ଦେଶ ବିଦେଶ

ସରକାରଙ୍କ ପାଇଁ ଅଡୁଆ ବୋଥ୍ରା ଙ୍କ ଛବି ! କାହିଁକି 12 ଦିନ ହେଲା ଘନ ଘନ ପଚରା ଉଚରା ପରେ ବି ଜଣା ପଡୁନି ହ-ତ୍ୟାର କାରଣ?

ବନ୍ଧୁଗଣ ନବ ଦାସଙ୍କ ହ-ତ୍ୟା ଘଟଣାକୁ ନେଇ ଉଠୁଛି ପଡୁଛି ପୁରା ରାଜ୍ୟ । ମନ୍ତ୍ରୀ ଙ୍କୁ ଗୋପାଳ କାହିଁକି ମା-ରି-ଲା ସେ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଅନେକ ଚର୍ଚ୍ଚା ବି ଚାଲିଛି । ଏମିତିକି ଅ- ଭି -ଯୋ-ଗ ହୋଇଛି ବୋଥ୍ରା ଜାଣିଶୁଣି ମାମଲାକୁ ରଫାଦଫା କରିବାକୁ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ । ଏ କଥା ଆମେ ନୁହେଁ ବରଂ ଅ-ଭି-ଯୋ-ଗ କରିଛି ବିଜେପି ।

ଏ ଯାଏଁ ନବଙ୍କ ହ-ତ୍ୟା-ର କାରଣ ଜଣାପଡି ନ ଥିବାରୁ ରାଜନୈତିକ ମହଲରେ ଝଡ ସୃଷ୍ଟି ହେଲାଣି । guli କିଏ ମାରିଛି କାହା କାହାକୁ ଅଛପା ନୁହେଁ । bandhuka ବି ଜ-ବ-ତ ହୋଇସାରିଇଛି ହେଲେ ହ-ତ୍ୟା-କା-ଣ୍ଡ-ର ମୋଟିଭ ଖୋଜି ପାଉ ନାହି କ୍ରାଇମବ୍ରାଞ୍ଚ । 7 ଦିନର ଜେରା ପରେ ବି ସେହି ଗୋପାଳ ପାଖରେ ଅଟକି ଯାଇଛି ତଦନ୍ତ । ଗୋପାଳ ଜଣେ ମାନସିକ ରୋଗୀ ବୋଲି ପ୍ରଥମ ଦିନରୁ ତା ପରିବାର ଲୋକ କହିସାରିଛନ୍ତି ।

ସେ କାହିଁକି ନବ ଦାସଙ୍କୁ ମା-ରି-ଲା, ନବାଙ୍କ ବ୍ୟବସାୟିକ ଓ ରାଜନୈତିକ ଶତ୍ରୁତାର ଏହା ସହ କିଛି ଲିଙ୍କ ଅଛି କି ନାହି ସେ ଦିଗରେ ତଦନ୍ତ ହୋଇନ ଥିବା ଚର୍ଚ୍ଚା ହେଉଛି । ବଡ ପ୍ରଶ୍ନ ଏବେ ଉଠୁଛି ଗୋପଳାଙ୍କୁ ଜେରା ବେଳେ କଣ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ପାଇଥିବା ତଥ୍ୟ ଅନୁଯାୟୀ ତଦନ୍ତ କରାଯାଉ ନାହି କି ? ଗୋଟେ ପଟେ ପୂର୍ବତନ ଏଏସଆଇ ଗୋପାଳ ଦାସର ପୋଲିସ ତଦନ୍ତ ପ୍ରକ୍ରିୟା ନେଇ ବେସ ଅଭିଜ୍ଞାତା ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା ମଧ୍ୟ ତଦନ୍ତର ମାଷ୍ଟର ।

ତେଣୁ କିଏ କାହାକୁ ପାଠ ପଢାଉଛି ତାକୁ ନେଇ ଚର୍ଚ୍ଚା ଚାଲିଛି । ଅରୁଣ ବୋଥ୍ରା ଯେବେ ବଡ ବଡ ଘଟଣାରେ ଅଡୁଆ ସ୍ଥିତି ଉପୁଜେ ତାଙ୍କୁ ତଦନ୍ତର ଦାୟିତ୍ଵ ମିଳିବା ଦେଖାଯାଏ । କାରଣ ନୟାଗଡ଼ ପରି ମ-ର ର୍ଡ଼-ର କେସରେ ଯେତେବେଳେ ରାଜ୍ୟ ଉଠୁଥିଲା ପଡୁଥିଲା ତଦନ୍ତଭାର ତାଙ୍କୁ ଦିଆଯାଇଥିଲା । ଅ-ଭି-ଯୋ-ଗ ହେଲା ସେ ଏମିତି ଗୁଡେଇ ତୁଡେଇ କାମ କରୁଥିଲେ ଯେ ଘଟଣା କାହିଁଙ୍କି ଗତିଲା ସେ ନେଇ ଆଜି ଯାଏଁ କିଛି ତଥ୍ୟ ସାମନାକୁ ଆସିଲା ନାହି ।

ପୁଣି ଏବେ ନବ ଦାସଙ୍କ ମୃ-ତ୍ୟୁ-କୁ ନେଇ ରାଜ୍ୟର ପାଣିପାଗ ଯେବେ ଉତ୍ୟକ୍ତ ଅଛି ସେତେବେଳେ ତଦନ୍ତର ଭାର ପଡିଛି ବୋଥ୍ରାଙ୍କ ଉପରେ । ତେବେ ଏତେ ସବୁ ତଦନ୍ତ ପରେ ବି ସତ ସାମନାକୁ ନ ଆସିବାରୁ ତଦନ୍ତ ଦିଗହରା ହେଉଛି ଏହା କହିବା ଭୁଲ ହେବ ନାହି । ମନ୍ତ୍ରୀ ଙ୍କୁ ମାରିବା ପଛରେ ଉପକୂଳିଆ ନେତାଙ୍କ ହାତ ଥିବା ସହ ପୁରା ପ୍ରି-ପ୍ଳାନ କରି ନବଙ୍କୁ ମ-ରା-ଯା-ଇ-ଛି ।

ନବଙ୍କ ବାଣିଜ୍ୟିକ ସମ୍ପତିକୁ ଅକ୍ତିଆର କରିବା ଲାଗି ଷଡଯନ୍ତ୍ର ହୋଇଥିବା ଦୁଇ ଦିନ ପୂର୍ବରୁ  କହିଥିଲେ ବିଜେପି ବିଧାୟକ ସୁଭାଷ ପାଣିଗ୍ରାହୀ । ତେଣୁ ଶାସକ ଦଳର ନେତାଙ୍କ  କଥା ନେଇ ଚର୍ଚ୍ଚା ହେଉଛି । ନବଙ୍କ ହ-ତ୍ୟା-ର 12 ଦିନ ବିତିଲାଣି କିନ୍ତୁ ତଦନ୍ତ ସାରୁ ନାହି କି କିଛି ସୁରାଗ ମିଳୁ ନାହି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button