ବିଚାର

ରକ୍ତହୀନତା ବା ଆନିମିଆ ଦୂର କରିବା ପାଇଁ କେଉଁ ସବୁ ଖାଦ୍ଯ ଖାଇବେ ? ଜାଣନ୍ତୁ Dr. Sunita Sahoo ଙ୍କ ଠାରୁ

ଶରୀରରେ ଲୌହର ଅଭାବ ହେଲେ ଲୋହିତ ରକ୍ତକଣିକାରେ ହୋମିଗ୍ଲୋବିନ ମାତ୍ରା କମି ଯାଇଥାଏ । ଏହାଯୋଗୁଣ ବ୍ୟକ୍ତିଜନକ ଆନିମିଆରେ ପୀଡିତ ହୋଇଥାନ୍ତି । ଫଳରେ ତାଙ୍କର ରୋଗ ପ୍ରତିରୋଧକ କ୍ଷମତା କମିଯାଏ, ଭୋକ ଲାଗେନାହିଁ ଓ ଏହି ସମସ୍ଯା ଦୀର୍ଘଦିନ ଯାଏଁ ରହିଲେ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ଦୁର୍ବଳ କରିଦିଏ । ବିଶେଷ କରି ମହିଳାମାନେ ଏହାଦ୍ବାରା ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି । ଏଭଳି ସ୍ଥିତିରେ ଲୌହରେ ପରିପୂର୍ଣ୍ଣ ଡାଏଟ ଖାଇବା ନିହାତି ଜରୁରୀ । ଚାଲନ୍ତୁ ଏନେଇ ଅଧିକ ଜାଣିବା ଡାଏଟିସିଆନ ସୁନିତା ସାହୁଙ୍କ ଠାରୁ ।

ପୁରୁଷଙ୍କ କ୍ଷେତ୍ରରେ ହିମୋଗ୍ଲୋବିନ ୧୩.୫ ରୁ ୭.୫ ମଧ୍ୟରେ ରହିବା ଉଚିତ । ଯଦି ପୁରୁଷଙ୍କ ହିମୋଗ୍ଲୋବିନ ୧୩ ତଳକୁ ରହିଥାଏ, ତେବେତାଙ୍କର ରକ୍ତହୀନତା ଅଛି ବୋଲି କୁହାଯାଏ । ସେହିପରି ମହିଳାଙ୍କ କ୍ଷେତ୍ରରେ ହିମୋଗ୍ଲୋବିନ ସ୍ତର ୧୨ ରୁ ୧୫ ମଧ୍ୟରେ ରହିବା ଜରୁରୀ । ୧୨ ତଳକୁ ଏହି ସ୍ତର ଥିଲେ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି କୁହାଯାଏ । ତେବେ ରକ୍ତହୀନତା ହେବାର ଅନେକ କାରଣ ରହିଛି ।

ଯେପରିକି ଖାଦ୍ଯରେ ଆଇରନର ପରିମାଣ କମ୍ ହେବା, ଭିଟାମିନ-ବି୧୨ ଓ ଫଲିକ ଏସିଡର ପରିମାଣ କମ୍ ହେବା ଏହାର କାରଣ ହୋଇପାରେ । ପେଟରେ ଅଲସର ଥିବା ହେତୁ କିମ୍ବା ଋତୁସ୍ରାବ ବେଳେ ଅଧିକ ରକ୍ତ ଯିବା ମଧ୍ୟ ରକ୍ତହୀନତା ଦେଖା ଦେଇପାରେ । ସେହିପରି ଗର୍ଭାବସ୍ଥା ବେଳେ ମଧ୍ୟ ରକ୍ତହୀନତା ସମସ୍ଯା ଦେଖାଯାଏ ।

