ମନୋରଞ୍ଜନ

ସକାଳର ଟିଫିନରେ ବନାନ୍ତୁ ‘କ୍ରିସପି ଦୋସା’, ଚାଉଳ ନୁହେଁ ବରଂ ଅଟାରେ, ଥରେ ନିଶ୍ଚୟ ବନାଇ ଖାଆନ୍ତୁ

ଆପଣ ଦୋସାର ସ୍ୱାଦକୁ ତ ନିହାତି ଚାଖିଥିବେ, ଯାହାକୁ ଡାଲି ଏବଂ ଚାଉଳକୁ ଭିଜାଇ ବନା ଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଚାଉଳ ନୁହେଁ ବରଂ ଅଟାରେ ଦୋସା ତିଆରି କରାଯାଇପାରିବ ଏବଂ ଆପଣଙ୍କୁ ଏହା ପୂରା ବଢିଆ ସ୍ୱାଦ ଦେବ। ଏହି ଅଟାରେ ତିଆରି କରାଯାଇଥିବା ଦୋସା ସ୍ୱାଦିଷ୍ଟ ହେବା ସହିତ କ୍ରିସପି ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଅଟା କ୍ରିସପି ଦୋସାକୁ ଆପଣ କେମିତି ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

-ଏକ କପ ଅଟା

-ଅଧା କପ ସୁଜି

-ଗୋଟେ ପିଆଜ କଟା ହୋଇଥିବା

-ତିନୋଟି କଞ୍ଚା ଲଙ୍କା

-ଏକ ଛୋଟ ଚାମଚ ଲାଲ ଲଙ୍କା ପାଉଡର

-ଏକ ବଡ ଚାମଚ ଲାଲ ଲଙ୍କା ପାଉଡର

-ଲୁଣ ସ୍ୱାଦନୁସାରେ

-ପାଣି ଘୋଳ ବନାଇବା ପାଇଁ

-ତେଲ ଆବଶ୍ୟକ ଅନୁଯାଇ

ପ୍ରସ୍ତୁତି ପ୍ରଣାଳୀ

-ସର୍ବ ପ୍ରଥମେ ଏକ ପାତ୍ରରେ ଅଟା, ସୁଜି ଏବଂ ପାଣି ମିଶାଇ ଘୋଳ ବନାନ୍ତୁ।

-ଏହି ଘୋଳ ଅଧିକ ପତଳା ନ ଅଧିକ ଗାଢା କରନ୍ତୁ।

-ଏବେ ଏଥିରେ ଲାଲ ଲଙ୍କା ପାଉଡର, ପିଆଜ,କଞ୍ଚା ଲଙ୍କା ଏବଂ ଧନିଆ ପତ୍ର ପକାଇ ଭଲ ଭାବେ ମିକ୍ସ କରନ୍ତୁ।

-ମାଧ୍ୟମ ଅଣ୍ଚାରେ ଏକ ତାୱାଗରମ କରନ୍ତୁ।

-ତାୱା ଗରମ ହେବା ପରେ ଏଥିରେ ତେଲ ପକାଇ ଗରମ କରନ୍ତୁ।

-ତେଲ ଗରମ ହେବା ପରେ ଏକ ଚାମଚ ଘୋଳ ନେଇ ଗୋଲାକାର କରି ବୁଲାଇ ଦିଅନ୍ତୁ

-ଏହିପରି ଭାବରେ ସମସ୍ଟ ଦୋସା ବନାନ୍ତୁ।

-ଏବେ ଅପାଙ୍କର ଅଟାରେ ପ୍ରସ୍ତୁତ ଦୋସା ପ୍ରସ୍ତୁତ ହୋଇଯାଇଛି ଏବଂ ଏହାକୁ ଆପଣ ଚଟଣି ସହିତ ସର୍ଵ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button