ଓଡିଶା
ମରାମତି ଟ୍ରକକୁ ଧକ୍କା ଦେଲା ଟ୍ରକ: ହେଲ୍ପରଙ୍କ ମୁଣ୍ଡ କଟିଲା

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଚାନ୍ଦପୁର ବାଇପାସର ପଥରବନ୍ଧ ୧୬ ନମ୍ବର ଜାତୀୟ ରାଜପଥଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଥୁଆ ହୋଇଥିବା ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେଇଛି।
ଦୁର୍ଘଟଣାରେ ଟ୍ରକ ହେଲ୍ପରଙ୍କର ମୃତ୍ୟୁ ଘଟିଛି । ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତ ହେଲ୍ପରଙ୍କର ପରିଚୟ ମିଳି ନ ଥିବା ବେଳେ ଟ୍ରକ ଚାଳକ ବିହାରର ବ୍ରିଜ କିଶୋର ଗିରି ବୋଲି ଜଣାପଡିଛି ।
ଟ୍ରକଟି ଖରାପ ହୋଇଯିବାରୁ ଟ୍ରକ ଚାଳକ ରାସ୍ତା ଉପରେ ଟ୍ରକକୁ ପାର୍କିଂ କରି ମରାମତି କରୁଥିଲେ। ପଛରୁ ଅନ୍ୟ ଏକ ଟ୍ରକ ଆସି ଧକ୍କା ଦେଇଥିଲା।
ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଟ୍ରକ ହେଲ୍ପରଙ୍କ ମୁଣ୍ଡ କଟି ଯାଇଥିଲା। ଏଥିସହ ଟ୍ରକ ଚାଳକର ଗୋଡ଼ ଦୁଇଟି ନଷ୍ଟ ହୋଇ ଯାଇଛି ।