ଯଦି କିଛି କାରଣ ନଥାଇ ବାରମ୍ବାର ଆପଣଙ୍କ ମୁଣ୍ଡ ବୁଲାଉଛି, ଦୁର୍ବଳ ଲାଗୁଛି, କୌଣସି କାର୍ଯ୍ୟରେ ମନ ଲଗାଇ ପାରୁନାହାନ୍ତି, ଯଦି ଆଖି ତଳଭାଗ ଧଳା ଦେଖାଯାଉଛି କିମ୍ବା ମୁହଁ ସେଥା ପଡିବା ଦିଶୁଛି ତେବେ ଏକ୍ଷେତ୍ରରେ ଆପଣଙ୍କୁ ହିମୋଗ୍ଲୋବିନ ଟେଷ୍ଟ କରାଇ ନେବା ଉଚିତ । ତେବେ ଟେଷ୍ଟ କରିବା ପରେ ଯଦି ଆପଣଙ୍କର ହିମୋଗ୍ଲୋବିନ କମ୍ ବାହାରୁଛି ତେବେ ଏହାର ଚିକିତ୍ସା ନିହାତି କରିବା ଆବଶ୍ୟକ । ଏଥିପାଇଁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଇରନ ଯୁକ୍ତ ଖାଦ୍ଯ ଖାଇବାକୁ ହେବ ।

ଆନିମିଆ ହେବାର ଆଉ ଏକ କାରଣ ମଧ୍ୟ ରହିଛି ଯେପରିକି କୌଣସି ଶାରୀରିକ ଅବସ୍ଥା ଯୋଗୁଁ ଆପଣଙ୍କ ଶରୀର ଆଇରନ ଗ୍ରହଣ କରିପାରୁନି ତେବେ ଆନିମିଆ ହେବାର ଆଶଙ୍କା ରହିଥାଏ । ଲୌହସାର ବା ଆଇରନ ଅନେକ ଖାଦ୍ଯରେ ରହିଛି । ଯେପରିକି ଲାଲି ଚୂଡା, ଲାଲି ଚାଉଳ ଆଦି କାର୍ବୋ ହାଇଡ୍ରେଡ ଯୁକ୍ତ ଖାଦ୍ଯରେ ଆଇରନ ବହୁଳ ମାତ୍ରାରେ ରହିଥାଏ । ରାଗି ବା ମାଣ୍ଡିଆରେ ମଧ୍ୟ ଭରପୁର ଆଇରନ ଥାଏ ।

ସବୁ ପ୍ରକାରର ରେଡମିଟ୍, କଲିଜା, ଚିଙ୍ଗୁଡି, ସମୁଦ୍ର ମାଛ ଆଦିରେ ବି ଆଇରନ ଖୁବ ଅଧିକ ମାତ୍ରାରେ ରହିଥାଏ । ଫଳ ହିସାବରେ ଡାଳିମ୍ବରେ ସବୁଠୁ ଅଧିକ ପରିମାଣରେ ଆଇରନ ଥାଏ ଓ ସେଓରେ ମଧ୍ୟ କିଛି ମାତ୍ରାରେ ଆଇରନ ରହିଛି । ସେହିପରି ପାଳଙ୍ଗ ଶାଗ, କୌଶଳା ଓ ନେଉଟିଆ ଶାଗ ଏବଂ ବିଶେଷ କରି ସଜନା ଶାଗରେ ବହୁଳ ମାତ୍ରାରେ ଆଇରନ ଥାଏ । ଗଜା ମୁଗ ଓ ଡ୍ରାଇଫୃଟ ମଧ୍ୟରେ ବିଶେଷ କରି କିସମିସ, ଖଜୁରୀ ଓ ଆପ୍ରିକଟ ଆଦିଆରେ ଆଇରନ ଭରପୁର ମାତ୍ରାରେ ଥାଏ ।

ଯଦି ଆପଣ ଆଇରନ ଯୁକ୍ତ ଖାଦ୍ଯ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀର ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ । ତେଣୁ ଏଥିପାଇଁ ଭିଟାମିନ-ସି ଯୁକ୍ତ ବଟିକା ଏବଂ ଖାଦ୍ଯ ମଧ୍ୟ ଖାଇପାରିବେ । ଏହି ସବୁ ଖାଦ୍ୟକୁ ଦିନର ଭିଭିନ୍ନ ସମୟରେ ଏପାର ସେପଟ କରି ଖାଆନ୍ତୁ । ଯଦି ତଥାପି ସମସ୍ଯା ଦେଖା ଦେଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button