ବିଚାର

ଜାଣନ୍ତୁ କେଉଁ ବାରରେ ଜନ୍ମ ହେଲେ କଣ ସବୁ ଥାଏ ଲକ୍ଷଣ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ କେଉଁ ବାରରେ ଜନ୍ମ ହେଲେ ବ୍ୟକ୍ତି ର ସ୍ଵଭାବ କିପରି ହୋଇଥାଏ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ସ୍ଵଭାବ ଭିନ୍ନ ଭିନ୍ନ ହୋଇଥାଏ। ବିଚାର, ସ୍ୱଭାବ, ଚାଲିଚଳଣ, ବ୍ୟବହାର ଆଦି ଦୃଷ୍ଟି ରୁ ପ୍ରତ୍ୟେକ ବ୍ୟକ୍ତି ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଯେଉଁ ବାର ରେ ଜନ୍ମ ହୋଇଥାଏ ତାହା ଦ୍ଵାରା ହିଁ ବ୍ୟକ୍ତି ର ସ୍ଵଭାବ କିପରି ହୋଇଥାଏ ସ୍ପଷ୍ଟ ଭାବରେ ଜଣା ପଡ଼ିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ନିଜର ଜନ୍ମ ବାର ହିସାବରେ ବ୍ୟକ୍ତି ର ସ୍ଵଭାବ କିପରି ହୋଇଥାଏ।

୧. ରବିବାର- ବନ୍ଧୁଗଣ ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି, ଅଭିମାନୀ, କ୍ରୋଧି, କାମଦୂର, କ୍ରୀଡ଼ା ପ୍ରେମୀ ଏବଂ କୃତୀ କ୍ରୀଡ଼ା ରେ ପାରଙ୍ଗମ ହୋଇଥାଏ। ଏହି ବ୍ୟକ୍ତି ନିଜ ସ୍ତ୍ରୀ କୁ ଭରପୁର ସୁଖ ପ୍ରଦାନ କରିଥାଏ ଏବଂ ନିଜ ମିଷ୍ଠ ଭାଷା ରେ ସମସ୍ତଙ୍କୁ ମୁଗ୍ଧ କରିବା ସହ ଭ୍ରମଣ ପ୍ରିୟ, ଧାର୍ମିକ ତଥା ଭକ୍ତିପ୍ରିୟ ହୋଇଥାଏ।

୨. ସୋମବାର- ବନ୍ଧୁଗଣ ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅଳସୁଆ ଏବଂ ଭୋଗ ବିଲାସୀ ହୋଇଥାନ୍ତି। ସେମାନେ ନିଜ ସ୍ତ୍ରୀ କୁ ଖୁସି ପ୍ରଦାନ କରିଥାନ୍ତି ଏବଂ ସମସ୍ତ କ୍ଷେତ୍ରରେ ଉତ୍ସାହିତ କରିଥାନ୍ତି। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଶାନ୍ତ ସ୍ଵଭାବ ର ହୋଇଥାନ୍ତି ଏବଂ ଏମାନେ ନ୍ୟାୟ ପରାୟଣ ହୋଇଥାନ୍ତି।

୩. ମଙ୍ଗଳବାର- ବନ୍ଧୁଗଣ ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସାହସୀ ଏବଂ ଚଞ୍ଚଳ ସ୍ଵଭାବ ର ହୋଇଥାନ୍ତି। ଏମାନେ ଅତ୍ୟନ୍ତ ବୁଦ୍ଧିମାନ ବା ବୁଦ୍ଧିମତୀ ହୋଇଥାନ୍ତି ଏବଂ ଏମାନେ ବିଦ୍ୟା ପରାୟଣ ଅଟନ୍ତି।ଏହା ସହିତ ଏହି ବ୍ୟକ୍ତି ମାନେ ସର୍ବଦା ଚିନ୍ତାଶୀଳ ରହିଥାନ୍ତି। ଏମାନେ ନିଜ କର୍ତ୍ତବ୍ୟ କୁ ସର୍ବଦା ପୂରଣ କରିଥାନ୍ତି।

