କ୍ରୀଡା

ଆଉ ୨୪ ଘଣ୍ଟା: ସଚିନ ଗ୍ଲୋବାଲ୍‌ ବ୍ରାଣ୍ଡ୍ ଆମ୍ବାସାଡର୍‌ – Utkal Mail


ମୁମ୍ବାଇ: ଦିନକ ପରେ ଦିନିକିଆ ବିଶ୍ବକପ୍‌ ‌ଖେଳାଯିବାକୁ ଥିବାବେଳେ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଭାରତୀୟ ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ୍ ବ୍ରାଣ୍ଡ୍ ଆମ୍ବାସାଡର୍‌ ନିଯୁକ୍ତ କରିଛି। ରେକର୍ଡ ୬ଟି ବିଶ୍ବକପ୍‌ରେ ଖେଳିଥିବା ସଚିନ ଗୁରୁବାର ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ ପୂର୍ବରୁ ବିଶ୍ବକପ୍‌ ଟ୍ରଫି ସହିତ ପଡ଼ିଆକୁ ପ୍ରବେଶ କରି ଏହାକୁ ଆନୁଷ୍ଠାନିକ ଉଦ୍‌ଘାଟନ କରିବେ ବୋଲି ମଧ୍ୟ ଘୋଷଣା କରାଯାଇଛି। ‘୧୯୮୭ ବିଶ୍ବକପ୍‌ରେ ବଲ୍‌ ବୟ ଥିବାବେଳେ ୬ଟି ସଂସ୍କରଣରେ ଭାରତର ପ୍ରତିନିଧିତ୍ବ କରିଛି। ବିଶ୍ବକପ୍‌ ସବୁବେଳେ ମୋ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହୋଇ ରହିଛି। ୨୦୧୧ ମସିହାରେ ବିଶ୍ବକପ୍ ଜିତିବା ମୋ କ୍ରିକେଟ୍‌ ଯାତ୍ରାରେ ସବୁଠାରୁ ଗୌରବମୟ ମୁହୂର୍ତ ହୋଇ ରହିଛି’ ବୋଲି ସଚିନ ପ୍ରକାଶ କରିଥିବା ଆଇସିସି ଏକ‌ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି।

ଏକାଧିକ ସ୍ବତନ୍ତ୍ର ଦଳ ଏବଂ ଖେଳାଳି ଏଥର ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବାବେଳେ ଏହାକୁ ନେଇ ମୁଁ ଉତ୍ସାହିତ। ଏଥରର ସଂସ୍କରଣ ମଧ୍ୟ ଯୁବ ବାଳକ ଓ ବାଳିକାଙ୍କୁ ଖେଳକୁ ଆସିବାକୁ ଉତ୍ସାହ ଯୋଗାଇବ ଏବଂ ନିଜ ନିଜ ଦେଶକୁ ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ବ କରିବାକୁ ପ୍ରେରିତ କରିବ’ ବୋଲି ସଚିନ କହିଛନ୍ତି। ସଚିନଙ୍କ ସହିତ ୱେଷ୍ଟଇଣ୍ଡିଜ୍ କିଂବଦନ୍ତି ଭିଭିଆନ୍ ରିଚାର୍ଡସ, ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ, ଇଂଲଣ୍ଡର ବିଶ୍ବକପ୍ ବିଜୟୀ ଅଧିନାୟକ ଇଅନ୍ ମୋର୍ଗାନ୍‌, ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍‌, ଶ୍ରୀଲଙ୍କାର ମୁଥୟା ମୁରଲୀଧରନ, ନ୍ୟୁଜିଲାଣ୍ଡ୍‌ର ରସ୍ ଟେଲର୍‌, ଭାରତର ସୁରେଶ ରାଇନା, ମିତାଲି ରାଜ ଏବଂ ପାକିସ୍ତାନର ମହମ୍ମଦ ହାଫିଜଙ୍କୁ ମଧ୍ୟ ଏହି ସର୍ବବୃ୍ହତ ବିଶ୍ବକପ୍‌ ଲାଗି ଆଇସିସି ଆମ୍ବାସାଡର୍ ନିଯୁକ୍ତ କରିଛି। ‘ସଚିନଙ୍କୁ ଗ୍ଲୋବାଲ୍ ଆମ୍ବାସାଡର୍‌ ନିଯୁକ୍ତ କରାଯିବା ଦିନିକିଆ ବିଶ୍ବକପ୍ ପାଇଁ ଏକ ସମ୍ମାନ ଓ ମହୋତ୍ସବ ଭଳି’‌ ବୋଲି କହିଛନ୍ତି ଆଇସିସିର ବିପଣନ ଓ ଯୋଗାଯୋଗ ମହାପ୍ରବଂଧକ କ୍ଲେୟାର୍‌ ଫୁର୍ଲୋଙ୍ଗ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button