ସ୍ୱାସ୍ଥ୍ୟ

ଯଦି ଆପଣଙ୍କୁ ଚା ପିଇବାକୁ ଭଲ ଲାଗେ ତ ଏହି ଖବର ଆପଣଙ୍କ ପାଇଁ ଅଟେ, ରିସର୍ଚରୁ ଚା କୁ ନେଇ ହେଲା ବଡ ଖୁଲାସା, ଜାଣନ୍ତୁ

ଯଦି ଆପଣଙ୍କୁ ବି ଚା ଅଧିକ ପସନ୍ଦ ଅଟେ ତେବେ ଏହା ଜାଣି ନେବା ଜରୁରୀ ଅଟେ କି ଆମର ଶରୀର ଉପରେ ଏହା କଣ ପ୍ରଭାବ ପକାଇଥାଏ । ଚା ର ସେବନ କରିବା ଉଚିତ ନା ନାହିଁ । ଏହି ସମସ୍ତ ପ୍ରଶ୍ନର ଜବାବ ଦେବା ପାଇଁ ଏକ ରିସର୍ଚ କରା ଯାଇଛି । ଏହି ରିସର୍ଚ ଦ୍ଵାରା ଏହା ଜଣା ପଡିଛି କି ଚା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ଲାଭଦାୟକ ହୋଇଥାଏ । କହିବାକୁ ଗଲେ ଯେଉଁ ଲୋକମାନେ ଚା ପିଅନ୍ତି ନାହିଁ ତାଙ୍କ ତୁଳନାରେ ଚା ପିଉଥିବା ଲୋକମାନଙ୍କ ମସ୍ତିଷ୍କ ଅଧିକ ଭଲ ଚାଲିଥାଏ ।

ସେହି ଲୋକମାନଙ୍କ ମୁଣ୍ଡ ଅଧିକ ଆକ୍ଟିବ ରହିଥାଏ । ସେମାନଙ୍କ ବୁଝିବାର ଶକ୍ତି ଓ ଚିନ୍ତା କରିବାର ଶକ୍ତି ସବୁଠୁ ଭଲ ହୋଇଥାଏ । କେତେକ କ୍ଷେତ୍ରରେ ସେମାନେ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି । ନ୍ୟାସନାଲ ୟୁନିଭର୍ସିଟୀ ଅଫ ସିଙ୍ଗାପୁର (ଏନୟୁଏସ) ସହାୟକ ପ୍ରାଧ୍ୟାପକ ଓ ଟିମର ଲିଡର ଫେଂଗ ଲେଈ ଏହି ରିସର୍ଚ କେତେକ ଲୋକମାନଙ୍କ ସହିତ ମିଶି କରିଛନ୍ତି ।

ଏହି ରିସର୍ଚ ପାଇଁ ୩୬ ଜଣ ସବୁ ବୟସର ଲୋକମାନଙ୍କ ନ୍ୟୁରୋଇମେଜିଂଗ ଡାଟାର ବିଶ୍ଲେଷଣ କରା ଯାଇଛି । ରିସର୍ଚରେ ଏହା ଜଣା ପଡିଛି କି ଯେଉଁ ଲୋକମାନେ ଚା ର ସେବନ କରନ୍ତି ତାଙ୍କର ମସ୍ତିଷ୍କରେ ସକରାତ୍ମକ ପ୍ରଭାବ ପଡିଥାଏ । ଚା ବୟସ ବଢିବା ଉପରେ ବଦଳୁଥିବା ମସ୍ତିଷ୍କର ତନ୍ତ୍ର ଗୁଡିକରୁ ବଞ୍ଚାଇଥାଏ । ରିସର୍ଚ ଅନୁସାରେ ଚା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ ।

ତାହା ଅନୁସାରେ ଚା ପିଇବା ଦ୍ଵାରା ହୃଦୟ ଓ ଶିରା କମଜୋରି ଦୂର ହୋଇଥାଏ । ସେଥିପାଇଁ ଏହି ଖବର ସେହି ଲୋକମାନଙ୍କ ପାଇଁ ଭଲ ଅଟେ ଯେଉଁମାନେ ଚା ର ସେବନ କରନ୍ତି ଓ ଯେଉଁ ଲୋକମାନେ ଚା ପିଅନ୍ତି ନାହିଁ ସେମାନଙ୍କ ପାଇଁ ଏହି ଖବର ମାଧ୍ୟମରେ ଜଣାଇ ପାରିବେ କି ଚା ପିଇବା ଲାଭଦାୟକ ହୋଇଥାଏ । ଚା ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ, କିନ୍ତୁ ଦିନକୁ ଦୁଇ କପରୁ ଅଧିକ ଚା ପିଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button