୪. ବୁଧବାର- ବନ୍ଧୁଗଣ ଯେଉଁ ବ୍ୟକ୍ତି ବୁଧବାର ଦିନ ଜନ୍ମ ହୋଇଥାନ୍ତି ସେମାନେ ଅତ୍ୟନ୍ତ ଗୁଣୀ ଏବଂ ଚତୁର ହୋଇଥାନ୍ତି। ଏମାନେ ଧର୍ମ କାର୍ଯ୍ୟ ରେ ବିଶ୍ୱାସ ରଖନ୍ତି ଏକ ଏହି ବ୍ୟକ୍ତି ମାନେ ଅନେକ ସ୍ତ୍ରୀ ଙ୍କ ସମ୍ପର୍କ ରଖିଥାନ୍ତି ଏବଂ ଭୋଗ ବିଳାସ ରେ ବୁଡ଼ି ରହିବାକୁ ଏହି ବ୍ୟକ୍ତି ମାନେ ବହୁତ ପସନ୍ଦ କରିଥାନ୍ତି ଏବଂ ଏହି ବ୍ୟକ୍ତି ଅତ୍ୟନ୍ତ ଗର୍ବୀ ସ୍ଵଭାବ ର ହୋଇଥାନ୍ତି।

୫. ଗୁରୁବାର- ବନ୍ଧୁଗଣ ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁ ଗୁଣ ର ଅଧିକାରୀ ହୋଇଥାନ୍ତି ଏବଂ ବୁଦ୍ଧି ବିଦ୍ୟା ରେ ବିଚକ୍ଷଣ ହୋଇଥାନ୍ତି। ଏହି ବ୍ୟକ୍ତି ମାନଙ୍କ ସ୍ଵଭାବ ପଶୁ ପରି ହୋଇଥାଏ। ଏହି ବ୍ୟକ୍ତି ମାନେ ନ୍ୟାୟବନ୍ତ ଅଟନ୍ତି।

୬. ଶୁକ୍ରବାର- ବନ୍ଧୁଗଣ ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ଜନ୍ମଗ୍ରହଣ କରିଥାଏ ସେହି ବ୍ୟକ୍ତି ସର୍ବଦା ନୀତି ନିୟମ କୁ ଆଖି ଆଗରେ ରଖି ଚଳିବାକୁ ଚେଷ୍ଟା କରିଥାନ୍ତି ଏବଂ ଏହି ବ୍ୟକ୍ତି ପରୋପକାରୀ, ଭ୍ରମଣ ପ୍ରିୟ ଏବଂ କାମ ବିଲାସୀ ହୋଇଥାନ୍ତି। ଏହି ବ୍ୟକ୍ତି ନିଜ ସ୍ତ୍ରୀ କୁ ସୁଖ ପ୍ରଦାନ କରିବା ନିମନ୍ତେ କେବେବି ଅବହେଳା କରନ୍ତି ନାହିଁ।

୭. ଶନିବାର- ବନ୍ଧୁଗଣ ଶନିବାର ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଚଞ୍ଚଳ ସ୍ୱଭାବ ର ହୋଇଥାନ୍ତି ଏବଂ ଏହି ବ୍ୟକ୍ତି ବହୁତ ଅହଙ୍କାରୀ ମଧ୍ୟ ହୋଇଥାନ୍ତି ଏବଂ ତାମସିକ ବିଦ୍ୟା ରେ ପ୍ରବୀଣ ଅଟନ୍ତି। ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ସର୍ବଦା ପର ଧନ ରେ ଲୋଭ ରଖିଥାନ୍ତି। ଏହା ସହିତ ଏହି ବ୍ୟକ୍ତି ମାନେ ଯଶସ୍ୱୀ ଅଟନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button