ଦେଶ ବିଦେଶ

ଡାକ୍ତରଖାନାରୁ ବୟାନ ଜାରି କଲେ ଗୋବିନ୍ଦା, କହିଲେ

ମାଜ ଡିଜିଟାଲ ଡେସ୍କ: ଡାକ୍ତରଖାନାରୁ ବୟାନ ଜାରି କଲେ ଗୋବିନ୍ଦା। ଏକ ଅଡ଼ିଓ ବାର୍ତ୍ତା ଜରିଆରେ ନିଜ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବା ସହ ପ୍ରଶଂସକ ଓ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତା। ସେ କହିଛନ୍ତି, ”ନମସ୍କାର, ପ୍ରଣାମ, ମୁଁ ଗୋବିନ୍ଦା। ଆପଣଙ୍କ ସମସ୍ତଙ୍କ ଆଶୀର୍ବାଦ ଓ ବାବାଙ୍କ ଆଶୀର୍ବାଦ।

ଗୁଳି ବାଜିଥିଲା। କିନ୍ତୁ, ଗୁରୁଙ୍କ କୃପାରୁ ଗୁଳି ବାହାର କରି ଦିଆଯାଇଛି। ମୁଁ ଏଠାକାର ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଉଛି। ଆପଣ ସମସ୍ତଙ୍କ ପ୍ରାର୍ଥନା ପାଇଁ ସଭିଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି”।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଗୋବିନ୍ଦାଙ୍କ ସହ ଏକ ଦୁର୍ଘଟଣା ଘଟିଛି। ନିଜ ବନ୍ଧୁକରୁ ଗୁଳି ବାଜି ଆହତ ହୋଇଛନ୍ତି ଅଭିନେତା। ସକାଳେ ସେ କଲକାତା ଯିବାକୁ ବାହାରୁଥିବାବେଳେ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ କେସ୍‌ରେ ରଖୁଥିଲେ। ଏହି ସମୟରେ ଭୁଲବସତଃ ରିଭଲଭରଟି ତଳେ ପଡ଼ିଯାଇ ଗୁଳି ଫୁଟିଥିଲା ଏବଂ ଗୁଳି ଗୋବିନ୍ଦାଙ୍କ ଗୋଡ଼ରେ ବାଜିଥିଲା। ତୁରନ୍ତ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ଅପରେସନ କରାଯାଇ ଗୁଳି ବାହାର କରାଯାଇଛି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button