ରାଶିଫଳ

ବୃଷ ରାଶି 2023, ଏହି ବର୍ଷ ଆପଣଙ୍କୁ ମିଳିବ 4ଟି ବଡ ଖୁସି ଖବର…. ଦେଖନ୍ତୁ ସମ୍ପୂର୍ଣ୍ଣ ବାର୍ଷିକ ରାଶିଫଳ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୩ ବର୍ଷ କେମିତି ରହିବ ସେହି ବିଷୟରେ କହିବାକୁ ଯାଉଛୁ । ବୃଷ ରାଶିର ବ୍ୟକ୍ତିଙ୍କୁ କେଉଁ ସବୁ ଖୁସି ଖବର ମିଳିବାର ଅଛି ୨୦୨୩ ରେ ତାହା ମଧ୍ୟ ଜଣାଇବୁ । ବୃଷ ରାଶିର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଗଲେ ଏମାନେ ପରାକ୍ରମୀ, ସ୍ପଷ୍ଟବାଦୀ ସ୍ଵଭାବର ଅଟନ୍ତି । ଉଚ୍ଚ ଆଶା କାରଣରୁ ସଫଳତାର ଶୀର୍ଷରେ ପହଞ୍ଚିଥାନ୍ତି । ପାରିବାରିକ ଜୀବନକୁ ନେଇ ଗୁରୁତ୍ଵ ଦେଇଥାନ୍ତି । ୨୦୨୩ ବର୍ଷ ଆପଣଙ୍କ ପାଇଁ ସମୟ ଅନୁକୁଳ ରହିଛି ।

ବର୍ଷର ଆରମ୍ଭରେ ସପ୍ତମ ଘରେ ବୃହସ୍ପତି ଓ ଶନିଙ୍କ ମିଳନରେ ବ୍ୟବସାୟରେ ଅଗ୍ରଗତି ଆଣିବ । ଚାକିରି ବା ବ୍ୟାପାରରେ ପୂର୍ଣ୍ଣ ସମର୍ଥନ ମିଳିବ । ଭାଇଙ୍କ ସହଯୋଗ ପାଇବେ । ଭାଗୀଦାରୀ ବ୍ୟବସାୟରେ ଲାଭବାନ ହେବେ । ଏହି ବର୍ଷ ମାନସିକ ସ୍ତରରେ ସନ୍ତୁଳିତ ଓ ସନ୍ତୁଷ୍ଟ ହେବେ । ପ୍ରତେକ କାମକୁ ସୃଜନଶୀଳତା ଭାବେ ସମ୍ପନ୍ନ କରିବେ । କାର୍ଯ୍ୟ କ୍ଷେତ୍ରରେ ଓ ଆର୍ଥିକ ଦୃଷ୍ଟିରୁ ବର୍ଷର ଆରମ୍ଭ ଅନୁକୂଳ ରହିବ । ଶନିଙ୍କ ଉପସ୍ଥିତି କାରଣରୁ ଚାକିରିରେ ଉନ୍ନତି ହେବ ।

ବୃହସ୍ପତିଙ୍କ ଗମନାଗମନ ପାଇଁ ଜଲ୍ଦି କୌଣସି ନିସ୍ପତି ନିଅନ୍ତୁ ନାହି । ଚତୁର୍ଥ ଘରେ ବୃହସ୍ପତି ଓ ଶନିଙ୍କ ମିଳନ ହେତୁ ଜମି ବା ଗୃହ ନିର୍ମାଣ କରିବେ । ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ କରିବେ । ସାମାଜିକ ସ୍ଥିତି ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ବର୍ଷା ସାରା ସାମାଜିକ କାର୍ଯ୍ୟରେ ରୁଚି ରହିବ । ପିଲାଙ୍କ ଦୃଷ୍ଟିରୁ ଶୁଭ ଫଳ ମିଳିବ । ଶିକ୍ଷା ଦୃଷ୍ଟିରୁ ୨୨ ଏପ୍ରିଲ ୨୦୨୩ ରେ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବେ । ଶନିଦେବ ଦଶମ ଘରେ ଦ୍ରୁଷ୍ଟି ରଖିବେ ।

ପ୍ରେମ ଓ ବିବାହ ଜୀବନ ଦୃଷ୍ଟିରୁ ଗମ୍ଭୀର ସ୍ଥିତି ଆସିବା ପରିବର୍ତ୍ତେ ବନ୍ଧୁତା ଗଢିବାକୁ ପସନ୍ଦ କରିବେ । ଜୀବନକୁ ଉନ୍ନତ କରିବେ । ଶିଂଗଲ ଲୋକ ମାନଙ୍କର ବିବାହ ହେବ । ସାଧାରଣତ ସାମାଜିକ ଜୀବନ ପୂର୍ବ ବର୍ଷ ତୁଳନାରେ ଅଧିକ ସ୍ଥିର ହେବ । ଏପ୍ରିଲ ୨୨ ପରେ ବୃହସ୍ପତି ଦ୍ଵାଦଶ ଘରେ ପ୍ରବେଶ କରିବେ । ସେହି ସମୟରେ ସ୍ୱାସ୍ଥ୍ୟ ଜନିତ ସମସ୍ଯା ହୋଇପାରେ । ପାରିବାରିକ ଜୀବନ ଭଲ ରହିବ । ଦାଂପତ୍ଯ ଜୀବନରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବ । ମାନସିକ ଶାନ୍ତି ଅନୁଭବ କରିବେ ।

ଆକସ୍ମିକ ଧନ ଲାଭ ହେବ । ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ । ବନ୍ଧୁ ମାନଙ୍କ ସହଯୋଗ ମିଳିବ । ଯାହା ଦ୍ଵାରା ଆପଣ ଲାଭବାନ ହେବେ । ସମାଜରେ ମାନ ସମାନ ବଢିବ । ଯାହା ଦ୍ଵାରା ଲୋକେ ଆପଣଙ୍କର ପ୍ରଶଂସା କରିବେ ।

ଲୋକେ ଆପଣଙ୍କର ରାଏ ମାଗିବେ । ଆତ୍ମବିଶ୍ବାସରେ ବୃଦ୍ଧି ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସଫଳତା ଆପଣଙ୍କର ପାଦ ଛୁଇଁବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button