହନ୍ତି । ଛୁଆ ବିକଳାଙ୍ଗ ବା ମଲା ଜନ୍ମ ନହେଉ ସେଥିପାଇଁ ଛୁଆ ଜନ୍ମ ହବା ଆଗରୁ ମା’କୁ ଗାଁ ବାହାରକୁ ପଠେଇ ଦିଆ ଯାଏ । କେବଳ ଏତିକି ନୁହଁ ଆପତ୍କାଳୀନ ରେ ଛୁଆ ଜନ୍ମ କରିବା ପାଇଁ ଗାଁ ଲୋକ ଗାଁ ସୀମା ପାଖରେ ଗୋଟେ ଘର ତିଆରି କରି ରଖିଛନ୍ତି, ଯେବେ ବି କୌଣସି ମହିଳାକୁ ଲେବର ପେନ ଆରମ୍ଭ ହୁଏ ତାକୁ ଏହି ଘରେ ଆଣି ପ୍ରଶବ କରା ଯାଏ ।

ଏହି ମାନ୍ୟତା ପାଇଁ ମଧ୍ୟ ଗାଁ ରେ ଛୁଆ ଜନ୍ମ ହୁଅନ୍ତି ନାହିଁ :

ଗାଁ ରେ ଆଉ ଗୋଟେ ମାନ୍ୟତା ଅଛି ଯାହା କେତେ ୧୦୦ ବର୍ଷ ଆଗରୁ ଚାଲି ଆସିଛି ଗାଁ ଲୋକ ଏହା ମାନନ୍ତି ଯେ ଗାଁ ରେ ଗୋଟେ ଶ୍ୟାମ ଠାକୁରଙ୍କ ମନ୍ଦିର ଅଛି ଯାହା ଅପବିତ୍ର ହୋଇଯିବ ବୋଲି ତାଙ୍କ ପୂର୍ବ ପୁରୁଷ ମହିଳାମାନେ ଗାଁ ବାହାରକୁ ଯାଇ ପ୍ରଶବ କରୁଥିଲେ ଯାହା ଆଜି ପର୍ଯ୍ୟନ୍ତ ଗାଁ ଲୋକ ମାନୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button